Videos
|
Sports

Rabada Controversy / ରାବାଡାଙ୍କୁ ନେଇ ବଡ଼ ବିବାଦ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ସିଗାରେଟ୍‌ ଟାଣୁଥିବାର ଭିଡିଓ

Santosh Kumar Sahoo
Browse all articles by Santosh Kumar Sahoo
·3 months ago·1 min read
ରାବାଡାଙ୍କୁ ନେଇ ବଡ଼ ବିବାଦ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ସିଗାରେଟ୍‌ ଟାଣୁଥିବାର ଭିଡିଓ
Kagiso Rabada

Key Points

ରାବାଡାଙ୍କୁ ନେଇ ବଡ଼ ବିବାଦ
ସିଗାରେଟ୍‌ ଟାଣୁଛନ୍ତି ରାବାଡା
ସୋସିଆଲ ମିଡିଆରେ ଭାଇରାଲ ଭିଡିଓ
ସୋସିଆଲ ମିଡିଆରେ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି ଗୁଜରାଟ ଟାଇଟନ୍ସର ଦ୍ରୁତ ବୋଲର କାଗିସୋ ରାବାଡା । ସେ ନିଜ ଖେଳ ପାଇଁ ବରଂ ଭୁଲ କାରଣ ପାଇଁ ଚର୍ଚ୍ଚାରେ ଅଛନ୍ତି । ଏଥର କାରଣ ତାଙ୍କର ହାଇ-ସ୍ପିଡ୍ ବୋଲିଂ କିମ୍ବା ତାଙ୍କ ଓ୍ବିକେଟ୍‌କୁ ନେଇ ନୁହେଁ ବରଂ ସେ ସିଗାରେଟ୍ ଟାଣୁଥିବାର ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ ରାବାଡା ସିଗାରେଟ୍‌ ଟାଣୁଛନ୍ତି । ଧୂମପାନ କ୍ରିକେଟ୍ ନିୟମ ବିରୁଦ୍ଧରେ ନୁହେଁ, କିନ୍ତୁ ଏଥିପାଇଁ ରାବାଡାଙ୍କୁ କଡ଼ା ସମାଲୋଚନା କରାଯାଇଛି ।



ଭିଡିଓରେ ସ୍ପଷ୍ଟ ଭାବରେ ଜଣାପଡ଼ୁନାହିଁ କି ଧୂମପାନ କରୁଥିବା ବ୍ୟକ୍ତି ରାବାଡା କି ନୁହେଁ । କିନ୍ତୁ ପୂର୍ବରୁ ଡୋପିଂ ବିରୋଧୀ ଏଜେନ୍ସିଗୁଡ଼ିକ ଦ୍ୱାରା ରାବାଡାଙ୍କୁ ଟାର୍ଗେଟ କରାଯାଇଛି। ଗତ ବର୍ଷ ହିଁ ଦକ୍ଷିଣ ଆଫ୍ରିକାର ଆଣ୍ଟି-ଡୋପିଂ ଏଜେନ୍ସି ଦ୍ୱାରା ରାବାଡାଙ୍କୁ ଏକ ମାସ ପାଇଁ ନିଷିଦ୍ଧ କରାଯାଇଥିଲା। ଏହି କାରଣରୁ, ସେ IPL 2025 ସିଜିନ୍ ମଝିରେ ଛାଡି ଘରକୁ ଫେରି ଆସିଥିଲେ। କିଛି ମ୍ୟାଚ୍ ହରାଇବା ପରେ ସେ IPL କୁ ଫେରିଥିଲେ ।

IPL 2026 ବିଷୟରେ କହିବାକୁ ଗଲେ, କାଗିସୋ ରାବାଡା ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିଛନ୍ତି। ସେ ଟୁର୍ଣ୍ଣାମେଣ୍ଟରେ ଛଅଟି ମ୍ୟାଚରେ ୧୦ଟି ୱିକେଟ ନେଇଛନ୍ତି ଏବଂ ଏପର୍ଯ୍ୟନ୍ତ ଗୁଜରାଟ ଟାଇଟାନ୍ସ ପାଇଁ ଦ୍ୱିତୀୟ ସର୍ବାଧିକ ୱିକେଟ ନେବାରେ ସଫଳ ହୋଇଛନ୍ତି । ଗୁଜରାଟ ଟାଇଟାନ୍ସ ବର୍ତ୍ତମାନ ଛଅଟି ମ୍ୟାଚରୁ ତିନୋଟି ବିଜୟ ଏବଂ ତିନୋଟି ପରାଜୟ ସହିତ ପଏଣ୍ଟ ଟେବୁଲରେ ଷଷ୍ଠ ସ୍ଥାନରେ ଅଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Kagiso Rabada Controversy: Viral Smoking Video Sparks Debate | Argus News