Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଅଷ୍ଟ୍ରେଲିଆରେ ପହଞ୍ଚିବା ସମ୍ପର୍କରେ ଜେମିମା ରୋଡ୍ରିଗେଜଙ୍କ ବୟାନ ଭାଇରାଲ

Sports

Cricket News / ଅଷ୍ଟ୍ରେଲିଆରେ ପହଞ୍ଚିବା ସମ୍ପର୍କରେ ଜେମିମା ରୋଡ୍ରିଗେଜଙ୍କ ବୟାନ ଭାଇରାଲ

Ritu Das
Browse all articles by Ritu Das
·6 months ago·2 min read
ଅଷ୍ଟ୍ରେଲିଆରେ ପହଞ୍ଚିବା ସମ୍ପର୍କରେ ଜେମିମା ରୋଡ୍ରିଗେଜଙ୍କ ବୟାନ ଭାଇରାଲ

Key Points

ଭାରତୀୟ ମହିଳା କ୍ରିକେଟ ଟିମର ଷ୍ଟାର ଖେଳାଳି ଜେମିମା ରୋଡ୍ରିଗେଜ ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି। ଜେମିମା ହେଉଛନ୍ତି ସେହି ଖେଳାଳି ଯିଏ ବିଶ୍ବକପ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇଥିଲେ।
ଆଉ ଟିମ ଇଣ୍ଡିଆ ସିଧା ଫାଇନାଲରେ ପହଞ୍ଚିଥିଲା। ଏବେ ଅଷ୍ଟ୍ରେଲିଆରେ ପହଞ୍ଚିବାପରେ ଜେମିମାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜେମିମା କହିଛନ୍ତ, " ମୋତେ ବିଶ୍ବାସ ହେଉନି କି ସେମିଫାଇନାଲ ପରେ ଅଷ୍ଟ୍ରେଲିଆ ମୋତେ ତା ସୀମା ଅତିକ୍ରମ କରିବାକୁ ଦେବ। କିନ୍ତୁ ମୁଁ ଏଠାକୁ ଆସିବା ପରେ ଦେଖିଲି ଯେ, ସମସ୍ତେ ଖୁବ ଖୁସିରେ ସ୍ବାଗତ କରୁଛନ୍ତି।

ଜେମିମା ଆଗକୁ ଆହୁରି କହିଛନ୍ତି ଯେ, ସତ କହିବାକୁ ଗଲେ ସେହି ବିଜୟ ପରେ ଭାରତୀୟ ମହିଳା ଟିମ ଆଗକୁ ବଢ଼ିଛି। କାରଣ ଆମେ ଜାଣିଛୁ କେବଳ ଭାରତ ନୁହେଁ ବିଶ୍ବ କ୍ରିକେଟରେ ଏକ ବଡ଼ ପରିବର୍ତ୍ତନ ଆସିଛି। ମହିଳା ଟିମ୍‌କୁ ଏବେ ଅନେକ ସାରା ଭଲ ପାଇବା ମିଳୁଛି। ଅଷ୍ଟ୍ରେଲିଆକୁ ସେମିଫାଇନାଲରେ ପରାସ୍ତ କରିଥିଲେ।

ଏହାସହ ପଢ଼ନ୍ତୁ: ମହମ୍ମଦ କୈଫ କହିଲେ ବଡ଼ କଥା, ଅନୁଷ୍କାଙ୍କୁ ବିବାହ ପରେ ବଦଳିଗଲେ କୋହଲି

ମହିଳା ବିଶ୍ବକପ ୨୦୨୫ ସେମିଫାଇନାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଟିମ ପ୍ରଥମେ ବ୍ୟାଟିଂ କରି ୩୩୯ ରନ କରିଥିଲେ। ଭାରତକୁ ୩୪୦ ରନର ଟାର୍ଗେଟ ଦେଇଥିଲା ଏହାଥିଲା ଭାରତ ପାଇଁ ବଡ଼ ଲକ୍ଷ୍ୟ। ଏହି ମ୍ୟାଚରେ ଜେମିମା ଜବରଦସ୍ତ ଖେଳିଥିଲେ। ଟାର୍ଗେଟ ଚେଜ କରି ଟିମକୁ ଜିତାଇବାପରେ କ୍ରିଜରେ ଫେରିଥିଲେ। ଏହି ମ୍ୟାଚରେ ୧୨୭ ରନ କରି ଜେମିମା ନଟଆଉଟ ରହିଥିଲେ।

ବିଶ୍ବକପ ଜିତିବାପରେ ଜେମିମା ଅଷ୍ଟ୍ରେଲିଆ ଗସ୍ତରେ ପହଞ୍ଚିଛନ୍ତି। ସେଠାରେ ଓ୍ବିମେନ ବିଗ ବାସ ଲିଗ ୨୦୨୫ (WBBL 2025)ର ଅଂଶ ହୋଇଛନ୍ତି। ଜେମିମା ଏହି ଟୁର୍ଣ୍ଣାମେଣ୍ଟରେ ବ୍ରିସବେନ ହିଟ ପାଇଁ ଖେଳୁଥିବାର ନଜର ଆସିବେ। ବିଗ୍ ବାସ୍ ଲିଗ୍‌ରେ ଜେମିମାହ ଏବଂ ତାଙ୍କ ଦଳର ଆରମ୍ଭ ନିରାଶାଜନକ ଥିଲା। ତାଙ୍କର ପ୍ରଥମ ମ୍ୟାଚ୍‌ରେ ଜେମିମାହ ତୃତୀୟ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। ସେ 9 ବଲ୍‌ରେ ମାତ୍ର 6 ରନ୍ କରିଥିଲେ। ବ୍ରିସବେନ ହିଟ୍‌ ସମ୍ପୂର୍ଣ୍ଣ 20 ଓଭରରେ 133 ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା।

ବ୍ରିସବେନ ହିଟ୍ ଏବଂ ରେନେଗେଡ୍ସ ମଧ୍ୟରେ ଅନୁଷ୍ଠିତ ବିଗ୍ ବାଶ୍ ଲିଗ୍ ମ୍ୟାଚ୍‌ରେ ରେନେଗେଡ୍ସ ୧୦ ୱିକେଟ୍‌ରେ ବିଜୟୀ ହୋଇଥିଲା। ତଥାପି, ଡିଏଲ୍ଏସ୍ ପଦ୍ଧତି ମାଧ୍ୟମରେ, ରେନେଗେଡ୍ସକୁ ୮ ଓଭରରେ ୬୬ ରନ୍‌ର ଟାର୍ଗେଟ ଦିଆଯାଇଥିଲା, ଯାହାକୁ ସେମାନେ ସହଜରେ ପିଛା କରିଥିଲେ। ଏବେ ସାରା ବିଶ୍ବ ଜେମିମାଙ୍କ ଫ୍ୟାନ ହୋଇଯାଇଛି। 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Jemimah Rodrigues’ Viral Statement in Australia | Argus News