Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

KKR Retention List / ୧୨ ବର୍ଷ ପରେ ଆନ୍ଦ୍ରେ ରସେଲଙ୍କୁ ଛାଡ଼ିଲା କୋଲକାତା, ଜାଣନ୍ତୁ କେଉଁ ୧୨ ଖେଳାଳିଙ୍କୁ ରିଟେନ୍‌ କଲା KKR

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
୧୨ ବର୍ଷ ପରେ ଆନ୍ଦ୍ରେ ରସେଲଙ୍କୁ ଛାଡ଼ିଲା କୋଲକାତା, ଜାଣନ୍ତୁ କେଉଁ ୧୨ ଖେଳାଳିଙ୍କୁ ରିଟେନ୍‌ କଲା KKR

Key Points

କୋଲକାତା ଜାରି କଲା ରିଟେନସନ୍‌ ଲିଷ୍ଟ । ୧୨ ବର୍ଷରେ ପରେ ରସେଲଙ୍କୁ ଛାଡ଼ିଲା କେକେଆର । ଜାଣନ୍ତୁ କାହାକୁ ଦଳ କଲା ରିଟେନ୍‌ ।
IPL ୨୦୨୬ ପାଇଁ ସମସ୍ତ ଫ୍ରାଞ୍ଚାଇଜ୍‌ ରିଟେନ୍‌ ଓ ରିଲିଜ୍‌ ଲିଷ୍ଟ ଜାରି କରିଛନ୍ତି । ଯଦି କୋଲକାତା ନାଇଟ୍‌ ରାଇଡର୍ସ କଥା କହିବା ତାହାଲେ, KKR ରିଙ୍କୁ ସିଂହ, ସୁନୀଲ ନାରିନ ଏବଂ ଅଜିଙ୍କ୍ୟ ରାହାଣେଙ୍କ ସମେତ ୧୨ ଜଣ ଖେଳାଳିଙ୍କୁ ରିଟେନ୍‌ କରିଛି । ସେହିପରି ଆନ୍ଦ୍ରେ ରସେଲଙ୍କ ସମେତ ୯ ଜଣ ଖେଳାଳିଙ୍କୁ କୋଲକାତା ନାଇଟ୍‌ ରାଇଡର୍ସ ରିଲିଜ୍‌ କରିଛି । ଗତ ୧୨ ସିଜିନ୍‌ ଧରି କୋଲକାତାରେ ରସେଲ ଥିଲେ । ସେ KKR ଦଳର ଏକ ପ୍ରକାର ପୋଷ୍ଟର ବୟ ମଧ୍ୟ ଥିଲେ ।

କେଉଁ ଖେଳାଳିଙ୍କୁ ରିଟେନ୍‌ କରିଛି KKR

ରିଙ୍କୁ ସିଂ
ଅଙ୍ଗିକ୍ରେଶ୍‌ ରଘୁବନ୍ସି
ଅଜିଙ୍କ୍ୟ ରାହାଣେ
ମନୀଷ ପାଣ୍ଡେ
ରୋଭମାନ ପାୱେଲ
ସୁନୀଲ ନାରିନ
ରମଣଦୀପ ସିଂ
ଅନୁକୁଲ ରୟ
ବରୁଣ ଚକ୍ରବର୍ତ୍ତୀ
ହର୍ଷିତ ରାଣା
ବୈଭବ ଆରୋରା
ଉମରନ୍ ମଲିକ୍

କେଉଁ ଖେଳାଳିଙ୍କୁ ରିଲିଜ୍‌ କରିଛି କେକେଆର

ଆନ୍ଦ୍ରେ ରସଲ
ଭେଙ୍କେଟଶ ଆୟର
ମୋଇନ୍ ଅଲ୍ଲୀ
ସ୍ପେନସର ଜନସନ୍‌
ଅନରିକ୍‌ ନର୍କିଆ
ଚେତନ ସାକାରିଆ
କ୍ବାଣ୍ଟିନ୍‌ ଡି କକ୍‌
ଗୁରବାଜ
ଲଭନିଥ୍ ସିସୋଦିଆ

କୋଲକାତା ନାଇଟ୍ ରାଇଡର୍ସ ସେମାନଙ୍କର ଅନେକ ମହଙ୍ଗା ଖେଳାଳିଙ୍କୁ ରିଲିଜ୍‌ କରିଛି । ଯେଉଁଥିରେ ଭେଙ୍କଟେଶ ଆୟର ମଧ୍ୟ ସାମିଲ ଅଛନ୍ତି । ଗତ ନିଲାମରେ KKR ଭେଙ୍କଟେଶଙ୍କୁ ୨୩.୭୫ କୋଟିରେ କିଣିଥିଲା । ସେହିପରି ରିଲିଜ୍‌ ହୋଇଥିବା ଅନ୍ୟ ମହଙ୍ଗା ଖେଳାଳି ହେଉଛନ୍ତି ରସେଲ । ଯାହାଙ୍କୁ କୋଲକାତା ଗତ ସଂସ୍କରଣ ପୂର୍ବରୁ ୧୨ କୋଟିରେ ରଖିଥିଲା ।

KKR କ୍ୱିଣ୍ଟନ୍ ଡି କକ୍‌ଙ୍କୁ ମଧ୍ୟ ରିଲିଜ୍‌ କରିଛି । ଯାହାଙ୍କ ମୂଲ୍ୟ ୩.୬ କୋଟି ଥିଲା । ସେହିପରି ଦଳ ଅନ୍ୟ ଜଣେ ୱିକେଟକିପର ରହମାନୁଲ୍ଲାହ ଗୁରବାଜଙ୍କୁ ମଧ୍ୟ ରିଲିଜ୍‌ କରିଛି ।

କୋଲକାତା ନାଇଟ୍ ରାଇଡର୍ସ ପାଖରେ IPL ୨୦୨୬ ନିଲାମରେ ୬୪.୩ କୋଟି ଟଙ୍କା ରହିଛି । ସେହିପରି ନିଲାମରେ କେକେଆର ସର୍ବାଧିକ ୧୩ ଜଣ ଖେଳାଳିଙ୍କୁ କିଣିପାରିବ ।

ସେପଟେ ଆଇପିଏଲ ମିନି ନିଲାମକୁ ନେଇ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI)ର ଜଣେ ଅଧିକାରୀ କହିଛନ୍ତି, ଆଗାମୀ ଆଇପିଏଲ ମିନି ନିଲାମ ଡିସେମ୍ବର ମଧ୍ୟ ଭାଗରେ ଆବୁଧାବିରେ ଅନୁଷ୍ଠିତ ହେବ । ଏହା କ୍ରମାଗତ ତୃତୀୟ ଥର ପାଇଁ ବିଦେଶରେ IPL ନିଲାମ ଅନୁଷ୍ଠିତ ହେବ। ପୂର୍ବରୁ, ୨୦୨୩ ରେ ଦୁବାଇ ଏବଂ ୨୦୨୪ ରେ ଜେଦ୍ଦାରେ ନିଲାମ ଅନୁଷ୍ଠିତ ହୋଇଥିଲା । ମିଳିଥିବା ସୂଚନା ଅନୁସାରେ, ଆସନ୍ତା ଡିସେମ୍ବର ୧୫ କିମ୍ବା ୧୬ ତାରିଖରେ ଆଇପିଏଲ ନିଲାମ ଅନୁଷ୍ଠିତ ହୋଇପାରେ ।

ବିସିସିଆଇର ଅଧିକାରୀ ଜଣକ କହିଛନ୍ତି, 'ନିଲାମ ପାଇଁ ଆବୁଧାବିକୁ ଚୂଡ଼ାନ୍ତ କରାଯାଇଛି । ଏହା ଏକ ମିନି ନିଲାମ ହେବ । କାରଣ ଗତ ବର୍ଷ ସାଉଦି ଆରବରେ ମେଗା ନିଲାମ ଅନୁଷ୍ଠିତ ହୋଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
KKR Releases Andre Russell: Full List of 12 Players Retained for IPL 2026 | Argus News