Jemimah Rodrigues / ଶୂନରୁ ଆରମ୍ଭ ୧୦୦ରେ ଶେଷ, ଫର୍ମ ନଥିଲା...ଲଢ଼େଇ କରି ଜିତିଲେ ଜେମିମା ରୋଡ୍ରିଗ୍ସ
·5 months ago·3 min read

Key Points
ଭାରତର ଐତିହାସିକ ବିଜୟ । ଅଷ୍ଟ୍ରେଲିଆ ବିପକ୍ଷରେ ଜେମିମାଙ୍କ ଲଢ଼ୁଆ ପ୍ରଦର୍ଶନ । ରୋଡ୍ରିଗ୍ସଙ୍କ ଶତକ ବଳରେ ଫାଇନାଲରେ ଭାରତ ।
ଜେମିମା ରୋଡ୍ରିଗ୍ସ । ଗତକାଲିଠୁ ଘରେ ଘରେ ପରିଚିତ ଏହି ନାଁ । ଅସମ୍ଭବକୁ ସମ୍ଭବ କରିଛନ୍ତି ଜେମିମା । ଅକ୍ଟୋବର ୩୦ରେ ଦିନିକିଆ ମହିଳା ବିଶ୍ବକପ୍ରେ ଖେଳାଯାଉଥିଲା ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍ । ସାମ୍ନାରେ ଥିଲେ ଭାରତ-ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଭାରତ ସାମ୍ନାରେ ବିଶାଳ ୩୩୯ ରନ୍ର ଟାର୍ଗେଟ ଦେଇଥିଲା । ଏହି ଲକ୍ଷ୍ୟକୁ ପିଛା କରୁଥିବା ଭାରତ ମାତ୍ର ୧୩ ରନ୍ରେ ହରାଇଥିଲା ପ୍ରଥମ ଓ୍ବିକେଟ୍ । ଆଉ ଏହା ପରେ ପାଳି ସମ୍ଭାଳିବାକୁ ଆସିଥିଲେ ୨୫ ବର୍ଷୀୟା ଜେମିମା ରୋଡ୍ରିଗ୍ସ । ତା'ପରେ ସେ ତାଙ୍କ ଦମଦାର ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆକୁ ମାତ୍ ଦେଇଥିଲେ । ଯାହାଫଳରେ ଭାରତ ଆଇସିସି ଦିନିକିଆ ମହିଳା ବିଶ୍ବକପ୍ର ଫାଇନାଲରେ ନିଜ ସ୍ଥାନ ପକ୍କା କରିପାରିଛି । ତେବେ ଜେମିମାଙ୍କ ଏହି ବିଶ୍ବକପ୍ ଯାତ୍ରା ଏତେଟା ସହଜ ନଥିଲା । ବିଶ୍ବକପ୍ର ପ୍ରଥମ ମ୍ୟାଚ୍ରେ ଖାତା ଖୋଲିପାରିନଥିଲେ । ଏମିତିକି ଦଳରୁ ବାଦ୍ ମଧ୍ୟ ପଡ଼ିଲେ । କିନ୍ତୁ ଏତେ ସବୁ ପରେ ବି ତାଙ୍କ ମନୋବଳ ଭାଙ୍ଗିନଥିଲା । ଲଢ଼େଇ କରିବା ଶିଖିଥିଲେ ସେ । ଆଉ ସେମିଫାଇନାଲ ମ୍ୟାଚ୍ରେ ଜଣେ ଲଢ଼ୁଆ ଖେଳାଳି କିପରି ଏକାକୀ ନିଜ ଦଳକୁ ବିଜୟର ସ୍ବାଦ ଚଖାଏ ତାହା ଦର୍ଶାଇଛନ୍ତି ଜେମିମା ।
ଚଳିତ ଆଇସିସି ମହିଳା ବିଶ୍ବକପ୍ ଆରମ୍ଭରୁ ଜେମିମାଙ୍କ ଭଲ ପ୍ରଦର୍ଶନ କରିପାରିନଥିଲେ । ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ସେ ଖାତା ଖୋଲିପାରିନଥିଲେ । ଏହା ପରେ ପାକିସ୍ତାନ ବିପକ୍ଷରେ ୩୨, ଦକ୍ଷିଣ ଆଫ୍ରିକା ବିପକ୍ଷରେ ୦ ଓ ଅଷ୍ଟ୍ରେଲିଆ ବିପକ୍ଷରେ ମାତ୍ର ୩୩ ରନ୍ କରିଥିଲେ । ଲଗାତର ୪ଟି ମ୍ୟାଚ୍ରେ ଫେଲ୍ ହେବା ପରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ତାଙ୍କୁ ବାଦ୍ ଦିଆଯାଇଥିଲା । ଏତେ ସବୁ ପରେ ବି ହାର୍ ମାନିନଥିଲେ ଜେମିମା । ନିଜର ହଜିଯାଇଥିବା ଫର୍ମକୁ ଫେରାଇବା ପାଇଁ ଲଢ଼େଇ ଜାରି ରଖିଥିଲେ ।
ସେହିପରି ଅଷ୍ଟ୍ରେଲିଆ ସେମିଫାଇନାଲରେ ଏକ ବିରାଟ ଲକ୍ଷ୍ୟ ଦେଇଥିଲା । ଆଉ ଏହି ଟାର୍ଗେଟକୁ ପୂରଣ କରିବାକୁ ଜେମିମା ନିଜେ ଦାୟିତ୍ବ ନେଇଥିଲେ । ଆଉ ଏହି ବଡ଼ ମ୍ୟାଚ୍ରେ ଶତକ ହାସଲ କରି ଭାରତକୁ ତୃତୀୟ ଥର ପାଇଁ ଦିନିକିଆ ବିଶ୍ବକପ୍ ଫାଇନାଲ ପ୍ରବେଶ କରାଇଛନ୍ତି । ଜେମିମାଙ୍କ ଐତିହାସିକ ଇନିଂସ ଯୋଗୁଁ ଭାରତୀୟ ଦଳ ବିଶ୍ୱକପ୍ ନକଆଉଟ୍ ମ୍ୟାଚ୍ରେ ନୂତନ ଇତିହାସ ସୃଷ୍ଟି କରିଛି ।
