Videos
|
Sports

KL Rahul Retired Hurt / ଟିମ୍ ଇଣ୍ଡିଆକୁ ବଡ଼ ଝଟକା ! ଆହତ ହେଲେ କେଏଲ୍ ରାହୁଲ, ଭାଇରାଲ୍ ଫଟୋ ଚିନ୍ତା ବଢ଼ାଇଲା

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଟିମ୍ ଇଣ୍ଡିଆକୁ ବଡ଼ ଝଟକା ! ଆହତ ହେଲେ କେଏଲ୍ ରାହୁଲ, ଭାଇରାଲ୍ ଫଟୋ ଚିନ୍ତା ବଢ଼ାଇଲା
KL Rahul

Key Points

ଟିମ୍ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା
ସାମ୍ନାକୁ ଆସିଲା ଚିନ୍ତାଜନକ ଚିତ୍ର
କେଏଲ୍ ରାହୁଲଙ୍କୁ ନେଇ ବଢ଼ିଲା ଚିନ୍ତା !
ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଦବଦବା ଦେଖିବାକୁ ମିଳିଛି । କିନ୍ତୁ ଏହାରି ମଧ୍ୟରେ ଟିମ୍‌ ଇଣ୍ଡିଆ ଡ୍ରେସିଂ ରୁମ୍‌ରୁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ଶ୍ରୀଲଙ୍କା ବିପକ୍ଷରେ ଜବରଦସ୍ତ ଲୟରେ ଥିବା କେଏଲ୍‌ ରାହୁଲ ଅର୍ଦ୍ଧଶତକ ପୂରଣ କରି ଶତକ ଆଡ଼କୁ ବଢ଼ୁଥିବା ବେଳେ ହଠାତ୍‌ ଆହତ ହୋଇ ରିଟାୟର୍ଡ ହର୍ଟ ହୋଇଛନ୍ତି ।

ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟର ଦିନ ଶେଷ ସୁଦ୍ଧା ଭାରତ ୨ ୱିକେଟ୍‌ ହରାଇ ୨୮୮ ରନ୍‌ କରି ମଜବୁତ ସ୍ଥିତିରେ ରହିଛି । ଦେବଦତ୍ତ ପଡିକ୍କଲ ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ ହାସଲ କରି ୧୩୧ ରନ୍‌ରେ ଅପରାଜିତ ଅଛନ୍ତି। କିନ୍ତୁ ଏହି ଜବରଦସ୍ତ ପ୍ରଦର୍ଶନ ମଧ୍ୟରେ ଭାରତକୁ ମିଳିଛି ଏକ ଚିନ୍ତାଜନକ ଖବର—କେଏଲ୍‌ ରାହୁଲ ୭୭ ରନ୍‌ କରିବା ପରେ କ୍ରାମ୍ପ୍‌ ଯୋଗୁଁ ରିଟାୟର୍ଡ ହର୍ଟ ହୋଇଛନ୍ତି ।

ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଯଶସ୍ୱୀ ଜୟସ୍ୱାଲ ଓ କେଏଲ୍‌ ରାହୁଲ ପାଳି ଆରମ୍ଭ କରିଥିଲେ । ଜୟସ୍ୱାଲ ୩୨ ରନ୍‌ କରି ଏକ ରନ୍‌ଆଉଟ୍‌ର ଶିକାର ହୋଇଥିଲେ । ଏହାପରେ ରାହୁଲ ଓ ଦେବଦତ୍ତ ପଡିକ୍କଲ ଭାରତୀୟ ଇନିଂସକୁ ସମ୍ଭାଳିଥିଲେ । ଉଭୟଙ୍କ ମଧ୍ୟରେ ଦମଦାର ପାର୍ଟନରସିପ୍‌ ହୋଇଥିଲା ।
ରାହୁଲ ଧୈର୍ଯ୍ୟର ସହ ବ୍ୟାଟିଂ କରି ୭୭ ରନ୍‌ କରିଥିଲେ । ତେବେ ଟି-ବ୍ରେକ୍‌ ପରେ ତାଙ୍କୁ କ୍ରାମ୍ପ୍‌ ହେବା ସହ ଅସୁବିଧା ଅନୁଭବ ହୋଇଥିଲା । ମଇଦାନକୁ ଫେରି ବ୍ୟାଟିଂ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଅସୁବିଧା ଯୋଗୁଁ ସେ ରିଟାୟର୍ଡ ହର୍ଟ ହେବାର ନିଷ୍ପତ୍ତି ନେଇଥିଲେ । ତାଙ୍କ ସ୍ଥାନରେ ଶୁଭମନ ଗିଲ୍‌ ବ୍ୟାଟିଂ କରିଥିଲେ, କିନ୍ତୁ ସେ ୧୬ ରନ୍‌ରେ ଆଉଟ୍‌ ହୋଇଥିଲେ ।

ଅନ୍ୟପଟେ ଦେବଦତ୍ତ ପଡିକ୍କଲ ମିଳିଥିବା ସୁଯୋଗର ପୂରା ଫାଇଦା ଉଠାଇଛନ୍ତି। ସେ ଦମଦାର ବ୍ୟାଟିଂ କରି ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ ହାସଲ କରିଛନ୍ତି। ଦିନ ଶେଷରେ ସେ ୧୩୧ ରନ୍‌ରେ ଅପରାଜିତ ଥିବା ବେଳେ ଋଷଭ ପନ୍ତ ୨୭ ରନ୍‌ କରି ତାଙ୍କ ସହ କ୍ରିଜ୍‌ରେ ଅଛନ୍ତି ।

ବର୍ଷା ଓ ଖରାପ ଆଲୋକ ଯୋଗୁଁ ପ୍ରଥମ ଦିନ ମାତ୍ର ୭୩ ଓଭର ଖେଳ ସମ୍ଭବ ହୋଇଥିଲା । ତଥାପି ଭାରତ ୨୮୮/୨ ସ୍କୋର ସହ ଦିନ ଶେଷ କରିଛି । ଏବେ ଦ୍ୱିତୀୟ ଦିନରେ ପଡିକ୍କଲ ଓ ପନ୍ତ ଭାରତୀୟ ଇନିଂସକୁ ଆଗକୁ ନେବେ । ରାହୁଲଙ୍କ ଫିଟନେସ୍‌ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ ।

ତେବେ ରାହୁଲଙ୍କ ଆଘାତକୁ ନେଇ ପ୍ରାରମ୍ଭିକ ଚିନ୍ତା ସତ୍ତ୍ୱେ ଭାରତୀୟ ବ୍ୟାଟିଂ କୋଚ୍‌ ସିତାଂଶୁ କୋଟକ କହିଛନ୍ତି ଯେ ରାହୁଲ ଏବେ ଠିକ୍‌ ଅଛନ୍ତି ଏବଂ ସମସ୍ୟାଟି କ୍ରାମ୍ପ୍‌ ସହ ଜଡିତ । ତେଣୁ ଏହା ଭାରତୀୟ ଶିବିର ପାଇଁ କିଛିଟା ଆଶ୍ୱସ୍ତିର ଖବର ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: