Videos
|
Sports

John Abraham / ବଲିଉଡ୍‌ରୁ ସିଧା କ୍ରିକେଟ୍; ଜନ୍ ଆବ୍ରାହମ ହେଲେ ଏହି ଟିମ୍‌ର ମାଲିକ

Sushanta Sahoo
Browse all articles by Sushanta Sahoo
·2 months ago·2 min read
ବଲିଉଡ୍‌ରୁ ସିଧା କ୍ରିକେଟ୍; ଜନ୍ ଆବ୍ରାହମ ହେଲେ ଏହି ଟିମ୍‌ର ମାଲିକ
John Abraham Enters Cricket as Team Owner

Key Points

ଶାହରୁଖ ଖାନଙ୍କ କୋଲକାତା ନାଇଟ ରାଇଡର୍ସ, ପ୍ରୀତି ଜିଣ୍ଟାଙ୍କ ପଞ୍ଜାବ କିଙ୍ଗ୍ସ ପରେ ପ୍ରସିଦ୍ଧ ବଲିଉଡ୍ ଅଭିନେତା ଜନ୍ ଆବ୍ରାହମ କ୍ରିକେଟ୍ ପଛରେ ପାଗଳ ହୋଇଛନ୍ତି । ଜନ୍ ଆବ୍ରାହମ କିଣିଛନ୍ତି ଟି-ଟ୍ଵେଣ୍ଟି ଟିମ୍ ।
ମୁମ୍ବାଇ: କ୍ରିକେଟ୍ ପ୍ରେମରେ ବଲିଉଡ୍ ତାରକା । ଶାହରୁଖ ଖାନଙ୍କ କୋଲକାତା ନାଇଟ ରାଇଡର୍ସ, ପ୍ରୀତି ଜିଣ୍ଟାଙ୍କ ପଞ୍ଜାବ କିଙ୍ଗ୍ସ ପରେ ପ୍ରସିଦ୍ଧ ବଲିଉଡ୍ ଅଭିନେତା ଜନ୍ ଆବ୍ରାହମ କ୍ରିକେଟ୍ ପଛରେ ପାଗଳ ହୋଇଛନ୍ତି । ଜନ୍ ଆବ୍ରାହମ କିଣିଛନ୍ତି ଟି-ଟ୍ଵେଣ୍ଟି ଟିମ୍ ।

ବଲିଉଡ୍‌ର ଲୋକପ୍ରିୟ ଅଭିନେତା ଜନ୍ ଆବ୍ରାହମ ଏବେ କ୍ରିକେଟ୍ ଦୁନିଆରେ ପାଦ ଥାପିଛନ୍ତି । ୟୁରୋପିୟନ୍ T20 ପ୍ରିମିୟର୍ ଲିଗ୍ (ETPL)ର ଫ୍ରାଞ୍ଚାଇଜ୍ ରଟରଡ୍ୟାମ୍ ଡକର୍ସର ସହ ମାଲିକ ବନିଛନ୍ତି ଜନ୍ ଆବ୍ରାହମ ।

ଏଥିସହ ପଢ଼ନ୍ତୁ: ନେଟରେ ବୈଭବଙ୍କ ବଡ଼ ବଡ଼ ସଟ ଦେଖି ଛାନିଆ ହେଲା ବିସିସିଆଇ…ବୈଭବ ସତରେ ବିସ୍ମୟ 

ୟୁରୋପିୟନ ଟି-ଟ୍ଵେଣ୍ଟି ପ୍ରିମିୟର୍ ଲିଗ୍‌ର ପ୍ରଥମ ସଂସ୍କରଣରେ ଭାଗ ନେଉଥିବା ୬ ଫ୍ରାଞ୍ଚାଇଜ୍ ମଧ୍ୟରୁ ରଟରଡ୍ୟାମ୍ ଡକର୍ସ ହେଉଛି ଗୋଟିଏ ଟିମ୍ । ୨୦୨୬ ଅଗଷ୍ଟ ୨୬ରୁ ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ଖେଳାଯିବ ୟୁରୋପିୟନ ଟି-ଟ୍ଵେଣ୍ଟି ପ୍ରିମିୟର୍ ଲିଗ୍‌ର ପ୍ରଥମ ସଂସ୍କରଣ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରଟରଡ୍ୟାମ୍ ଡକର୍ସର ମାଲିକାନା ପୂର୍ବରୁ ବରିଷ୍ଠ କ୍ରିକେଟର ଜୋଣ୍ଟି ରୋଡସ୍, ଫାଫ ଜୁ ପ୍ଲେସିସ୍, ହେନରିକ କ୍ଲାସେନ ଓ ମଧୁକର ଶ୍ରୀଙ୍କ ପାଖରେ ଥିଲା । ଏବେ ଏହି ଷ୍ଟାର୍ ଟିମ୍‌ରେ ଜନ୍ ଆବ୍ରାହମ ସାମିଲ୍ ହୋଇଛନ୍ତି ।

ETPLରେ ୬ଟି ସହରର ଦଳ ଭାଗ ନେବେ । ଜୋ ଗ୍ଲାସଗୋ, ଏମଷ୍ଟର୍ଡମ, ଏଡିନବର୍ଗ, ଡବଲିନ୍, ବେଲଫାଷ୍ଟ ଓ ରଟରଡ୍ୟାମ୍‌କୁ ପ୍ରତିନିଧିତ୍ଵ କରିବେ । ଏହି ଲିଗ୍ ୟୁରୋପରେ କ୍ରିକେଟର ନୂଆ ଓ ରୋମାଞ୍ଚକ ଅଧ୍ୟାୟ ଆରମ୍ଭ କରିବ ।


ୟୁରୋପିୟନ୍ T20 ପ୍ରିମିୟର୍ ଲିଗ୍ (ETPL)ରେ ମୋଟ ୩୨ଟି ମ୍ୟାଚ୍ ଖେଳାଯିବ । ଯେଉଁଠି ୟୁରୋପର ଉଦୀୟମାନ ଖେଳାଳିଙ୍କୁ ସୁଯୋଗ ମିଳିବ । ଅନ୍ତର୍ଜାତୀୟ କ୍ରିକେଟର ବଡ଼ ଖେଳାଳିଙ୍କ ସହ ଖେଳିବାର ମଉକା ପାଇବେ ୟୁରୋପର ଖେଳାଳି । ଏଥିସହ ଆୟାରଲ୍ୟାଣ୍ଡ, ସ୍କଟଲ୍ୟାଣ୍ଡ ଓ ନେଦରଲ୍ୟାଣ୍ଡ ଆଦି ଦେଶରେ କ୍ରିକେଟ୍‌କୁ ପ୍ରୋତ୍ସାହନ ମିଳିବ ସହ ଖେଳର ଦ୍ରୁତ ବିକାଶ ହୋଇ ପାରିବ ।

ଏଥିସହ ପଢ଼ନ୍ତୁ: ବୈଭବଙ୍କୁ ନେଇ ଆୟରଲ୍ୟାଣ୍ଡ ଅଧିନାୟକଙ୍କ ବଡ଼ ବୟାନ….୧୫ ବର୍ଷୀୟ ଷ୍ଟାରଙ୍କ ଡେବ୍ୟୁକୁ ନେଇ କହିଦେଲେ ଏମିତି 

ରଟରଡମ୍ ଡକର୍ସ ଟିମ୍‌ ସହ ଯୋଡ଼ି ହେବା ପରେ ଜନ୍ ଆବ୍ରାହମ୍ କହିଛନ୍ତି, "କ୍ରିକେଟ୍ ଲୋକଙ୍କୁ ପ୍ରେରଣା ଦିଏ, ଏକଜୁଟ୍ କରେ ଓ ନୂଆ ସୁଯୋଗ ପାଇଁ ଶକ୍ତି ଦିଏ । ଆଉ ଏହି କଥା ମୋତେ ୟୁରୋପିୟନ ଟି-ଟ୍ଵେଣ୍ଟି ପ୍ରିମିୟର୍ ଲିଗ୍‌ ପାଇଁ ଅଧିକ ଉତ୍ସାହିତ କରିଛି ।"

କ୍ରିକେଟର ବିକାଶ ପାଇଁ ୟୁରୋପ ଏକ ରୋମାଞ୍ଚକର ବଜାର ମଧ୍ୟରୁ ଗୋଟିଏ । ରଟରଡ୍ୟାମ୍ ଡକର୍ସ ପାଖରେ ଏଥିପାଇଁ ଦୂରଦୃଷ୍ଟି, ନେତୃତ୍ଵ ଓ ମହତ୍ଵକାଂକ୍ଷା ରହିଛି । ଏହି ଯାତ୍ରାର ଅଂଶ ହୋଇ ବହୁତ ଖୁସି ଲାଗୁଛି ବୋଲି ଲେଖିଛନ୍ତି ଜନ୍ ଆବ୍ରାହମ୍ ।