Videos
|
Sports

Cricket Controversy / ଟିମ୍ ଇଣ୍ଡିଆକୁ ବଡ଼ ଝଟକା…ଶ୍ରୀଲଙ୍କା ଗସ୍ତ ପୂର୍ବରୁ ଭାରତୀୟ ଦଳର ଦ୍ରୁତ ବୋଲର ଯଶପ୍ରିତ ବୁମରାହ ଟେଷ୍ଟ ସିରିଜରୁ ବାଦ୍

Ritu Das
Browse all articles by Ritu Das
·1 month ago·2 min read
ଟିମ୍ ଇଣ୍ଡିଆକୁ ବଡ଼ ଝଟକା…ଶ୍ରୀଲଙ୍କା ଗସ୍ତ ପୂର୍ବରୁ ଭାରତୀୟ ଦଳର ଦ୍ରୁତ ବୋଲର ଯଶପ୍ରିତ ବୁମରାହ ଟେଷ୍ଟ ସିରିଜରୁ ବାଦ୍
Cricket

Key Points

ଶ୍ରୀଲଙ୍କା ଗସ୍ତ ପୂର୍ବରୁ ଭାରତୀୟ ଦଳର ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ଆଗାମୀ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଛନ୍ତି
ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା। ଶ୍ରୀଲଙ୍କା ଗସ୍ତ ପୂର୍ବରୁ ଭାରତୀୟ ଦଳର ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ଆଗାମୀ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଛନ୍ତି। ଆଘାତଜନିତ ସମସ୍ୟା ଯୋଗୁଁ ସେ ଏହି ଗୁରୁତ୍ୱପୂର୍ଣ୍ଣ ସିରିଜ୍ରୁ ବାହାରେ ରହିବେ ବୋଲି ସୂଚନା ମିଳିଛି। ବେଙ୍ଗାଲୁରୁ ସ୍ଥିତ ସେଣ୍ଟର ଅଫ ଏକ୍ସିଲେସନରେ ବୁମରା ସଂପୂର୍ଣ୍ଣ ପିଟ୍ ନ ଥିବା ଜଣା ପଡ଼ିଛି। ତାଙ୍କର ପୁରୁଣା ସମସ୍ୟା ଏବେ ରହିଛି। ସଂପୂର୍ଣ୍ଣ ସୁସ୍ଥ ହେବା ପାଇଁ ତାଙ୍କୁ ସମୟ ଲାଗିପାରେ।

ସେପଟେ ବୁମରାହଙ୍କ ସ୍ଥାନରେ ଯୁବ ଦ୍ରୁତ ବୋଲର ଆକିବ ନବୀଙ୍କୁ ଭାରତୀୟ ଟେଷ୍ଟ ଦଳରେ ସାମିଲ କରାଯାଇପାରେ। ଘରୋଇ କ୍ରିକେଟରେ ନିଜର ଆକର୍ଷଣୀୟ ପ୍ରଦର୍ଶନ ବଳରେ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଆକିବଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ ହୋଇପାରେ। ବିସିସିଆଇ ଶୀଘ୍ର ବୁମରାହଙ୍କ ବଦଳ ଖେଳାଳି ଘୋଷଣା କରିପାରେ. ବିସିସିଆଇ ଗୋଟିଏ ସର୍ତ୍ତରେ ବୁମରାହଙ୍କୁ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଦଳରେ ଚୟନ କରିଥିଲା। ଯଦି ସେ ଫିଟ୍ ହୁଅନ୍ତି ତେବେ ଖେଳିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଥିଲା। ହେଲେ ତାଙ୍କର ଆଘାତଜନିତ ସମସ୍ୟା ଏବେ ବହିଥିବା ଜଣା ପଡ଼ିଛି।

ଏହାସହ ପଢ଼ନ୍ତୁ: ଡବଲ୍ ସେଞ୍ଚୁରୀକୁ ୯୧ ବଲ୍‌ରେ ୨୫ ଛକା; ଅଭିଷେକ ଶର୍ମାଙ୍କ ଧୂଆଁଧାର ବ୍ୟାଟିଂରେ କମ୍ପିଲା ମୈଦାନ

  • ବୁମରାଙ୍କ ଅନୁପସ୍ଥିତି ଓ ଦଳର ଚିନ୍ତା

ବୁମରାହ ହେଉଛନ୍ତି ଭାରତୀୟ ବୋଲିଂ ଆକ୍ରମଣର ମୁଖ୍ୟ ଅସ୍ତ୍ର। ତାଙ୍କର ଅନୁପସ୍ଥିତି ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ଭାରତ ପାଇଁ ଚିନ୍ତାର କାରଣ ପାଲଟିପାରେ। ତେବେ ଖେଳାଳିଙ୍କ ଫିଟନେସ୍ ଏବଂ ଆଗାମୀ ବଡ଼ ମ୍ୟାଚଗୁଡ଼ିକୁ ଦୃଷ୍ଟିରେ ରଖି ତାଙ୍କୁ ବିଶ୍ରାମ ଦିଆଯାଇଥିବା କୁହାଯାଉଛି। ବିସିସିଆଇ ବୁମରାଙ୍କୁ ନେଇ କୌଣସି ପ୍ରକାରର ରିସ୍କ ଉଠାଇବାକୁ ଚାହୁଁ ନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ଆକିବ ନବୀଙ୍କୁ ମିଳିପାରେ ସ୍ଥାନ

ଆକିବ ନବୀ ଘରୋଇ ସିଜିନରେ ନିୟମିତ ଭାବେ ଚମତ୍କାର ବୋଲିଂ କରି ଦଳକୁ ସଫଳତା ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ତାଙ୍କର ବୋଲିଂ ସ୍ୱିଙ୍ଗ୍ ଏବଂ ସଠିକ୍ ଲାଇନ୍-ଲେନ୍ଥ ଭାରତୀୟ ବୋଲିଂ ବିଭାଗକୁ ମଜଭୁତ କରିବ ବୋଲି ଆଶା କରାଯାଉଛି। ଶ୍ରୀଲଙ୍କା ବିପକ୍ଷ ସିରିଜ୍ରେ ଭାରତୀୟ ଯୁବ ବୋଲରମାନଙ୍କ ଉପରେ ଏବେ ସମସ୍ତଙ୍କ ନଜର ରହିବ।