Abhishek Sharma / ଡବଲ୍ ସେଞ୍ଚୁରୀକୁ ୯୧ ବଲ୍ରେ ୨୫ ଛକା; ଅଭିଷେକ ଶର୍ମାଙ୍କ ଧୂଆଁଦାର ବ୍ୟାଟିଂରେ କମ୍ପିଲା ମୈଦାନ
·1 hour ago·2 min read

Key Points
ଦମଦାର ବ୍ୟାଟିଂ କରି ସମସ୍ତଙ୍କ ମୁହଁ ବନ୍ଦକଲେ ଅଭିଷେକ ଶର୍ମା
ଡବଲ୍ ସେଞ୍ଚୁରୀକୁ ୯୧ ବଲ୍ରେ ମାରିଲେ ୨୫ ଛକା
ଡବଲ୍ ସେଞ୍ଚୁରୀକୁ ୯୧ ବଲ୍ରେ ମାରିଲେ ୨୫ ଛକା
ଜିମ୍ବାୱେ ଗସ୍ତରେ ଲଗାତାର ବ୍ୟାଟିଂ ବିଫଳତା ପରେ ସମାଲୋଚନାର ସମ୍ମୁଖୀନ ହୋଇଥିବା ଭାରତୀୟ ଓପନର ଅଭିଷେକ ଶର୍ମା ଆଜି ସମସ୍ତଙ୍କ ମୁହଁ ବନ୍ଦ କରିଦେଇଛନ୍ତି । ଟ୍ରୋଲରଙ୍କୁ ବିସ୍ଫୋରକ ଜବାବ ଦେଇ ପଞ୍ଜାବ ଆନ୍ତଃ-ଜିଲ୍ଲା (ଇଣ୍ଟର-ଡିଷ୍ଟ୍ରିକ୍ଟ) ସିନିୟର ଦିନିକିଆ ଟୁର୍ଣ୍ଣାମେଣ୍ଟରେ ଅଭିଷେକ ବୋଲରମାନଙ୍କୁ ପାଣି ପିଆଇଛନ୍ତି । ଫଳରେ ଷ୍ଟାଡିୟମରେ ହୋଇଛି ଚୌକା ଏବଂ ଛକା ବର୍ଷା । ଅଭିଷେକ ମାତ୍ର ୯୧ ବଲ୍ରେ ୨୩୩ ରନ୍ କରି କେବଳ ଫର୍ମକୁ ଫେରିବାର ସଙ୍କେତ ଦେଇନାହାନ୍ତି ବରଂ ବିପକ୍ଷ ବୋଲରମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ମାଟି କାମୁଡେଇଛନ୍ତି।
ଅମୃତସର ସିନିୟର ଦଳ ପାଇଁ ଖେଳୁଥିବା ଅଭିଷେକ ଶର୍ମା ଆଜି (ଅଗଷ୍ଟ ୨) ପଞ୍ଜାବ ରାଜ୍ୟ ଆନ୍ତଃ-ଜିଲ୍ଲା ସିନିୟର ଦିନିକିଆ ସୀମିତ ଓଭର ଟୁର୍ଣ୍ଣାମେଣ୍ଟ ୨୦୨୬-୨୭ରେ ତରନତାରନ ବିପକ୍ଷରେ ଏହି ସ୍ମରଣୀୟ ଇନିଂସ ଖେଳିଥିଲେ । ୨୫ ବର୍ଷୀୟ ଏହି ବାମହାତୀ ବ୍ୟାଟସମ୍ୟାନ ତାଙ୍କ ୨୩୩ ରନର ଇନିଂସରେ ୧୫ ଚୌକା ଏବଂ ୨୫ ଛକା ମାରିଥିଲେ । ତାଙ୍କର ଷ୍ଟ୍ରାଇକ୍ ରେଟ୍ ଥିଲା ୨୫୬.୦୪ ।
ତାଙ୍କର ଐତିହାସିକ ଇନିଂସ ଅମୃତସର ସିନିୟର୍ସକୁ ୫୦ ଓଭରରେ ୮ ୱିକେଟ ହରାଇ ୫୩୩ ରନର ବିଶାଳ ସ୍କୋର କରିବାରେ ସାହାଯ୍ୟ କରିଥିଲା । ଦଳରେ ସନରାଇଜର୍ସ ହାଇଦ୍ରାବାଦର ୱିକେଟକିପର-ବ୍ୟାଟସମ୍ୟାନ ସଲିଲ ଅରୋରା ମଧ୍ୟ ସାମିଲ ଥିଲେ, ଯିଏ ଚତୁର୍ଥ ନମ୍ବରରେ ବ୍ୟାଟିଂ କରୁଥିବା ସମୟରେ ୧୮ ବଲରୁ ୨୯ ରନର ଅବଦାନ ଦେଇଥିଲେ ।
ପଢନ୍ତୁ ଏହି ଖବର: ଅବସର ପରେ ଏଇଠୁ ହେବ ରାହାଣେଙ୍କ ରୋଜଗାର; BCCI ଦେବ ମାସିକ ପେନସନ୍

ABHISHEK SHARMA MAKES A STATEMENT 🔥
— Johns. (@CricCrazyJohns) August 2, 2026
- He smashed 233 runs from just 91 balls with 15 fours & 25 sixes against Tarn Taran Men Sr in the One Day District match pic.twitter.com/QV4k83Oo5e
- ଅଭୟଙ୍କ ସହ ୩୦୦+ ରନ ପାର୍ଟନରସିପ୍
ତାଙ୍କର ଐତିହାସିକ ଇନିଂସ ଅମୃତସର ସିନିୟର୍ସକୁ ୫୦ ଓଭରରେ ୮ ୱିକେଟ ହରାଇ ୫୩୩ ରନର ବିଶାଳ ସ୍କୋର କରିବାରେ ସାହାଯ୍ୟ କରିଥିଲା । ଦଳରେ ସନରାଇଜର୍ସ ହାଇଦ୍ରାବାଦର ୱିକେଟକିପର-ବ୍ୟାଟସମ୍ୟାନ ସଲିଲ ଅରୋରା ମଧ୍ୟ ସାମିଲ ଥିଲେ, ଯିଏ ଚତୁର୍ଥ ନମ୍ବରରେ ବ୍ୟାଟିଂ କରୁଥିବା ସମୟରେ ୧୮ ବଲରୁ ୨୯ ରନର ଅବଦାନ ଦେଇଥିଲେ ।
ପଢନ୍ତୁ ଏହି ଖବର: ଅବସର ପରେ ଏଇଠୁ ହେବ ରାହାଣେଙ୍କ ରୋଜଗାର; BCCI ଦେବ ମାସିକ ପେନସନ୍
- ଏସୀୟ କ୍ରୀଡ଼ାରେ ଅଭିଷେକ ଶର୍ମାଙ୍କ ଚ୍ୟାଲେଞ୍ଜ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories