Yashasvi Jaiswal / ୟୁଜଭେନ୍ଦ୍ର ଚହଲ ଟିମ୍ ଇଣ୍ଡିଆର 'ବାହୁବଳୀ', ଜାଣନ୍ତୁ କାହାକୁ 'ଧୁରନ୍ଧର' କହିଲେ ଜୟସ୍ବାଲ
·7 months ago·2 min read

Key Points
ଚହଲ ହେଲେ ଟିମ୍ ଇଣ୍ଡିଆର 'ବାହୁବଳୀ'
ଟିମ୍ ଇଣ୍ଡିଆର ଅସଲି ପରିଶ୍ରମୀ କିଏ ?
ଉତ୍ତର ଦେଲେ ଜୟସ୍ବାଲ
ଟିମ୍ ଇଣ୍ଡିଆର ଅସଲି ପରିଶ୍ରମୀ କିଏ ?
ଉତ୍ତର ଦେଲେ ଜୟସ୍ବାଲ
ଯଶସ୍ବୀ ଜୟସ୍ବାଲ । ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର । ନିକଟରେ ଜୟସ୍ବାଲ ଜାତୀୟ ଗଣମାଧ୍ୟମରେ ଏକ ସାକ୍ଷାତକାର ଦେଇଛନ୍ତି । ଆଉ ଏହି ସାକ୍ଷାତକାରରେ ଜୟସ୍ବାଲଙ୍କୁ ପଚରାଯାଇଥିଲା ଯେ କେଉଁ ବଲିଉଡ୍ ଚଳଚ୍ଚିତ୍ରର ଶୀର୍ଷକ ପାଇଁ ଉପଯୁକ୍ତ। ଆଉ ଏହି ସବୁ ପ୍ରଶ୍ନର ଉତ୍ତର ସ୍ପଷ୍ଟ ଭାବେ ଦେଇଥିଲେ ଯଶସ୍ବୀ । ସେ ଉତ୍ତରରେ ଯେଉଁ କ୍ରିକେଟରଙ୍କ ନାମ କହିଛନ୍ତି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଯଦି ସବୁଠାରୁ କଠିନ ପରିଶ୍ରମୀ କ୍ରିକେଟରଙ୍କ ବିଷୟରେ ପଚରାଯାଏ, ତେବେ ଅଧିକାଂଶ ଲୋକ ବିରାଟ କୋହଲିଙ୍କ ନାମ ନେବେ । କିନ୍ତୁ ଯଶସ୍ୱୀ ଭିନ୍ନ ମତ ଦେଇଥିଲେ । ସେ କୋହଲିଙ୍କୁ ସୈୟାରା ଓ ୟୁଜଭେନ୍ଦ୍ର ଚହଲଙ୍କୁ ବାହୁବଳୀ ବୋଲି କହିଥିଲେ ।
ଜାତୀୟ ଗଣମାଧ୍ୟମରେ ଯଶସ୍ବୀ ଜୟସ୍ବାଲଙ୍କୁ ଏହି ପ୍ରଶ୍ନ ପଚରା ଯାଇଥିଲା । ତାଙ୍କୁ ଜଣେ କ୍ରିକେଟରଙ୍କ ସହିତ ଚଳଚ୍ଚିତ୍ରର ଶୀର୍ଷକ ତୁଳନା କରିବାକୁ କୁହାଯାଇଥିଲା । ସେ ରୋହିତ ଶର୍ମାଙ୍କୁ ଟିମ୍ ଇଣ୍ଡିଆ 'ଧୁରନ୍ଧର' ବୋଲି କହିଥିଲେ । ଟିମ୍ ଇଣ୍ଡିଆର ବାହୁବଳୀ ବିଷୟରେ ପଚରାଯିବାରୁ ସେ ଲେଗ୍-ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କ ନାମ ନେଇଥିଲେ ।
ବିରାଟ କୋହଲିଙ୍କୁ ସୈୟାରା ବୋଲି କହିଲେ
ସୈୟାରା ଏକ ବଲିଉଡ୍ ଫିଲ୍ମ । ଯେଉଁଥିରେ ସୈୟାରାର ଅର୍ଥ ପ୍ରେମିକ । ଯଶସ୍ୱୀ ଜୟସ୍ୱାଲ ବିରାଟ କୋହଲିଙ୍କୁ ଟିମ୍ ଇଣ୍ଡିଆର ସୈୟାରା ବୋଲି କହିଥିଲେ । ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦବଙ୍ଗ ବୋଲି କହିଥିଲେ । ଯାହାର ଅର୍ଥ ନିର୍ଭୀକ । ସେହିପରି ଯେତେବେଳେ ଯଶସ୍ୱୀଙ୍କୁ ସବୁଠାରୁ ଦିଲଦାର ଖେଳାଳିଙ୍କ ବିଷୟରେ ପଚରାଗଲା ସେ ବିରାଟ କୋହଲିଙ୍କ ନାମ ଉଲ୍ଲେଖ କରିଥିଲେ । ସେ ଦିଲଦାର ଖେଳାଳିଙ୍କ ତାଲିକାରେ କୋହଲିଙ୍କ ସହିତ କେଏଲ ରାହୁଲଙ୍କ ନାଁ ନେଇଥିଲେ ।
ସେହିପରି "ୟେ ଜୱାନୀ ହୈ ଦିୱାନୀ"ରେ ସେ ନିଜ ନାମ ଉଲ୍ଲେଖ କଲେ । ସେ କୁଲଦୀପ ଯାଦବଙ୍କୁ ଭାରତୀୟ ଦଳର ସବୁଠାରୁ ଅଳସୁଆ ଖେଳାଳି ବୋଲି କହିଥିଲେ ।
ଟିମ୍ ଇଣ୍ଡିଆର ସବୁଠାରୁ ପରିଶ୍ରମୀ ଖେଳାଳି କିଏ?
ବିରାଟ କୋହଲିଙ୍କୁ ଭାରତର ସବୁଠାରୁ ଫିଟ୍ କ୍ରିକେଟର ବୋଲି ବିବେଚନା କରାଯାଏ । କିନ୍ତୁ ଯେତେବେଳେ ଯଶସ୍ୱୀଙ୍କୁ ଟିମ୍ ଇଣ୍ଡିଆର ସବୁଠାରୁ ପରିଶ୍ରମୀ ଖେଳାଳିଙ୍କ ନାମ ନେବାକୁ କୁହାଯାଇଥିଲା, ସେ ଶୁବମନ ଗିଲଙ୍କ ନାମ ନେଇଥିଲେ । ସେ କହିଥିଲେ ଯେ ସେ ଗିଲଙ୍କୁ ବହୁତ ନିକଟରୁ ଦେଖିଛନ୍ତି ।
ଯଶସ୍ୱୀ କହିଛନ୍ତି, "ସେ କଠିନ ପରିଶ୍ରମ କରନ୍ତି ଏବଂ ତାଙ୍କର ଦିନଚର୍ଯ୍ୟା ସହିତ ବହୁତ ନିୟମିତ । ସେ ତାଙ୍କର ଖାଦ୍ୟ, ଫିଟନେସ୍, ତାଲିମ ଏବଂ ଦକ୍ଷତା ଉପରେ ବହୁତ କଠିନ ପରିଶ୍ରମ କରନ୍ତି । ଏହା ଅବିଶ୍ୱସନୀୟ । ମୁଁ ତାଙ୍କୁ ଦେଖିବା ଏବଂ ତାଙ୍କ ସହିତ ଖେଳିବାକୁ ଭଲ ପାଏ । ସେ ଜଣେ ଚମତ୍କାର ବ୍ୟକ୍ତି ମଧ୍ୟ ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories