Videos
|
Sports

Test Cricket World Record / ୧୫୦ ବର୍ଷରେ ପ୍ରଥମ ଥର...୫ ଓଭର-୫ ମେଡେନ୍‌- ୫ ଓ୍ବିକେଟ୍‌, ଏମିତି ରେକର୍ଡ ଦେଖିନଥିଲା କ୍ରିକେଟ୍ ଦୁନିଆ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
୧୫୦ ବର୍ଷରେ ପ୍ରଥମ ଥର...୫ ଓଭର-୫ ମେଡେନ୍‌- ୫ ଓ୍ବିକେଟ୍‌, ଏମିତି ରେକର୍ଡ ଦେଖିନଥିଲା କ୍ରିକେଟ୍ ଦୁନିଆ
Justin Greaves

Key Points

ବିଶ୍ୱ କ୍ରିକେଟ୍‌ରେ ହଇଚଇ
୧୫୦ ବର୍ଷ ପରେ ଭାଙ୍ଗିଲା ଅସମ୍ଭବ ରେକର୍ଡ
୫ ଓଭର, ୫ ୱିକେଟ୍, ୫ ମେଡେନ୍
ଗୋଟିଏ ପରେ ଗୋଟିଏ ମେଡେନ୍ ଓଭର, ପ୍ରତ୍ୟେକ ଓଭରରେ ଗୋଟିଏ ଲେଖାଏଁ ୱିକେଟ୍ । ଆଉ ଦେଖୁଦେଖୁ ଭାଙ୍ଗିଗଲା ୧୫୦ ବର୍ଷର ଟେଷ୍ଟ କ୍ରିକେଟ୍‌ର ସବୁ ପୁରୁଣା ରେକର୍ଡ । ୱେଷ୍ଟଇଣ୍ଡିଜ୍‌ର ଜଷ୍ଟିନ୍ ଗ୍ରିଭ୍ସଙ୍କ ଘାତକ ବୋଲିଂ ପାକିସ୍ତାନକୁ ବଡ଼ ସଙ୍କଟରେ ପକାଇଦେଇଥିଲା । ତାଙ୍କ ବିଧ୍ୱଂସୀ ବୋଲିଂ ସାମ୍ନାରେ ପାକିସ୍ତାନର ବ୍ୟାଟିଂ କ୍ରମ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲା ।

ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟ୍ରିନିଦାଦ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌ର ଅଲରାଉଣ୍ଡର ଜଷ୍ଟିନ୍ ଗ୍ରିଭ୍ସ ଏକ ଐତିହାସିକ ବିଶ୍ୱ ରେକର୍ଡ ସୃଷ୍ଟି କରି ସମସ୍ତଙ୍କ ନଜରକୁ ଆସିଛନ୍ତି । ୧୫୦ ବର୍ଷର ଟେଷ୍ଟ କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ କୌଣସି ବୋଲର ଲଗାତାର ପାଞ୍ଚଟି ମେଡେନ୍ ଓଭର ବୋଲିଂ କରି ପ୍ରତ୍ୟେକ ଓଭରରେ ଗୋଟିଏ ଲେଖାଏଁ ୱିକେଟ୍ ନେବାର କୀର୍ତ୍ତିମାନ ନିଜ ନାମରେ କରିଛନ୍ତି ।

ଏହା ପୂର୍ବରୁ ଇଂଲଣ୍ଡର ପୂର୍ବତନ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍ ୨୦୧୬ ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଲଗାତାର ଚାରିଟି ମେଡେନ୍ ଓଭରରେ ଚାରିଟି ୱିକେଟ୍ ନେଇ ରେକର୍ଡ କରିଥିଲେ । ଏହାର ପ୍ରାୟ ଦଶ ବର୍ଷ ପରେ ଜଷ୍ଟିନ୍ ଗ୍ରିଭ୍ସ ସେହି ରେକର୍ଡକୁ ଭାଙ୍ଗି ନୂଆ ଇତିହାସ ରଚିଛନ୍ତି ।

ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ୩୧୧ ରନ୍ ସଂଗ୍ରହ କରିଥିଲା। ଜବାବରେ ପାକିସ୍ତାନ ଦମଦାର ଆରମ୍ଭ କରି ୩ ୱିକେଟ୍‌ରେ ୨୪୪ ରନ୍ କରି ଭଲ ସ୍ଥିତିରେ ଥିଲା । କିନ୍ତୁ ଏହା ପରେ ଜଷ୍ଟିନ୍ ଗ୍ରିଭ୍ସଙ୍କ ଘାତକ ବୋଲିଂ ସାମ୍ନାରେ ପାକିସ୍ତାନର ବ୍ୟାଟିଂ କ୍ରମ ତାସଘର ଭଳି ଭୁଶୁଡ଼ି ପଡ଼ିଥିଲା ।

ଗ୍ରିଭ୍ସଙ୍କ ଐତିହାସିକ ସ୍ପେଲ୍ ୬୪ ତମ ଓଭରରୁ ଆରମ୍ଭ ହୋଇଥିଲା । ସେ ପ୍ରଥମେ ଶତକ ହାସଲ କରିଥିବା ଶାନ୍ ମସୁଦଙ୍କୁ ୧୦୯ ରନ୍‌ରେ ବୋଲ୍ଡ କରିଥିଲେ । ଏହା ପରେ ପରବର୍ତ୍ତୀ ଚାରିଟି ଓଭରକୁ ମେଡେନ୍ ରଖି କ୍ରମାଗତ ଭାବେ ଆମିର ଜମାଲ, ଅଲି ଉସ୍ମାନ, ମହମ୍ମଦ ରିଜୱାନ ଓ ମହମ୍ମଦ ଅବ୍ବାସଙ୍କ ୱିକେଟ୍ ଅକ୍ତିଆର କରିଥିଲେ ।
ମ୍ୟାଚ୍‌ର କଥା ଯଦି କହିବା ତାହାଲେ, ପ୍ରଥମ ଇନିଂସ୍‌ରେ ୨୯ ରନ୍‌ର ଲିଡ୍ ନେଇଥିବା ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଇନିଂସ୍‌ରେ ୧୮୧ ରନ୍ କରିଥିଲା। ଫଳରେ ପାକିସ୍ତାନ ସମ୍ମୁଖରେ ୨୧୧ ରନ୍‌ର ବିଜୟ ଲକ୍ଷ୍ୟ ରଖାଯାଇଛି । କିନ୍ତୁ ପାକିସ୍ତାନ ମାତ୍ର ୧୨୦ ରନ୍‌ କରି ଅଲଆଉଟ୍‌ ହୋଇଥିଲା । ଯାହାଫଳରେ ଓ୍ବେଷ୍ଟଇଣ୍ଡିଜ୍‌ ଏହି ମ୍ୟାଚ୍‌କୁ ୯୦ ରନ୍‌ରେ ନିଜ ନାମରେ କରିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: