Jasprit Bumrah Bhubaneswar / ବାରବାଟୀ ଲଢ଼େଇ: ଭୁବନେଶ୍ବରରେ ପହଞ୍ଚିଲେ ଯଶପ୍ରୀତ ବୁମରାହ୍
·7 months ago·2 min read

Key Points
ବାରବାଟୀ ଟି-୨୦ ଲଢ଼େଇ
ଭୁବନେଶ୍ବରରେ ପହଞ୍ଚିଲେ ବୁମରାହ୍
ଗତକାଲି ଆସିଥିଲେ ପାଣ୍ଡ୍ୟା
ଭୁବନେଶ୍ବରରେ ପହଞ୍ଚିଲେ ବୁମରାହ୍
ଗତକାଲି ଆସିଥିଲେ ପାଣ୍ଡ୍ୟା
ଡିସେମ୍ବର ୯ରେ ବାରବାଟୀ ହେବ ମହାମୁକାବିଲା । ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଭୁବନେଶ୍ବରରେ ଉଭୟ ଦେଶର ଖେଳାଳି ପହଞ୍ଚିବାରେ ଲାଗିଛନ୍ତି । ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି ଟିମ୍ ଇଣ୍ଡିଆ ଷ୍ଟାର ଦ୍ରୁତ ବୋଲର ଯଶପ୍ରୀତ ବୁମରାହ୍ । ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ କଡ଼ା ସୁରକ୍ଷାରେ ହୋଟେଲ ମେ' ଫେୟାରକୁ ନିଆଯାଇଛି ।
ଶନିବାର ରାତିରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭୁବନେଶ୍ବରରେ ପହଞ୍ଚିଥିଲେ । ବିମାନ ବନ୍ଦରରେ ଭବ୍ୟ ସ୍ବାଗତ ପରେ ତାଙ୍କୁ କଡ଼ା ସୁରକ୍ଷା ବଳୟରେ ହୋଟେଲ ମେ' ଫାୟାରକୁ ନିଆଯାଇଥିଲା । ସେହିପରି ଶୁକ୍ରବାର ରାତିରେ ପ୍ରଥମେ ଦକ୍ଷିଣ ଆଫ୍ରିକାର ୫ ଜଣ ଖେଳାଳି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ । ସାଉଥ ଆଫ୍ରିକ ଟିମ୍ର ଡେଭିଡ୍ ମିଲର, ଜର୍ଜ ଲିଣ୍ଡେ, ଆର୍.ହେଣ୍ଡ୍ରିକସ୍, ଡୋନଭାନ ଫରେଇରା ଓ କେୱାନ ମାଫାଖା ଓଡ଼ିଶାରେ ପହଞ୍ଚିଥିଲେ । ତେବେ ଉଭୟ ଦଳର ବାକି ରହିଥିବା ଖେଳାଳିମାନେ ଆଜି ଅପରାହ୍ମରେ ଭୁବନେଶ୍ବରରେ ପହଞ୍ଚିବେ ।
ଆଜି ଉଭୟ ଦଳର ଖେଳାଳି ପହଞ୍ଚିବା ପରେ ଆସନ୍ତାକାଲି ଉଭୟ ଦଳ ବାରବାଟୀ ଷ୍ଟାଡିୟମ ଯାଇ ଅଭ୍ୟାସ କରିବେ । ଏଥିପାଇଁ ହୋଟେଲରୁ ଷ୍ଟାଡିୟମ ପର୍ଯ୍ୟନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ସେପଟେ ବାରବାଟୀ ଟି-୨୦ ପାଇଁ ସବୁ ପ୍ରକାର ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । ବାରବାଟୀରେ ହେବାକୁ ଥିବା କ୍ରିକେଟ ମ୍ୟାଚ୍ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବମ୍ ସ୍କ୍ବାଡ ସହ ସୁରକ୍ଷା ବଳୟକୁ ଯାଞ୍ଚ କରିବେ ସ୍ପେଶାଲ ଟାକ୍ଟିକାଲ ୟୁନିଟ । କଟକରେ ୭୪ ପ୍ଲାଟୁନ ଫୋର୍ସ ଓ ଭୁବନେଶ୍ୱରରେ ୨୨ ପ୍ଲାଟୁନ ଫୋର୍ସ ରହିବେ । ଏୟାରଫୋର୍ଟଠାରୁ ଆରମ୍ଭ କରି ହୋଟେଲ ଓ ହୋଟେଲରୁ ଆରମ୍ଭ କରି ଷ୍ଟାଡିୟମ ପର୍ଯ୍ୟନ୍ତ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ରହିବ ବୋଲି ପୋଲିସ୍ କମିଶନର କହିଛନ୍ତି ।
ଯିବା ଆସିବା ବାଟ, ଷ୍ଟାଡିୟମ ଓ ଷ୍ଟାଡିୟମ ବାହାରେ ଡ୍ରୋନ୍ ନଜର ରଖିବ । ଏହି କ୍ୟାମେରାଗୁଡ଼ିକ କଣ୍ଟ୍ରୋଲ ରୁମ୍ ସହିତ ସଂଯୋଗ କରାଯାଇ ସେଠାରୁ ନିୟନ୍ତ୍ରଣ କରାଯିବ । ପୋଲିସ ସହିତ ମେଡିକାଲ୍ ଟିମ୍ ଓ ଅଗ୍ନିଶମ ଟିମ୍ ନିୟୋଜିତ ହେବେ । ବକ୍ସିବଜାର ଅଗ୍ନିଶମ କେନ୍ଦ୍ର ପକ୍ଷରୁ ଏକ ୬ ଜଣିଆ ଟିମ୍ ନିୟୋଜିତ ହେବେ । ଏଥିରେ ଗୋଟିଏ ଅଗ୍ନିଶମ ଗାଡ଼ି ରହିବ । ହଜାର ହଜାର କ୍ରୀଡ଼ା ପ୍ରେମୀ ଏକାଠି ହେବାକୁ ଥିବା ବେଳେ କୌଣସି ଅଘଟଣ ଏଡ଼ାଇବାକୁ ଉଭୟ ଅଗ୍ନିଶମ ଓ ଡାକ୍ତରୀ ଟିମ୍ ସଜାଗ ରହିଥିବା ନେଇ ପୋଲିସ୍ କମିଶନର ସୂଚନା ଦେଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories