Sports News / ଇତିହାସ ରଚିଲା ଜମ୍ମୁ-କାଶ୍ମୀର, ୬୭ ବର୍ଷ ପରେ ରଣଜୀ ଟ୍ରଫି ଫାଇନାଲରେ କଲା ପ୍ରବେଶ
·4 months ago·2 min read

Key Points
୬୭ ବର୍ଷର ଅପେକ୍ଷା ଶେଷ
ରଣଜୀ ଫାଇନାଲରେ ଜମ୍ମୁ-କାଶ୍ମୀର
ଆକିବ ନବିଙ୍କ ନଅଟି ୱିକେଟ୍
ରଣଜୀ ଫାଇନାଲରେ ଜମ୍ମୁ-କାଶ୍ମୀର
ଆକିବ ନବିଙ୍କ ନଅଟି ୱିକେଟ୍
ଘରୋଇ କ୍ରିକେଟରେ ଇତିହାସ ରଚିଛି ଜମ୍ମୁ କାଶ୍ମୀର । ୬୭ ବର୍ଷ ପରେ ପ୍ରଥମ ଥର ପାଇଁ ରଣଜୀ ଟ୍ରଫି ଫାଇନାଲରେ ପହଞ୍ଚିଛି ଜମ୍ମୁ-କାଶ୍ମୀର । ସେମିଫାଇନାଲ ମ୍ୟାଚ୍ରେ ଦୁଇ ଥରର ଚାମ୍ପିଅନ୍ ବେଙ୍ଗଲକୁ ୬ ଓ୍ବିକେଟ୍ରେ ପରାସ୍ତ କରି ଭାରତୀୟ ଘରୋଇ କ୍ରିକେଟରେ ଗୌରବମୟ ଅଧ୍ୟାୟ ଲେଖିଛି ଜମ୍ମୁ କାଶ୍ମୀର ।
ସେମିଫାଇନାଲ ମ୍ୟାଚ୍ରେ ଜମ୍ମୁ କାଶ୍ମୀର ପକ୍ଷରୁ ବିଜୟର ହିରୋ ସାଜିଛନ୍ତି ଦ୍ରୁତ ବୋଲର ଆକିବ ନବି । ସେ ଉଭୟ ଇନିଂସରେ ୯ ୱିକେଟ୍ ନେଇଥିଲେ । ପ୍ରଥମ ଇନିଂସରେ ୩୨୮ ରନ୍ କରିଥିବା ବେଙ୍ଗଲ ଦ୍ୱିତୀୟ ଇନିଂସରେ ମାତ୍ର ୯୯ ରନ୍ କରି ଅଲଆଉଟ୍ ହୋଇଥିଲା ।
ବେଙ୍ଗଲ ଓ ଜମ୍ମୁ କାଶ୍ମୀର ମଧ୍ୟରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଜମ୍ମୁ-କାଶ୍ମୀର । ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ବେଙ୍ଗଲ ୩୨୮ ରନ୍ କରିଥିଲା । ଦଳ ପକ୍ଷରୁ ସୁଦିପ କୁମାର ଘରମୀ ସର୍ବାଧିକ ୧୪୬ ରନ୍ କରିଥିବା ବେଳେ ଅଭିମନ୍ୟୁ ଇଶ୍ୟରନ୍ ୪୯ ରନ୍ କରିଥିଲେ । ଜମ୍ମୁ କାଶ୍ମୀର ପକ୍ଷରୁ ଆକିବ ନବି ସର୍ବାଧିକ ୫ ଓ୍ବିକେଟ୍ ନେଇଥିବା ବେଳେ ସୁନୀଲ କୁମାର ୩ଟି ଓ୍ବିକେଟ୍ ନେଇଥିଲେ ।
ଜମ୍ମୁ-କାଶ୍ମୀର ପ୍ରଥମ ଇନିଂସରେ ବ୍ୟାଟିଂ କରି ୩୦୨ ରନ୍ କରି ଅଲଆଉଟ୍ ହୋଇଥିଲା । ଯାହାଫଳରେ ୨୬ ରନ୍ରେ ଆଗୁଆ ରହିଥିଲା ବେଙ୍ଗଲ । ଜମ୍ମୁ-କାଶ୍ମୀର ପକ୍ଷରୁ ଅବଦୁଲ ସମଦ ସର୍ବାଧିକ ୮୨ ରନ୍ କରିଥିଲେ । ସେହିପରି ବେଙ୍ଗଲ ପକ୍ଷରୁ ମହମ୍ମଦ ସାମି ସର୍ବାଧିକ ୮ ଓ୍ବିକେଟ୍ ନେଇଥିଲେ ।
୨୬ ରନ୍ର ଲିଡ୍ ନେଇ ବ୍ୟାଟିଂ କରିବାକୁ ଆସିଥିବା ବେଙ୍ଗଲ କିନ୍ତୁ ଦ୍ବିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ଦଳ ମାତ୍ର ୯୯ ରନ୍ କରି ଅଲଆଉଟ ହୋଇଥିଲା । ବେଙ୍ଗଲ ପକ୍ଷରୁ ସହବାଜ ଅହମ୍ମଦ ସର୍ବାଧିକ ୨୪ ରନ୍ କରିଥିଲେ । ଜମ୍ମୁ କାଶ୍ମୀର ପକ୍ଷରୁ ସୁନୀଲ କୁମାର ଓ ଆକିବ ନବି ସର୍ବାଧିକ ୪ଟି ଲେଖାଏଁ ଓ୍ବିକେଟ୍ ନେଇଥିଲେ । ୯୯ ରନ୍ରେ ଅଲଆଉଟ୍ ହେବା ଫଳରେ ଏହି ମ୍ୟାଚ୍ ଜିତିବାକୁ ଜମ୍ମୁ-କାଶ୍ମୀର ସାମ୍ନାରେ ମାତ୍ର ୧୨୬ ରନ୍ର ଟାର୍ଗେଟ୍ ଥିଲା ।
ଆଉ ଏହି ଟାର୍ଗେଟକୁ ୪ ଓ୍ବିକେଟ୍ ହରାଇ ହାସଲ କରିଥିଲା ଜମ୍ମୁ-କାଶ୍ମୀର । ଯାହାଫଳରେ ଘରୋଇ କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି ଜମ୍ମୁ-କାଶ୍ମୀର । ୨୦୧୩-୧୪ ସିଜିନରେ ଜମ୍ମୁ ଏବଂ କାଶ୍ମୀର ପ୍ରଥମ ଥର ପାଇଁ ନକଆଉଟ୍ ପର୍ଯ୍ୟାୟରେ ପହଞ୍ଚିଥିଲା । କିନ୍ତୁ ଏଥର ଦଳ କେବଳ ନକଆଉଟ୍ ପର୍ଯ୍ୟାୟ ଦେଇ ଯାଇନଥିଲା ବରଂ ଫାଇନାଲକୁ ମଧ୍ୟ ଯାଇଛି ।
ଏଥିସହ ପଢ଼ନ୍ତୁ: ବିଶ୍ବକପ୍ ଉପରେ ଗୋଡ଼ ରଖିଲେ, ଏବେ ଆଉ ଗୋଟିଏ ବି ଟ୍ରଫି ଜିତିପାରୁନି ଅଷ୍ଟ୍ରେଲିଆ...ଭୋଗୁଛି କର୍ମର ଫଳ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories