Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

କେଲଭିନ୍‌ କିପ୍ଟମଙ୍କ ସହ ତାଙ୍କ ପ୍ରଶିକ୍ଷକ ଗର୍ଭାଇସ୍‌ ହାକିଜିମାନା ମଧ୍ୟ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି

Jitendra Dash
Browse all articles by Jitendra Dash
·2 years ago·1 min read
କେଲଭିନ୍‌ କିପ୍ଟମଙ୍କ ସହ ତାଙ୍କ ପ୍ରଶିକ୍ଷକ ଗର୍ଭାଇସ୍‌ ହାକିଜିମାନା ମଧ୍ୟ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି

ଅର୍ଗସ ବ୍ୟୁରୋ : ସଡ଼କ ଦୁର୍ଘଟଣାରେ ବିଶ୍ବ ରେକର୍ଡଧାରୀ ମାରାଥନ୍ ଧାବକ କେନିଆର କେଲଭିନ୍‌ କିପ୍ଟମଙ୍କ ‌ଦେହାନ୍ତ ଘଟିଛି । ତାଙ୍କ ପ୍ରଶିକ୍ଷକ ଗର୍ଭାଇସ୍‌ ହାକିଜିମାନା ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ରିଫ୍ଟ ଭ୍ୟାଲି ଅଞ୍ଚଳ ଅତିକ୍ରମ କରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ଏହି କାର୍‌ରେ ଥିବା ଜଣେ ମହିଳା ସାରୋନ୍‌ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । 

ଅଧିକ ପଢନ୍ତୁ ଖେଳ ଖବର

ଗତବର୍ଷ ଅକ୍ଟୋବରରେ ଚିକା‌ଗୋ ମାରାଥନରେ ୨୪ ବର୍ଷୀୟ କେଲଭିନ୍‌ ପ୍ରଥମ ପୁରୁଷ ଭାବେ ୨ ଘଣ୍ଟା ୧ ମିନିଟ୍‌ରୁ କମ୍‌ ସମୟ ନେଇ ବିଶ୍ବ ରେକର୍ଡ (୨ ଘଣ୍ଟା ୩୫ ସେକେଣ୍ଡ୍‌) ଭଙ୍ଗ କରିଥିଲେ । ବିଶ୍ବ ମାରାଥନ୍ ଇତିହାସରେ କେଲଭିନ୍‌ ୭ ଜଣ ଦ୍ରୁତତମ ଧାବକଙ୍କ ମଧ୍ୟରେ ସାମିଲ ଥିଲେ । ରୋଟରଡାମ୍ ମାରାଥନ୍ ଓ ପ୍ୟାରିସ୍ ଅଲିମ୍ପିକ୍ସରେ ସେ ୨ ଘଣ୍ଟାରୁ କମ୍ ସମୟ ନେଇ ପୁଣି ଥରେ ରେକର୍ଡ କରିବା ସମ୍ଭାବନା ଥିଲା । କେଲଭିନ୍‌ଙ୍କ ବିୟୋଗରେ କେନିୟାର ପୂର୍ବତନ ପ୍ରଧାନମନ୍ତ୍ରୀ ରାଇଲା ଓଡ଼ିଙ୍ଗା ଓ ବିଶ୍ବ ଆଥଲେଟିକ୍ସ ସଭାପତି ‌ସେବାଷ୍ଟିଏନ୍ କୋଏ ଗଭୀର ଶୋକପ୍ରକାଶ ସହ ପରିବାର ବର୍ଗ ପାଇଁ ସମବେଦନା ଜଣାଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kenyan marathon world record holder Kelvin Kiptum dies in road accident | Argus News