Ranji Trophy Champions / ଇତିହାସ ରଚିଲା ଜମ୍ମୁ କାଶ୍ମୀର, ୬୭ ବର୍ଷ ପରେ ଜିତିଲା ରଣଜୀ ଟ୍ରଫି
·4 months ago·2 min read

Key Points
ରଣଜୀ ଟ୍ରଫିରେ ବଡ଼ ଚମତ୍କାର
୬୭ ବର୍ଷ ପରେ ଟାଇଟଲ୍ ଜିତିଲା ଜମ୍ମୁ କାଶ୍ମୀର
ଫେଲ୍ ମାରିଲେ କର୍ଣ୍ଣାଟକର ଷ୍ଟାର ବ୍ୟାଟ୍ସମ୍ୟାନ୍

ଇତିହାସ ରଚିଛି ଜମ୍ମୁ କାଶ୍ମୀର କ୍ରିକେଟ୍ ଟିମ୍ । ପାରସ ଡୋଗ୍ରାଙ୍କ ଅଧିନାୟକତ୍ବରେ ରଣଜୀ ଟ୍ରଫି ଚାମ୍ପିଅନ୍ ହୋଇଛି । ଜମ୍ମୁ କାଶ୍ମୀର ପ୍ରଥମ ଥର ପାଇଁ ରଣଜୀ ଟ୍ରଫି ଟାଇଟଲ୍ ଜିତିଛି । ୨୦୨୫-୨୬ ରଣଜୀ ଟ୍ରଫି ଫାଇନାଲ୍ ଡ୍ର' ହୋଇଥିଲା, କିନ୍ତୁ ପ୍ରଥମ ଇନିଂସ୍ ଲିଡ୍ ଯୋଗୁଁ ଜମ୍ମୁ କାଶ୍ମୀରକୁ ଚାମ୍ପିଅନ୍ ଘୋଷଣା କରାଯାଇଥିଲା ।
ଜମ୍ମୁ କାଶ୍ମୀର ୬୭ ବର୍ଷ ପରେ ପ୍ରଥମ ଥର ପାଇଁ ଚାମ୍ପିଅନ୍ ହୋଇଛି
ଫାଇନାଲ୍ରେ ଜମ୍ମୁ କାଶ୍ମୀର ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୫୮୪ ରନ୍ କରିଥିଲା । ଜବାବରେ, କର୍ଣ୍ଣାଟକ ପ୍ରଥମ ଇନିଂସରେ କେବଳ ୨୯୩ ରନ୍ କରିପାରିଥିଲା, ଯାହା ଫଳରେ ଜମ୍ମୁ କାଶ୍ମୀର ପ୍ରଥମ ଇନିଂସରେ ୨୯୧ ରନର ବିଶାଳ ଲିଡ୍ ପାଇଥିଲା । ଏହା ସତ୍ତ୍ୱେ ଜମ୍ମୁ କାଶ୍ମୀର ଫଲୋଅନ୍ ଦେଇନଥିଲା । ଜମ୍ମୁ କାଶ୍ମୀର ଦ୍ବିତୀୟ ଇନିଂସରେ ବ୍ୟାଟିଂ କରିବାକୁ ଆସି ୪ ଓ୍ବିକେଟ୍ ବିନିମୟରେ ୩୪୨ ରନ୍ କରିଥିଲା । ତା’ପରେ ଉଭୟ ଦଳର ଅଧିନାୟକ ଡ୍ର' ପାଇଁ ରାଜି ହୋଇଥିଲେ, ଯାହା ଫଳରେ ଜମ୍ମୁ କାଶ୍ମୀର ପ୍ରଥମ ଥର ପାଇଁ ଚାମ୍ପିଅନ୍ ହୋଇଥିଲା । ୬୭ ବର୍ଷ ପରେ ଜମ୍ମୁ କାଶ୍ମୀର ରଣଜୀ ଟ୍ରଫି ନିଜ ନାମର କରିଛି ।
କର୍ଣ୍ଣାଟକର ଦଳ ଫାଇନାଲରେ ଅନେକ ହିରୋଙ୍କୁ ସାମିଲ କରିଥିଲା
ଟାଇଟଲ୍ ମ୍ୟାଚରେ କର୍ଣ୍ଣାଟକର ଦଳରେ ଭାରତ ପାଇଁ ଟେଷ୍ଟ କ୍ରିକେଟ୍ ଖେଳିଥିବା ଅନେକ ଖେଳାଳି ସାମିଲ ଥିଲେ । ଏଥିରେ କେଏଲ ରାହୁଲ, ମୟଙ୍କ ଅଗ୍ରୱାଲ, କରୁଣ ନାୟାର, ଦେବଦତ୍ତ ପାଡିକ୍କଲ ଏବଂ ପ୍ରସିଦ୍ଧ କ୍ରିଷ୍ଣ ସାମିଲ ଥିଲେ । ମୟଙ୍କ ଅଗ୍ରୱାଲ ମଧ୍ୟ ପ୍ରଥମ ଇନିଂସରେ ୧୬୦ ରନ କରିଥିଲେ ।
ଫାଇନାଲରେ ଜମ୍ମୁ କାଶ୍ମୀରର ହିରୋ
ଶୁଭମ ପୁଣ୍ଡିର ଜମ୍ମୁ କାଶ୍ମୀର ପାଇଁ ପ୍ରଥମ ଇନିଂସରେ ୧୨୧ ରନ କରିଥିଲେ । ସେ ତାଙ୍କ ଶତକରେ ୧୨ ଚୌକା ଏବଂ ଦୁଇଟି ଛକା ମାରିଥିଲେ । ୟୱାର ହାସନ ମଧ୍ୟ ୮୮ ରନ କରିଥିଲେ । ଅଧିନାୟକ ପାରସ ଡୋଗ୍ରା ୭୦ ଏବଂ ଅବଦୁଲ ସମଦ ୬୧ ରନ କରିଥିଲେ । ବୋଲିଂ ବିଭାଗରେ ଜମ୍ମୁ କାଶ୍ମୀର ପାଇଁ ଆକିବ ନବି ପ୍ରଥମ ଇନିଂସରେ ପାଞ୍ଚଟି ୱିକେଟ ନେଇଥିଲେ । ସେହିପରି ଦ୍ବିତୀୟ ଇନିଂସରେ ଜମ୍ମୁ କାଶ୍ମୀର ପକ୍ଷରୁ କମରାନ ଇକବାଲ୍ ୧୬୦ ରନ୍ କରିଥିବା ବେଳେ ସାହିଲ ଲୋତ୍ରା ୧୦୧ ରନ୍ କରିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories