Videos
|
Sports

Virat Kohli / ବିରାଟଙ୍କ ଉପରେ ପ୍ରବଳ ବର୍ଷିଲେ ଫ୍ୟାନ୍ସ, କହିଲେ କିଛି ବି ଠିକ୍‌ କଲନି

Banajyotshna Ray
Browse all articles by Banajyotshna Ray
·9 months ago·2 min read
ବିରାଟଙ୍କ ଉପରେ ପ୍ରବଳ ବର୍ଷିଲେ ଫ୍ୟାନ୍ସ, କହିଲେ କିଛି ବି ଠିକ୍‌ କଲନି
Virat Kohli

Key Points

ସୋସିଆଲ ମିଡିଆରେ ବିରାଟଙ୍କୁ ଟ୍ରୋଲ !
ବର୍ଷିଲେ ଫ୍ୟାନ୍ସ, କହିଲେ... କଣ ଶିଖୁଛ

ପୁଣି ଟ୍ରୋଲର ଶିକାର ହେଲେ ବିରାଟ କୋହଲି। ସୋସିଆଲ ମିଡିଆରେ ଅନେକ କମେଣ୍ଟ କରୁଛନ୍ତି ୟୁଜର୍ସ। କେହି କେହି କହୁଛନ୍ତି କି ପ୍ରେମାନନ୍ଦଜୀ ଙ୍କ ପାଖକୁ ଯିବାର ଫାଇଦା କଣ ? କିନ୍ତୁ ଏମିତି କଣ କରିଦେଲେ ବିରାଟ ? କାହିଁକି ଏମିତି କହୁଛନ୍ତି ୟୁଜର୍ସ ? ଗତ ୧୬ ତାରିଖରେ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ବୃନ୍ଦାବନରେ ପହଞ୍ଚିଥିଲେ, ଯେଉଁଠାରେ ସେମାନେ କେଲି କୁଞ୍ଜ ଆଶ୍ରମରେ ସନ୍ଥ ପ୍ରେମାନନ୍ଦ ଜୀ ମହାରାଜଙ୍କୁ ଦର୍ଶନ କରିଥିଲେ। ତାଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ। ତୃତୀୟ ଥର ଅନୁଷ୍କା ଏବଂ ବିରାଟ ପ୍ରେମାନନ୍ଦ ଜୀ ମହାରାଜଙ୍କୁ ଦର୍ଶନ କରିଥିଲେ।

କିନ୍ତୁ ପ୍ରେମାନନ୍ଦ ଜୀ ମହାରାଜଙ୍କୁ ଭେଟିବା ପରେ ଅନୁଷ୍କା ଏବଂ ବିରାଟ ମୁମ୍ବାଇରେ ଏୟାରପୋର୍ଟ ପହଞ୍ଚିବା ପୂର୍ବରୁ ଗୋଟିଏ ଘଟଣା ଘଟିଥିଲା। ବିମାନବନ୍ଦରରେ ଜଣେ ଦିବ୍ୟାଙ୍ଗ ପ୍ରଶଂସକ କୋହଲିଙ୍କୁ ଉତ୍କଣ୍ଠାର ସହିତ ଅପେକ୍ଷା କରି ରହିଥିଲେ। ଯେତେବେଳେ କୋହଲି ଆସିଲେ, ସେହି ସମୟରେ ଏକ ଫଟୋ ଉଠାଇବାକୁ ଅନୁରୋଧ କରିଥିଲେ। କିନ୍ତୁ ସେ ଏବଂ ଅନୁଷ୍କା ସେହି ପ୍ରଶଂସକଙ୍କୁ ଅଣଦେଖା କରିଥିଲେ।ଏପରିକି ଅନୁଷ୍କା ଏବଂ ବିରାଟ ଦିବ୍ୟାଙ୍ଗ ପ୍ରଶଂସକଙ୍କୁ ଚାହିଁବି ନଥିଲେ। ଧକ୍କା ଦେଇ ସେମାନେ ତାଙ୍କ କାର ଆଡ଼କୁ ସିଧା ଚାଲିଯାଇଥିଲେ। ପ୍ରଶଂସକ ଜଣଙ୍କ ନିରାଶ ହୋଇଥିଲେ।

ଏଥିସହ ପଢ଼ନ୍ତୁ: ହସିନା ବିରୋଧୀ ନେତାଙ୍କ ମୃତ୍ୟୁ ପରେ ପୁଣି ଜଳିଲା ଢାକା

ଏ ଭିଡିଓଟି ବେଶ ଭାଇରାଲ ହେବାରେ ଲାଗିଛି। ଆଉ ଯାହା ପରେ ଟ୍ରୋଲର ଶିକାର ହୋଇଛନ୍ତି ବିରାଟ ଅନୁଷ୍କା। ମଣିଷ ମାତ୍ରକେ ଭୁଲ। କିନ୍ତୁ ସେଇ ଭୁଲକୁ ମାନି ନେବା ମହାନ ଗୁଣ। ଅନୁତାପ କରିବା ମଣିଷ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣିପାରେ। ଆମେ ଏଠି ବଡ଼ ନୁହେଁ। ଆମକୁ ସୃଷ୍ଟି କରିଥିବା ସେଇ ପରବ୍ରହ୍ମ ହିଁ ବଡ଼। ଏହା ମୋର କି ଆପଣଙ୍କ ମତ ନୁହେଁ। ସ୍ୱୟଂ ମହାନ ସନ୍ଥ ପ୍ରେମାନନ୍ଦଜୀ ମହାରାଜାଙ୍କ ଏ ଦିବ୍ୟଜ୍ଞାନ ଅନେକଙ୍କ ମାର୍ଗଦର୍ଶନ ହୋଇପାରିଛି। ଏହା କେବଳ ସେଇ ଦିବ୍ୟାଙ୍ଗ ପ୍ରଶଂସକଙ୍କୁ ନୁହେଁ ବରଂ ସମ୍ପୂର୍ଣ୍ଣ କ୍ରୀଡାପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି। ଅନୁଷ୍କା ଏବଂ ବିରାଟଙ୍କ ଏହି ମନୋଭାବକୁ ନେଇ ୟୁଜର୍ସ କ୍ରୋଧିତ ହୋଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିରୁଷ୍କାଙ୍କୁ କଡ଼ା ସମାଲୋଚନା। ପ୍ରେମାନନ୍ଦ ଜୀ ମହାରାଜଙ୍କ ପାଖରୁ ଯିବାର ଫାଇଦା କଣ ? ଏଭଳି ପ୍ରଶ୍ନ ଉଠାଇ ପ୍ରବଳ ବର୍ଷିଛନ୍ତି ବିରାଟଙ୍କ ଫ୍ୟାନ୍ସ। ଅନ୍ୟ ଜଣେ ଲେଖିଛନ୍ତି, "ଯଦି ଜଣେ ବୃନ୍ଦାବନରୁ ଫେରିବା ପରେ ମଧ୍ୟ ଏତେ ଅହଂକାର ଏବଂ ଗର୍ବ ବହନ କରିଚାଲେ, ତେବେ ପ୍ରେମାନନ୍ଦ ଜୀଙ୍କୁ ଭେଟିବାର ଅର୍ଥ କ'ଣ? କେବଳ ଗୋଟିଏ ସେଲଫି ଫଟୋଟି ଚାହୁଁଥିବା ଏକ ଦିବ୍ୟାଙ୍ଗ ପିଲାକୁ ଅଣଦେଖା କରିବା ହୃଦୟ ବିଦାରକ। ଯାହାକୁ ନେଇ ଟ୍ରୋଲ ହୋଇଛନ୍ତି ବିରାଟ ଅନୁଷ୍କା।

ଅଧିକ ପଢ଼ନ୍ତୁ ଖେଳ ଖବର: 

Related Topics

Explore more stories