ଜେମିମା ୧୩୪ ବଲ୍ରୁ ୧୨୭ ରନ୍ କରି ଅପରାଜିତ ରହିଥିଲେ । ତାଙ୍କ ଇନିଂସରେ ୧୪ ଚୌକା ମାରିଲେ । ଏବେ ୨ ନଭେମ୍ବରରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷ ଫାଇନାଲ ମ୍ୟାଚ୍ ଖେଳିବ । ଏହି ମ୍ୟାଚ୍ରେ ଭାରତୀୟ ଏହି ଷ୍ଟାର ବ୍ୟାଟ୍ସମ୍ୟାନଙ୍କଠାରୁ ଏଭଳି ଇନିଂସ ଆଶା କରିଛନ୍ତି ।

ଆଉ ଯେତେବେଳେ ଭାରତୀୟ ଦଳ ସେମିଫାଇନାଲ ଦୌଡ଼ରୁ ବାଦ ପଡ଼ିବାର ସମ୍ଭାବନା ଦେଖାଯାଉଥିଲା, ସେ ସମୟରେ ଆଗକୁ ଆସିଥିଲେ ଜେମିମା ରୋଡ୍ରିଗ୍ସ । ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୫୫ ବଲ୍ରେ ୭୬ ରନ୍ର ଏକ ଚମତ୍କାର ଇନିଂସ ଖେଳି ଭାରତକୁ ବିଜୟ ଭେଟି ଦେଇଥିଲେ ।𝐇𝐞𝐫𝐜𝐮𝐥𝐞𝐚𝐧. 𝐇𝐢𝐬𝐭𝐨𝐫𝐢𝐜 🇮🇳#TeamIndia pull off the highest successful run-chase in women's ODI history to enter the #Final 👏🫡
— BCCI Women (@BCCIWomen) October 30, 2025
Drop one word for that effort 👇
Scorecard ▶ https://t.co/ou9H5gN60l#WomenInBlue | #CWC25 | #INDvAUS pic.twitter.com/S0O2lYf6XO
ସେହିପରି ଅଷ୍ଟ୍ରେଲିଆ ସେମିଫାଇନାଲରେ ଏକ ବିରାଟ ଲକ୍ଷ୍ୟ ଦେଇଥିଲା । ଆଉ ଏହି ଟାର୍ଗେଟକୁ ପୂରଣ କରିବାକୁ ଜେମିମା ନିଜେ ଦାୟିତ୍ବ ନେଇଥିଲେ । ଆଉ ଏହି ବଡ଼ ମ୍ୟାଚ୍ରେ ଶତକ ହାସଲ କରି ଭାରତକୁ ତୃତୀୟ ଥର ପାଇଁ ଦିନିକିଆ ବିଶ୍ବକପ୍ ଫାଇନାଲ ପ୍ରବେଶ କରାଇଛନ୍ତି । ଜେମିମାଙ୍କ ଐତିହାସିକ ଇନିଂସ ଯୋଗୁଁ ଭାରତୀୟ ଦଳ ବିଶ୍ୱକପ୍ ନକଆଉଟ୍ ମ୍ୟାଚ୍ରେ ନୂତନ ଇତିହାସ ସୃଷ୍ଟି କରିଛି ।
📽️ Raw reactions after an ecstatic win 🥹
— BCCI Women (@BCCIWomen) October 31, 2025
The #WomenInBlue celebrate a monumental victory and a record-breaking chase in Navi Mumbai 🥳
Get your #CWC25 tickets 🎟️ now: https://t.co/vGzkkgwXt4 #TeamIndia | #INDvAUS pic.twitter.com/MSV9AMX4K1
ଜେମିମା ୧୩୪ ବଲ୍ରୁ ୧୨୭ ରନ୍ କରି ଅପରାଜିତ ରହିଥିଲେ । ତାଙ୍କ ଇନିଂସରେ ୧୪ ଚୌକା ମାରିଲେ । ଏବେ ୨ ନଭେମ୍ବରରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷ ଫାଇନାଲ ମ୍ୟାଚ୍ ଖେଳିବ । ଏହି ମ୍ୟାଚ୍ରେ ଭାରତୀୟ ଏହି ଷ୍ଟାର ବ୍ୟାଟ୍ସମ୍ୟାନଙ୍କଠାରୁ ଏଭଳି ଇନିଂସ ଆଶା କରିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories