କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ କେଦାର ଯାଦବ
·2 years ago·1 min read

ଅର୍ଗସ ବ୍ୟୁରୋ: ଗୋଟିଏ ପଟେ ଟି-୨୦ବିଶ୍ବକପ ଚାଲିଥିବା ବେଳେ ଭାରତୀୟ ଦଳ ୫ ତାରିଖରେ ଆୟର୍ଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଯାଉଛି । ଏହାରି ଭିତରେ ଭାରତୀୟ କ୍ରିକେଟ୍ ପାଇଁ ଏକ ବଡ ଖବର ଆସୁଛି। ଜାଣିବାକୁ ମିଳିଛି ଯେ ଭାରତୀୟ ଦଳ ପାଇଁ କ୍ରିକେଟ୍ ଖେଳିଥିବା ଏବଂ ଆଇପିଏଲରେ ଅନେକ ଦଳର ଅଂଶ ରହିଥିବା କେଦାର ଯାଦବ ଅବସର ଘୋଷଣା କରିଛନ୍ତି।
ଭାରତୀୟ କ୍ରିକେଟର କେଦାର ଯାଦବ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସେ ଶେଷ ଥର ପାଇଁ ୨୦୨୦ ରେ ଅକଲ୍ୟାଣ୍ଡରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତୀୟ ଦଳ ପାଇଁ ଏକ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ସେବେଠାରୁ ସେ ଦଳ ବାହାରେ ରହିଥିଲେ। ଏହାପୂର୍ବରୁ ସେ ଇଂଲଣ୍ଡରେ ଖେଳାଯାଇଥିବା ୨୦୧୯ ଦିନିକିଆ ବିଶ୍ବକପରେ ମଧ୍ୟ ଭାଗ ନେଇଥିଲେ। ସୋସିଆଲ ମିଡ଼ିଆ ଏକ୍ସ ଜରିଆରେ ଯାଦବ ଅବସର ଘୋଷଣା କରିଛନ୍ତି । ତାଙ୍କ କ୍ୟାରିୟର ସମୟରେ ସମସ୍ତ ସମର୍ଥକ ଏବଂ ପ୍ରଶଂସକମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: