World Athletics Continental Tour / କାଲିଠୁ କମ୍ପିବ କଳିଙ୍ଗ ଷ୍ଟାଡିୟମ୍, ବିଶ୍ୱର ଟପ୍ ଆଥଲେଟଙ୍କ ପ୍ରଦର୍ଶନ ଦେଖିବ ଓଡ଼ିଶା
·1 hour ago·1 min read

Key Points
ଓଡ଼ିଶାରେ ଆଥଲେଟିକ୍ସର ମହାମୁକାବିଲା
୨୬ ଦେଶର ୧୮୮ ଆଥଲେଟ୍
କଳିଙ୍ଗରେ ହେବ ରୋମାଞ୍ଚକର ଲଢ଼େଇ
୨୬ ଦେଶର ୧୮୮ ଆଥଲେଟ୍
କଳିଙ୍ଗରେ ହେବ ରୋମାଞ୍ଚକର ଲଢ଼େଇ
କଳିଙ୍ଗ ଷ୍ଟାଡିୟମରେ ପୁଣି ଦେଖିବାକୁ ମିଳିବ ବିଶ୍ବସ୍ତରୀୟ ଇଭେଣ୍ଟ । ଟପ୍ ଆଥଲେଟ୍ମାନେ ଇଣ୍ଡିଆନ୍ ଓପନ୍ ୱାର୍ଲ୍ଡ ଆଥଲେଟିକ୍ସ ସିଲଭର ଲେଭଲ୍ କଣ୍ଟିନେଣ୍ଟାଲ୍ ଟୁର୍ ୨୦୨୬ର ଭାଗ ନେବେ । ଉଭୟ ମହିଳା ଓ ପୁରୁଷ ବର୍ଗର ମୋଟ ୧୮ଟି ବିଭାଗର ପ୍ରତିଯୋଗିତାରେ ୨୬ଟି ରାଷ୍ଟ୍ରରୁ ୧୮୮ ଆଥଲେଟ୍ ଅଂଶଗ୍ରହଣ କରିବେ। ଏଥିରେ ସାମିଲ ରହିବେ ଭାରତର ୮୮ ପ୍ରତିଯୋଗୀ ।
ନିକଟରେ ଅନୁଷ୍ଠିତ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଡବଲ ରୌପ୍ୟ ପଦକ ଜିତିଥିବା ତଥା ବିଶ୍ୱ ଆଥଲେଟିକ୍ସର ରାଙ୍କ ୧୫ରେ ଥିବା ଭାରତୀୟ ପ୍ରତିଯୋଗୀ ଶ୍ରୀ ଶଙ୍କର, ଏସୀୟ ସଟଫୁଟ ଚାମ୍ପିଅନ ରୋହିତ୍ ଯାଦବ ଓ ଓଡ଼ିଆ ଧାବକ ଅନିମେଷ କୁଜୁରଙ୍କ ଉପରେ ରହିବ ତୀକ୍ଷ୍ଣ ନଜର । କେବଳ ଏତିକି ନୁହେଁ, ବ୍ରାଜିଲ ଓ ନାଇଜେରିଆ ଭଳି ଦେଶର ପ୍ରତିଷ୍ଠିତ କ୍ରୀଡ଼ାବିତଙ୍କ ଅଂଶଗ୍ରହଣ ଏହି ସିଲଭର କଣ୍ଟିନେଣ୍ଟଲ ଟୁରକୁ ଆହୁରି ଆକର୍ଷଣୀୟ କରିବ ।
ଏହି ମେଗା ଆଥଲେଟିକ୍ ଇଭେଣ୍ଟ ପାଇଁ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି । ୪୦୦ ମିଟର ଦୌଡ, ସଟ୍ ପୁଟ ଥ୍ରୋ', ଡିସକସ୍ ଥ୍ରୋ, ଜାଭେଲିନ୍, ହର୍ଡଲସ୍ ଭଳି ଇଭେଣ୍ଟରେ ପ୍ରତିଯୋଗୀଙ୍କ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିପାରେ । ସମସ୍ତ ପ୍ରତିଯୋଗିତାରେ ଭାରତୀୟ ଆଥଲେଟଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ଉପରେ ରହିବ ସମସ୍ତଙ୍କ ନଜର । ଘରୋଇ ପରିବେଶର ଫାଇଦା ଉଠାଇ ଚମତ୍କାର ପ୍ରଦର୍ଶନ ଲକ୍ଷ୍ୟରେ ଓଡ଼ିଆ ଆଥଲଟ୍ । ପ୍ରଦର୍ଶନ ଆଧାରରେ କ୍ରୀଡ଼ାବିତ ମାନଙ୍କ ପାଇଁ ପୁରସ୍କାର ରାଶି ଘୋଷଣା ହୋଇଛି । ପ୍ରଥମ ସ୍ଥାନରେ ରହୁଥିବା ଆଥଲେଟଙ୍କୁ ୧୬୦୦ ଡଲାର, ଦ୍ୱିତୀୟ ସ୍ଥାନ ପାଇଁ ୧୨୦୦ ଡଲାର, ତୃତୀୟ ସ୍ଥାନରେ ରହୁଥିବା ଆଥଲେଟ୍ ପାଇବେ ୯୦୦ ଡଲାର ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories