Kapil Dev / ଗମ୍ଭୀରଙ୍କୁ ନେଇ ବଡ଼ କଥା କହିଦେଲେ କପିଲ ଦେବ, ' ସେ କୋଚ୍ ନୁହନ୍ତି'
·6 months ago·2 min read

Key Points
ଗମ୍ଭୀର ବାସ୍ତବରେ କୋଚ୍ ନୁହେଁ
ଗମ୍ଭୀରଙ୍କୁ କଟାକ୍ଷ କଲେ କପିଲ ଦେବ
ଗମ୍ଭୀରଙ୍କୁ କଟାକ୍ଷ କଲେ କପିଲ ଦେବ
ପୁଣି ଥରେ ଟାର୍ଗେଟର ଶିକାର ହେଲେ ଗୌତମ ଗମ୍ଭୀର। ଗତ କିଛି ଦିନ ହେବ ଗମ୍ଭୀରଙ୍କୁ ନେଇ ଅନେକ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି। ପୂର୍ବରୁ ଆପଣ ଜାଣିଥିବେ ବରିଷ୍ଠ କ୍ରିକେଟ୍ ଭାଷ୍ୟକାର ହର୍ଷା ଭୋଗଲେ କିପରି ଭାବରେ ଗମ୍ଭୀରଙ୍କୁ ଟାର୍ଗେଟ କରିଛନ୍ତି ଏବଂ କହିଛନ୍ତି ଯେ, ନିଜକୁ ସିଇଓ ଭାବିବା ବନ୍ଦ କରନ୍ତୁ । ଠିକ ସେହିପରି ୧୯୮୩ ବିଶ୍ୱ ବିଜୟୀ ଭାରତୀୟ ଟିମ୍ କ୍ୟାପ୍ଟେନ୍ କପିଲ ଦେବ ଗମ୍ଭୀରଙ୍କୁ ସମାଲୋଚନା କରିଛନ୍ତି । ବର୍ତ୍ତମାନର କୋଚଙ୍କ କାର୍ଯ୍ୟ ଦକ୍ଷତାକୁ ନେଇ ସେ ପ୍ରଶ୍ନ କରିଛନ୍ତି । ଦଳରେ ମନମାନି ଚଲାଇଥିବାରୁ ଖପ୍ପା ପୂର୍ବତନ ଚାମ୍ପିଅନ୍ ।
କପିଲ ଦେବ କହିଛନ୍ତି ଯେ, କୋଚ୍ କିମ୍ବା ଅଧିନାୟକ ଦଳରେ ଆତ୍ମବିଶ୍ୱାସ ଭରିଥାନ୍ତି । ଦଳ ଆହୁରି ଭଲ କରିପାରିବ ବୋଲି ସେମାନେ କହିବା ଦରକାର । ଅଧିନାୟକ କେବଳ ନିଜ ସ୍କୋର୍ ନୁହେଁ ସମସ୍ତଙ୍କୁ ସାଥିରେ ଧରି ଆଗକୁ ବଢିବା ପାଇଁ ପ୍ରୟାସ କରନ୍ତୁ । ଯେଉଁମାନେ ଫର୍ମରେ ନାହାଁନ୍ତି ସେମାନେ କିପରି ଭଲ କରିବେ ସେନେଇ ପଦକ୍ଷେପ ନେବା ଜରୁରୀ ଅଟେ । ସେ ନିଜେ ଆଉଟ୍ ଫର୍ମ ଫର୍ମ ଖେଳାଳିଙ୍କ ସହ ସମୟ ବିତାଇବାକୁ ପସନ୍ଦ କରିଥାନ୍ତି ।ସେ ଆହୁରି କହଛନ୍ତି ଯେ, ଅନ୍ତଲର୍ଜାତୀୟ ସ୍ତରରେ ଟପ୍ ପ୍ଲେୟାରମାନେ କୋଚଙ୍କ ପରାମର୍ଶ ଆବଶ୍ୟକ କରନ୍ତି ନାହିଁ । କେମିତି ଗମ୍ଭୀର ଜଣେ ଲେଗ୍ ସ୍ପିନର୍ କିମ୍ବା ଓ୍ୱିକେଟ୍ କିପରଙ୍କୁ ପରାମର୍ଶ ଦେବେ ବୋଲି ସେ ପ୍ରଶ୍ନ କରିଛନ୍ତି । ଡ୍ରେସିଂ ରୁମରେ ସକରାତ୍ମକ ପରିବେଶ ରକ୍ଷା କରିବାରେ କୋଚଙ୍କ ଭୂମିକା ରହିଥାଏ । ମ୍ୟାନେଜମେଣ୍ଟ୍ ସବୁଠୁ ଗୁରୁତ୍ୱପୂର୍ଣ୍ଣ । କୋଚ୍ ଭାବେ ସମସ୍ତ ଖେଳାଳିଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ମନରେ ବିଶ୍ୱାସ ଭରିବା କୋଚଙ୍କ ପ୍ରମୁଖ କାର୍ଯ୍ୟ ହେବା ଦରକାର ।
