Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନ୍ୟୁଜିଲାଣ୍ଡ କ୍ରିକେଟ୍‌ରେ ଏକ ଯୁଗର ଅନ୍ତ, ହଠାତ୍ ଅବସର ଘୋଷଣା କଲେ କେନ୍ ଓ୍ବିଲିୟମସନ୍‌

Sports

Kane Williamson Retirement / ନ୍ୟୁଜିଲାଣ୍ଡ କ୍ରିକେଟ୍‌ରେ ଏକ ଯୁଗର ଅନ୍ତ, ହଠାତ୍ ଅବସର ଘୋଷଣା କଲେ କେନ୍ ଓ୍ବିଲିୟମସନ୍‌

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
ନ୍ୟୁଜିଲାଣ୍ଡ କ୍ରିକେଟ୍‌ରେ ଏକ ଯୁଗର ଅନ୍ତ, ହଠାତ୍ ଅବସର ଘୋଷଣା କଲେ କେନ୍ ଓ୍ବିଲିୟମସନ୍‌
Kane Williamson Retirement

Key Points

କିୱି କ୍ରିକେଟ୍‌କୁ ବଡ଼ ଝଟକା
କ୍ରିକେଟ୍‌କୁ ଅଲବିଦା କହିଲେ କେନ୍ ୱିଲିୟମସନ୍
ଭାବପ୍ରବଣ ହେଲେ ପ୍ରଶଂସକ
ବିଶ୍ୱ କ୍ରିକେଟର ସବୁଠାରୁ ସମ୍ମାନିତ ଏବଂ ସଫଳ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଜଣେ କେନ୍ ୱିଲିୟମସନ୍ ଶୁକ୍ରବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି । ୧୬ ବର୍ଷ ଧରି ନ୍ୟୁଜିଲାଣ୍ଡ ପାଇଁ ଖେଳୁଥିବା ଏହି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‌ ହଠାତ୍ ଅବସର ଘୋଷଣା କରି କ୍ରିକେଟ୍‌ ଜଗତକୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ତାଙ୍କର ଏହି ନିଷ୍ପତ୍ତି ପରେ ନ୍ୟୁଜିଲାଣ୍ଡ କ୍ରିକେଟରେ ଏକ ସୁବର୍ଣ୍ଣ ଯୁଗର ଅନ୍ତ ଘଟିଛି । ୱିଲିୟମସନ୍ ଚଳିତ ମାସର ଆରମ୍ଭରେ ଇଂଲଣ୍ଡ ବିପକ୍ଷରେ ଲର୍ଡସ୍ ଟେଷ୍ଟ ମ୍ୟାଚରେ ନ୍ୟୁଜିଲାଣ୍ଡ ପାଇଁ ଖେଳିଥିଲେ ।

୩୫ ବର୍ଷୀୟ କେନ୍ ୱିଲିୟମସନ୍ ନ୍ୟୁଜିଲାଣ୍ଡର ସର୍ବାଧିକ ରନ୍ ସ୍କୋର କରିଥିବା ବ୍ୟାଟ୍ସମ୍ୟାନ୍‌ । ସେ ଅନ୍ତର୍ଜାତୀୟ କ୍ରିକେଟରେ ୧୯,୩୪୬ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ୪୮ ଶତକ ଏବଂ ୬ଟି ଦ୍ୱିଶତକ ଅନ୍ତର୍ଭୁକ୍ତ । ସେ କେବଳ ଜଣେ ଚମତ୍କାର ବ୍ୟାଟ୍ସମ୍ୟାନ୍ ନୁହଁନ୍ତି ବରଂ ନ୍ୟୁଜିଲାଣ୍ଡ ପାଇଁ ଜଣେ ଉତ୍କୃଷ୍ଟ ଅଧିନାୟକ ମଧ୍ୟ । ଓ୍ବିଲିୟମସନ୍‌ ତିନୋଟି ଫର୍ମାଟରେ ନ୍ୟୁଜିଲାଣ୍ଡର ନେତୃତ୍ବ ନେଇଥିଲେ ।




୨୦୧୬ ରୁ ୨୦୨୪ ମଧ୍ୟରେ କେନ୍ ୱିଲିୟମସନ୍ ଅନ୍ତର୍ଜାତୀୟ କ୍ରିକେଟର ତିନୋଟି ଫର୍ମାଟରେ ନ୍ୟୁଜିଲାଣ୍ଡର ଅଧିନାୟକତ୍ୱ କରିଥିଲେ । ୱିଲିୟମସନଙ୍କ ଅଧିନାୟକତ୍ୱରେ, ନ୍ୟୁଜିଲାଣ୍ଡ ୨୦୨୧ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଜିତିଥିଲା । ସେ କିୱି ଦଳକୁ ଦୁଇଥର ICC ଟୁର୍ଣ୍ଣାମେଣ୍ଟର ଫାଇନାଲ ଏବଂ ତିନିଥର ସେମିଫାଇନାଲରେ ମଧ୍ୟ ନେତୃତ୍ୱ ନେଇଥିଲେ । ୨୦୧୦ରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିବା କେନ୍ ୱିଲିୟମସନ ନଭେମ୍ବର ୨୦୨୫ରେ ଟି-୨୦ ଆନ୍ତର୍ଜାତୀୟରୁ ଅବସର ନେଇଥିଲେ ।

ଅଧିକ ପଢ଼ନ୍ତୁ: ୧୪ ଟିମ୍, ୫୪ ମ୍ୟାଚ୍ ଓ ୩ ଆୟୋଜକ ଦେଶ; ପ୍ରସ୍ତୁତ ହେଲା ବିଶ୍ୱକପ୍ ୨୦୨୭ର ପୂରା ରୂପରେଖ


ଅବସର ପରେ କ'ଣ କହିଲେ କେନ୍‌ ?

ନ୍ୟୁଜିଲାଣ୍ଡ କ୍ରିକେଟ୍ ଦ୍ୱାରା ଜାରି ଏକ ପ୍ରେସ୍ ରିଲିଜରେ, କେନ୍ ୱିଲିୟମସନ କହିଛନ୍ତି, "ମୁଁ ବହୁତ ଦିନ ଧରି ଏହା ବିଷୟରେ ଭାବୁଛି, କିନ୍ତୁ ଏବେ ମୁଁ ଅନୁଭବ କରୁଛି ଯେ ସମୟ ଆସିଯାଇଛି । ମୋର ସବୁବେଳେ ଅନ୍ତର୍ଜାତୀୟ କ୍ରିକେଟ୍ ପ୍ରତି ଆଗ୍ରହ ଏବଂ ଭୋକ ରହିଛି ଏବଂ ମୁଁ ନ୍ୟୁଜିଲାଣ୍ଡ ପାଇଁ ଖେଳିଥିବା ପ୍ରତ୍ୟେକ ମ୍ୟାଚରେ ମୋର ସର୍ବୋତ୍ତମ ପ୍ରଦର୍ଶନ କରି ଗର୍ବିତ।"

କେନ୍ ୱିଲିୟମସନ ନ୍ୟୁଜିଲାଣ୍ଡ ପାଇଁ ୧୧୦ ଟେଷ୍ଟ, ୧୭୫ ଦିନିକିଆ ଏବଂ ୯୩ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ୱିଲିୟମସନ ଟେଷ୍ଟ କ୍ରିକେଟରେ ୯,୫୧୫ ରନ୍‌, ଦିନିକିଆରେ ୭,୨୫୭ ରନ୍ ଏବଂ ଟି-୨୦ ଆନ୍ତର୍ଜାତୀୟରେ ୨,୫୭୫ ରନ କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored