Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦୁଇ ବର୍ଷ ପରେ ରାହୁଲଙ୍କ ଶତକ, ନ୍ୟୁଜିଲାଣ୍ଡକୁ ୨୮୫ ରନ୍‌ର ଟାର୍ଗେଟ୍

Sports

KL Rahul Century / ଦୁଇ ବର୍ଷ ପରେ ରାହୁଲଙ୍କ ଶତକ, ନ୍ୟୁଜିଲାଣ୍ଡକୁ ୨୮୫ ରନ୍‌ର ଟାର୍ଗେଟ୍

Santosh Kumar Sahoo
Browse all articles by Santosh Kumar Sahoo
·5 months ago·2 min read
ଦୁଇ ବର୍ଷ ପରେ ରାହୁଲଙ୍କ ଶତକ, ନ୍ୟୁଜିଲାଣ୍ଡକୁ ୨୮୫ ରନ୍‌ର ଟାର୍ଗେଟ୍
KL Rahul

Key Points

ରାଜକୋଟ୍‌ ODI: ରାହୁଲଙ୍କ ଶତକ ବଳରେ ଭାରତ ୨୮୪/୭
୯୨ ବଲ୍‌ରୁ ୧୧ ଚୌକା, ୧ ଛକା ବଳରେ ରାହୁଲଙ୍କ ଅପରାଜିତ ୧୧୨
ଅଧିନାୟକ ଗିଲ୍‌ ୫୬ ରନ କରିଥିଲା ବେଳେ ଅନ୍ୟ ବ୍ୟାଟର ବିଫଳ
ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ ରାଜକୋଟରେ ଖେଳାଯାଉଛି । ଦ୍ବିତୀୟ ମ୍ୟାଚ୍‌ରେ ଦମଦାର ଶତକ ହାସଲ କରିଛନ୍ତି କେଏଲ ରାହୁଲ । ଦୁଇ ବର୍ଷ ପରେ ଦିନିକିଆ ଫର୍ମାଟରେ ଶତକ ହାସଲ କରିଛନ୍ତି ରାହୁଲ । ସେ ୯୨ ବଲ୍‌ରେ ୧୧୨ ରନ୍‌ର ଏକ ଦମଦାର ଇନିଂସ ଖେଳିଛନ୍ତି । ରାହଲଙ୍କ ଏହି ଧୁଆଁଧାର ଶତକ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ବିକେଟ୍ ହରାଇ ୨୮୪ ରନ୍‌ କରିଛି ।

ରାଜକୋଟରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ଆରମ୍ଭରୁ ଭଲ ଖେଳିଥିଲା । ପାଓ୍ବାର ପ୍ଲେ'ରେ ଦୁଇ ଓପନର ଭଲ ଆରମ୍ଭ କରିଥିଲେ । କିନ୍ତୁ ରୋହିତ ଆଉଟ୍‌ ହେବା ପରେ ଗୋଟିଏ ପରେ ଗୋଟିଏ ଓ୍ବିକେଟ୍‌ ପଡ଼ିଥିଲା । ଦଳର ସ୍କୋର୧୧୮ ରନ୍‌ ଥିବା ବେଳେ ଭାରତ ୪ ଓ୍ବିକେଟ୍‌ ହରାଇଥିଲା । ଆଉ ଏହା ପରେ ପାଳି ସମ୍ଭାଳିଥିଲେ କେଏଲ ରାହୁଲ ଓ ରବୀନ୍ଦ୍ର ଜାଡେଜା । ଉଭୟ ପଞ୍ଚମ ଓ୍ବିକେଟ୍‌ ପାଇଁ ୭୩ ରନ୍‌ର ଏକ ଗୁରୁତ୍ବପୂର୍ଣ୍ଣ ପାର୍ଟନରସିପ୍‌ କରିଥିଲେ । ଜାଡେଜା ଆଉଟ୍‌ ହେବା ପରେ ନୀତୀଶ ରେଡ୍ଡି ପଡ଼ିଆକୁ ଆସିଥିଲେ । କିନ୍ତୁ ସେ ବି କିଛି ଆକର୍ଷଣୀୟ ଇନିଂସ ଖେଳିବାରେ ବିଫଳ ହୋଇଥିଲେ ।



କିନ୍ତୁ ଅନ୍ୟପଟେ ରାହୁଲ ଦମଦାର ପ୍ରଦର୍ଶନ ଜାରି ରଖିଥିଲେ । ରାହୁଲଙ୍କ ଅପରାଜିତ ୧୧୨ ରନ୍‌ ଫଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ବିକେଟ୍‌ ହରାଇ ୨୮୪ ରନ୍‌ କରିଥିଲା । ଭାରତ ପକ୍ଷରୁ କେଏଲ ରାହୁଲ ସର୍ବାଧିକ ୧୧୨ ରନ୍‌ କରିଥିବା ବେଳେ ଅଧିନାୟକ ଶୁବମନ ଗିଲ୍‌ ୫୬ ରନ୍ କରିଥିଲେ । ସେହିପରି ନ୍ୟୁଜିଲାଣ୍ଡ ପକ୍ଷରୁ ଖ୍ରୀଷ୍ଟିଆନ୍‌ କ୍ଲାର୍କ ସର୍ବାଧିକ ୩ଟି ଓ୍ବିକେଟ ଅକ୍ତିଆର କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
KL Rahul Hits Century After Two Years, Sets 285-Run Target for New Zealand | Argus News