କପିଲ ଏହା ମଧ୍ୟ କହିଛନ୍ତି ଯେ, ଆଜି କାଲିର କୋଚ୍ ମାନେ କୋଚିଂ ଦେବା ବଦଳରେ ପ୍ଲେୟାର ମ୍ୟାନେଜମେଣ୍ଟ୍ କରୁଛନ୍ତି । କୋଚଙ୍କ ଦାୟିତ୍ୱକୁ କେହି ବୁଝି ପାରୁନାହାଁନ୍ତି । ଶବ୍ଦକୁ ହାଲୁକା ଭାବେ ନିଆଯାଉଛି । ଗମ୍ଭୀର ବାସ୍ତବରେ କୋଚ୍ ନୁହେଁ । ସେ ଏବେ ଦଳର ମ୍ୟାନେଜର ପାଲଟିଛନ୍ତି । କପିଲ ଦେବଙ୍କ ଏହି ବୟାନ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି।
ଏଥିସହ ପଢ଼ନ୍ତୁ: ବିରାଟଙ୍କ ଉପରେ ପ୍ରବଳ ବର୍ଷିଲେ ଫ୍ୟାନ୍ସ, କହିଲେ କିଛି ବି ଠିକ୍ କଲନି
ବରିଷ୍ଠ କ୍ରିକେଟ୍ ଭାଷ୍ୟକାର ହର୍ଷା ଭୋଗଲେ ଗମ୍ଭୀରଙ୍କୁ ନେଇ କହିଥିଲେ ଯେ, ଗମ୍ଭୀର ନିଜକୁ ସିଇଓ ନଭାବିବା ଦରକାର । ସେ କେବଳ ଜଣେ ପରାମର୍ଶଦାତା ଭାବେ କାମ କରିବା ଉଚିତ୍ । ଦଳର ଅଧିନାୟକ ହେଉଛନ୍ତି ସିଇଓ । କୋଚ୍ ଦଳକୁ ନିଜେ ପରିଚାଳନା କରିବାଠୁ ଦୂରରେ ରହିଲେ ଭଲ ହେବ । ସେ ଆହୁରି କହିଛନ୍ତି ଯେ, ଆଜିକାଲି ଟି20ର କ୍ରେଜ୍ ବଢୁଛି । ଅନେକ ସ୍ଥାନରେ ଫ୍ରାଞ୍ଚାଇଜି କ୍ରିକେଟ୍ ଖେଳ ହେଉଛି । କ୍ରିକେଟରମାନେ ଭଲ ଖେଳୁଛନ୍ତି । କିନ୍ତୁ କୋଚଙ୍କ ପାଇଁ ମ୍ୟାଚର ଦୁଇ ଦିନ ପୂର୍ବରୁ ସେମାନଙ୍କୁ ଦଳରୁ ବାହାର କରିଦିଆଯାଇଛି । ଏସବୁ ଉପରେ କ୍ୟାପ୍ଟେନ୍ ହିଁ ରୋକ୍ ଲଗାଇପାରିବେ । କୋଚଙ୍କ ମନମାନୀ ସଦାବେଳେ ଚାଲିବ ନାହିଁ । ଏ ସମସ୍ତ ଟିପ୍ପଣୀକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଗୌତମ ଗମ୍ଭୀର କୌଣସି ମତ ଦେଇନଥିବା ଜଣାପଡ଼ିଛି।
ଅଧିକ ପଢ଼ନ୍ତୁ ଖେଳ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories