Kavya Maran Wedding / SRH ମାଲିକାଣୀ କାବ୍ୟା ମାରନଙ୍କ ବିବାହ ଫିକ୍ସ ? ସାମ୍ନାକୁ ଆସିଲା ତାରିଖ, ଜାଣନ୍ତୁ କିଏ ହେବେ ବର ?
·2 weeks ago·2 min read

Key Points
କାବ୍ୟା ମାରନଙ୍କ ବିବାହକୁ ନେଇ ବଡ଼ ଖବର
ନଭେମ୍ବରରେ ହେବ କି ବାହାଘର?
ଅନିରୁଦ୍ଧଙ୍କ ସହ କାବ୍ୟା ମାରନଙ୍କ ବିବାହ ?
ନଭେମ୍ବରରେ ହେବ କି ବାହାଘର?
ଅନିରୁଦ୍ଧଙ୍କ ସହ କାବ୍ୟା ମାରନଙ୍କ ବିବାହ ?
କ୍ରିକେଟ୍ ମଇଦାନରେ ନିଜ ଦମଦାର ଅନ୍ଦାଜ ଓ ଷ୍ଟାଇଲ୍ ପାଇଁ ଚର୍ଚ୍ଚାରେ ରହୁଥିବା କାବ୍ୟା ମାରନ୍ ଏବେ କ୍ରିକେଟ୍ ବାହାରର ଏକ ଖବରକୁ ନେଇ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ସଙ୍ଗୀତ ଦୁନିଆର ଲୋକପ୍ରିୟ ନାମ ଅନିରୁଦ୍ଧ ରବିଚନ୍ଦରଙ୍କ ସହ ତାଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏପରିକି ବିବାହ ସ୍ଥାନରୁ ଆରମ୍ଭ କରି ତାରିଖ ପର୍ଯ୍ୟନ୍ତ ଅନେକ ଖବର ସାମ୍ନାକୁ ଆସିଛି ।
କ୍ରିକେଟ୍ ମଇଦାନରୁ ନେଇ ବ୍ୟବସାୟ ଜଗତ ପର୍ଯ୍ୟନ୍ତ ନିଜର ଦମଦାର ପରିଚୟ ସୃଷ୍ଟି କରିଥିବା ସନରାଇଜର୍ସ ଟିମ୍ର ସହ-ମାଲିକ ତଥା ସିଇଓ କାବ୍ୟା ମାରନ୍ ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ । ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚନ୍ଦରଙ୍କ ସହ କାବ୍ୟାଙ୍କ ବିବାହ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ଏପରିକି କିଛି ରିପୋର୍ଟରେ ବିବାହ ତାରିଖ ମଧ୍ୟ ସାମ୍ନାକୁ ଆସିଥିବା ଦାବି କରାଯାଉଛି ।
ଗ୍ରୀସ୍ରେ ହୋଇପାରେ ବିବାହ !
ରିପୋର୍ଟ ଅନୁସାରେ, କାବ୍ୟା ମାରନ୍ ଓ ଅନିରୁଦ୍ଧ ରବିଚନ୍ଦର ଭାରତ ବାହାରେ ଗ୍ରୀସ୍ରେ ବିବାହ କରିପାରନ୍ତି । ନଭେମ୍ବର ୧୦ରେ ଏହି ବିବାହ ହେବ ବୋଲି ଚର୍ଚ୍ଚା ହେଉଛି । ତେବେ ଏହି ଖବର ଉପରେ କାବ୍ୟା କିମ୍ବା ଅନିରୁଦ୍ଧଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଅଧିକାରିକ ବୟାନ ଆସିନାହିଁ । ତେଣୁ ବିବାହ ତାରିଖ କିମ୍ବା ସ୍ଥାନକୁ ନେଇ ଏବେ ମଧ୍ୟ ଅନିଶ୍ଚିତତା ରହିଛି ।
ଅନିରୁଦ୍ଧଙ୍କ ସହ କାବ୍ୟାଙ୍କ ନାଁ କାହିଁକି ଯୋଡ଼ାଯାଉଛି ?
ଗତ କିଛି ସମୟ ଧରି କାବ୍ୟା ଓ ଅନିରୁଦ୍ଧଙ୍କ ଡେଟିଂକୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ହେଉଛି । ହେଲେ ଉଭୟଙ୍କ ସମ୍ପର୍କ ନେଇ ଏପର୍ଯ୍ୟନ୍ତ କୌଣସି ଅଧିକାରିକ ସ୍ପଷ୍ଟୀକରଣ ମିଳିନାହିଁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ମଧ୍ୟରେ ଅନିରୁଦ୍ଧଙ୍କ ଅଙ୍କଲ୍ ତଥା ଅଭିନେତା ୱାଇ.ଜି. ମହେନ୍ଦ୍ରଙ୍କ ଏକ ବୟାନ ଏହି ଚର୍ଚ୍ଚାକୁ ଆହୁରି ରୋଚକ କରିଦେଇଛି । ଏକ ସାକ୍ଷାତକାରରେ ସେ କହିଥିଲେ ଯେ ଅନିରୁଦ୍ଧ ଏକ ବଡ଼ ବିବାହ ପାଇଁ ଆଗକୁ ବଢୁଛନ୍ତି । ସେହି ସମୟରେ ସେ କାବ୍ୟା ମାରନଙ୍କୁ ମଧ୍ୟ ପ୍ରଶଂସା କରିଥିଲେ । ଏତେ ବଡ଼ କ୍ରିକେଟ୍ ଫ୍ରାଞ୍ଚାଇଜିକୁ ସମ୍ଭାଳିବା ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି ସେ କହିଥିବା ଚର୍ଚ୍ଚା ହୋଇଥିଲା ।
ତାଙ୍କ ଏହି ମନ୍ତବ୍ୟ ପରେ କାବ୍ୟା ଓ ଅନିରୁଦ୍ଧଙ୍କ ସମ୍ପର୍କକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସୁକତା ଆହୁରି ବଢ଼ିଛି। ଏବେ ସମସ୍ତଙ୍କ ଅପେକ୍ଷା ରହିଛି—ଏହି ଚର୍ଚ୍ଚା ଶେଷରେ ସତରେ ବିବାହରେ ପରିଣତ ହେବ କି ନାହିଁ ।
‘ଦ ହଣ୍ଡ୍ରେଡ୍’ରେ ଟାଇଟଲ୍ରୁ ବଞ୍ଚିତ ହେଲା କାବ୍ୟାଙ୍କ ଟିମ୍
ଅନ୍ୟପଟେ କ୍ରିକେଟ୍ ମଇଦାନରେ ମଧ୍ୟ କାବ୍ୟା ମାରନଙ୍କ ଟିମ୍କୁ ନେଇ ଚର୍ଚ୍ଚା ଜାରି ରହିଛି। ‘ଦ ହଣ୍ଡ୍ରେଡ୍’ର ମହିଳା ପ୍ରତିଯୋଗିତାରେ କାବ୍ୟାଙ୍କ ଟିମ୍ ଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚିଥିଲା । ହେଲେ ଫାଇନାଲ୍ରେ ଟ୍ରେଣ୍ଟ ରକେଟ୍ସ ବିପକ୍ଷରେ ୮ ୱିକେଟ୍ରେ ପରାଜୟ ବରଣ କରି ଟାଇଟଲ୍ ଜିତିବାରୁ ବଞ୍ଚିତ ହୋଇଥିଲା।
ସେହିପରି ‘ଦ ହଣ୍ଡ୍ରେଡ୍’ର ପୁରୁଷ ପ୍ରତିଯୋଗିତାରେ ମଧ୍ୟ କାବ୍ୟାଙ୍କ ଟିମ୍ କ୍ୱାଲିଫାଏ କରିଥିଲା। କିନ୍ତୁ ଏଲିମିନେଟର ମ୍ୟାଚ୍ରେ ମାଞ୍ଚେଷ୍ଟର ସୁପର୍ ଜାୟାଣ୍ଟସ୍ଠାରୁ ୨୦ ରନ୍ରେ ହାରି ଦଳର ଅଭିଯାନ ଶେଷ ହୋଇଥିଲା ।

Related Topics
Explore more stories