Rahul Batting Position / କେଏଲ୍ ରାହୁଲଙ୍କ ସହ ଘୋର ଅନ୍ୟାୟ ହୋଇଛି, ଗୌତମ ଗମ୍ଭୀରଙ୍କୁ ଟାର୍ଗେଟ୍ କଲେ ଶ୍ରୀକାନ୍ତ
·1 month ago·2 min read

Key Points
ଗମ୍ଭୀରଙ୍କ ଉପରେ ବର୍ଷିଲେ ଶ୍ରୀକାନ୍ତ
କେଏଲ୍ ରାହୁଲଙ୍କ ପକ୍ଷରେ ଦେଲେ ବଡ଼ ବୟାନ
ଗୌତମ ଗମ୍ଭୀରଙ୍କ ନିଷ୍ପତ୍ତିକୁ ନେଇ ବଢ଼ିଲା ବିବାଦ

ଲର୍ଡସରେ ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ଭାରତର ପରାଜୟ ପରେ ଟିମ୍ ଇଣ୍ଡିଆର ବ୍ୟାଟିଂ କ୍ରମକୁ ନେଇ ଆରମ୍ଭ ହୋଇଛି ତୀବ୍ର ବିବାଦ । କେଏଲ୍ ରାହୁଲଙ୍କୁ ନମ୍ବର-୬ରେ ବ୍ୟାଟିଂକୁ ପଠାଇବା ନିଷ୍ପତ୍ତିକୁ ନେଇ ପୂର୍ବତନ ମୁଖ୍ୟ ଚୟନକର୍ତ୍ତା କୃଷ୍ଣମାଚାରୀ ଶ୍ରୀକାନ୍ତ ସିଧାସଳଖ ଗୌତମ ଗମ୍ଭୀର ଓ ଟିମ୍ ମ୍ୟାନେଜମେଣ୍ଟ ଉପରେ ବର୍ଷିଛନ୍ତି । ଏହାକୁ ସେ "ରାହୁଲଙ୍କ ପ୍ରତି ଘୋର ଅନ୍ୟାୟ" ବୋଲି କହିବା ସହ ବ୍ୟାଟିଂ କ୍ରମରେ ବାରମ୍ବାର ପରିବର୍ତ୍ତନ ଖେଳାଳିଙ୍କ ଆତ୍ମବିଶ୍ୱାସକୁ କ୍ଷତି ପହଞ୍ଚାଉଥିବା ଅଭିଯୋଗ କରିଛନ୍ତି ।
ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଶ୍ରୀକାନ୍ତ କହିଛନ୍ତି, “ଯେପରି ସଞ୍ଜୁ ସାମସନ ଓ ବୈଭବ ସୂର୍ଯ୍ୟବଂଶୀଙ୍କ ସହ କରାଯାଇଥିଲା, ସେହିଭଳି ଏବେ କେଏଲ୍ ରାହୁଲଙ୍କ ସହ ମଧ୍ୟ କରାଯାଉଛି । ଏତେ ବଡ଼ ଲକ୍ଷ୍ୟର ପିଛା କରୁଥିବା ବେଳେ ରାହୁଲଙ୍କ ଭଳି ବ୍ୟାଟରଙ୍କୁ ନମ୍ବର-୬ରେ ପଠାଇବା ଆଦୌ ବୁଝିହେଉ ନାହିଁ । ରାହୁଲ କ'ଣ ନମ୍ବର-୬ କିମ୍ବା ୭ର ବ୍ୟାଟ୍ସମ୍ୟାନ୍ ? ଏହା ତାଙ୍କ ପ୍ରତି ଘୋର ଅନ୍ୟାୟ ।”
ସେ ଆହୁରି କହିଛନ୍ତି ଯେ, ସେହି ମ୍ୟାଚ୍ରେ ଭାରତକୁ ଜୋସ୍ ବଟଲରଙ୍କ ଭଳି ପାଳି ସମ୍ଭାଳିବାକୁ ସକ୍ଷମ ଜଣେ ବ୍ୟାଟ୍ସମ୍ୟାନ୍ଙ୍କ ଆବଶ୍ୟକତା ଥିଲା । ଇଶାନ କିଶନ ଓ ଶ୍ରେୟସ ଆୟର ଶୀଘ୍ର ଆଉଟ୍ ହୋଇଯିବା ପରେ ଯଦି କେଏଲ୍ ରାହୁଲ ନମ୍ବର-୪ରେ ବ୍ୟାଟିଂ କରିବାକୁ ଆସିଥାନ୍ତେ, ତେବେ ସେ ବିରାଟ କୋହଲିଙ୍କ ସହ ୨୦୨୩ ବିଶ୍ୱକପ୍ ପରି ଏକ ମଜବୁତ ପାର୍ଟନରସିପ୍ କରିପାରିଥାନ୍ତେ । ରାହୁଲ ଆବଶ୍ୟକ ସମୟରେ ରନ୍ର ଗତି ବଢ଼ାଇବାର କ୍ଷମତା ମଧ୍ୟ ରଖନ୍ତି ।
ଅଧିକ ପଢ଼ନ୍ତୁ: BCCIର ବଡ଼ ନିଷ୍ପତ୍ତି! ଜାଣିଶୁଣି ନୋ-ବଲ୍ ପକାଇଲେ ମ୍ୟାଚ୍ରୁ ବାହାର ହେବେ ଖେଳାଳି
ଶ୍ରୀକାନ୍ତଙ୍କ ମତରେ, ରାହୁଲଙ୍କୁ ସେତେବେଳେ ବ୍ୟାଟିଂ ପାଇଁ ପଠାଯାଇଥିଲା, ଯେତେବେଳେ ମ୍ୟାଚ୍ ପ୍ରାୟ ଭାରତ ହାତରୁ ଖସିଯାଇଥିଲା । ସେହି ସମୟରେ ରନ୍ ରେଟ୍ ବହୁତ ବଢ଼ିଯାଇଥିଲା ଏବଂ ତାଙ୍କ ଉପରେ ଅନାବଶ୍ୟକ ଚାପ ସୃଷ୍ଟି ହୋଇଥିଲା । ଅକ୍ଷର ପଟେଲଙ୍କ ସହ ପ୍ରତି ଓଭରରେ ୧୫ ରନ୍ ହାରରେ ସ୍କୋର କରି ଦଳକୁ ଜିତାଇବା ସମ୍ଭବ ନଥିଲା ବୋଲି ସେ କହିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଲର୍ଡସ ଦିନିକିଆରେ ୩୮୮ ରନ୍ର ବିଶାଳ ଲକ୍ଷ୍ୟର ପିଛା କରୁଥିବା ଭାରତ ୨୭ ରନ୍ରେ ପରାସ୍ତ ହୋଇଥିଲା । ଏହି ପରାଜୟ ସହ ଭାରତ ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍ର ଦିନିକିଆ ସିରିଜ୍କୁ ୨-୧ରେ ହାରିଥିଲା ।
ଶ୍ରୀକାନ୍ତ କହିଛନ୍ତି ଯେ, କେଏଲ୍ ରାହୁଲ ପୂର୍ବରୁ ଭାରତ ପାଇଁ ଅନେକ କଠିନ ରନ୍ଚେଜ୍ ସଫଳ କରିଛନ୍ତି । ଯଦି ତାଙ୍କୁ ନମ୍ବର-୪ରେ ପଠାଯାଇଥାନ୍ତା, ତେବେ ସେ ବିରାଟ କୋହଲିଙ୍କ ସହ ଭଲ ପାର୍ଟନରସିପ୍ କରି ମ୍ୟାଚ୍କୁ ଶେଷ ପର୍ଯ୍ୟନ୍ତ ନେଇପାରିଥାନ୍ତେ ।
ସେ ଟିମ୍ ମ୍ୟାନେଜମେଣ୍ଟ ଉପରେ ବାରମ୍ବାର ବ୍ୟାଟିଂ କ୍ରମ ବଦଳାଇବାର ଅଭିଯୋଗ ଆଣି କହିଛନ୍ତି, ଏହା ଖେଳାଳିଙ୍କ ଆତ୍ମବିଶ୍ୱାସ ଉପରେ ଖରାପ ପ୍ରଭାବ ପକାଏ। ଏହାପୂର୍ବରୁ ସଞ୍ଜୁ ସାମସନ ଓ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟବହାରକୁ ନେଇ ମଧ୍ୟ ଟିମ୍ ମ୍ୟାନେଜମେଣ୍ଟକୁ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା ।

Related Topics
Explore more stories