Team India Squad / ଇଂଲଣ୍ଡ ବିପକ୍ଷ ODI ସିରିଜ୍ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ, ଦଳକୁ ଫେରିଲେ କୋହଲି ଓ ବୁମରାହ
·1 hour ago·2 min read

Key Points
BCCIର ବଡ଼ ଘୋଷଣା
ଇଂଲଣ୍ଡ ଗସ୍ତ ପାଇଁ ଦଳରେ ବିରାଟ-ବୁମରାହ
କିନ୍ତୁ ବାଦ୍ ପଡ଼ିଲେ ଜୟସ୍ୱାଲ
ଇଂଲଣ୍ଡ ଗସ୍ତ ପାଇଁ ଦଳରେ ବିରାଟ-ବୁମରାହ
କିନ୍ତୁ ବାଦ୍ ପଡ଼ିଲେ ଜୟସ୍ୱାଲ
ଇଂଲଣ୍ଡରେ ହେବାକୁ ଥିବା ଦିନିକିଆ ସିରିଜ୍ ପାଇଁ ଦଳ ଘୋଷଣା କରିଛି ବିସିସିଆଇ । ଆହତ କାରଣରୁ ଆଫଗାନିସ୍ତାନ ବିପକ୍ଷ ସିରିଜ୍ରୁ ବାଦ୍ ପଡ଼ିଥିବା ବିରାଟ କୋହଲି ଇଂଲଣ୍ଡ ଗସ୍ତରେ ଦଳକୁ ଫେରିଛନ୍ତି । ଦଳ ଘୋଷଣା କରିବା ସମୟରେ, BCCI ସ୍ପଷ୍ଟ କରିଛି ଯେ ବିରାଟ କୋହଲିଙ୍କ ଚୟନ ତାଙ୍କ ଫିଟନେସ୍ କ୍ଲିଅରାନ୍ସ ଉପରେ ଆଧାରିତ । ସେହିପରି ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ୧୫ ଜଣିଆ ଦଳରେ ରହିଛନ୍ତି । ତେବେ ସବୁଠୁ ବଡ଼ କଥା ହେଉଛି ଆଫଗାନିସ୍ତାନ ବିପକ୍ଷରେ ତୃତୀୟ ODIରେ ଅପରାଜିତ ଶତକ ହାସଲ କରିଥିବା ଓପନର ଯଶସ୍ୱୀ ଜୟସ୍ୱାଲଙ୍କୁ ODI ଦଳରେ ସାମିଲ କରାଯାଇ ନାହିଁ ।
ଇଂଲଣ୍ଡ ବିପକ୍ଷ ଦିନିକିଆରେ ଶୁବମନ ଗିଲ୍ଙ୍କ ଅଧିନାୟକତ୍ବରେ ପଡ଼ିଆକୁ ଓହ୍ଲାଇବ ଭାରତ । ସେହିପରି ଶ୍ରେୟସ ଆୟର ODI ଦଳର ଉପ-ଅଧିନାୟକ ରହିବେ । KL ରାହୁଲ ଏବଂ ଇଶାନ କିଶାନଙ୍କୁ ୱିକେଟକିପର ଭାବରେ ଦଳରେ ସାମିଲ କରାଯାଇଛି । ସେହିପରି ଦିନିକିଆ ଦଳରେ ରୋହିତ ଶର୍ମା ମଧ୍ୟ ରହିଛନ୍ତି ।
ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ୫ ଜଣ ଦ୍ରୁତ ବୋଲରଙ୍କୁ ବିସିସିଆଇ ଚୟନ କରିଛି । ସେମାନେ ହେଲେ ଜସପ୍ରିତ ବୁମରାହ, ପ୍ରସିଦ୍ଧ କ୍ରିଷ୍ଣା, ହର୍ଷିତ ରାଣା, ଅର୍ଶଦୀପ ସିଂହ ଏବଂ ଗୁରନୁର ବ୍ରାର । ସେହିପରି ନୀତୀଶ କୁମାର ରେଡ୍ଡୀଙ୍କୁ ଅଲରାଉଣ୍ଡର ଭାବେ ଚୟନ କରାଯାଇଛି ।
ଇଂଲଣ୍ଡ ବିପକ୍ଷରେ ଏକଦିବସୀୟ ସିରିଜ ପାଇଁ ଟିମ୍ ଇଣ୍ଡିଆ: ଶୁବମନ ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି* , ଶ୍ରେୟସ ଆୟର (ଉପ-ଅଧିନାୟକ), କେଏଲ ରାହୁଲ (ୱିକେଟକିପର), ଇଶାନ କିଷାନ (ୱିକେଟକିପର), ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ନୀତିଶ କୁମାର ରେଡ୍ଡୀ, କୁଲଦୀପ ଯାଦବ, ଜସପ୍ରିତ ବୁମରାହ, ପ୍ରସିଦ୍ଧ କ୍ରିଷ୍ଣା, ହର୍ଷିତ ରାଣା, ଅର୍ଶଦୀପ ସିଂହ ଏବଂ ଗୁରନୁର ବ୍ରାର

🚨 News 🚨
— BCCI (@BCCI) June 21, 2026
India’s ODI squad for the England tour announced.
𝗡𝗢𝗧𝗘: Varun Chakaravarthy has been ruled out of the Ireland T20I Series as he continues his rehab at the BCCI COE.
More Details ▶️ https://t.co/wOdXTQqJto #TeamIndia | #ENGvIND pic.twitter.com/t0GypgM4kp
ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ୫ ଜଣ ଦ୍ରୁତ ବୋଲରଙ୍କୁ ବିସିସିଆଇ ଚୟନ କରିଛି । ସେମାନେ ହେଲେ ଜସପ୍ରିତ ବୁମରାହ, ପ୍ରସିଦ୍ଧ କ୍ରିଷ୍ଣା, ହର୍ଷିତ ରାଣା, ଅର୍ଶଦୀପ ସିଂହ ଏବଂ ଗୁରନୁର ବ୍ରାର । ସେହିପରି ନୀତୀଶ କୁମାର ରେଡ୍ଡୀଙ୍କୁ ଅଲରାଉଣ୍ଡର ଭାବେ ଚୟନ କରାଯାଇଛି ।
ଇଂଲଣ୍ଡ ବିପକ୍ଷରେ ଏକଦିବସୀୟ ସିରିଜ ପାଇଁ ଟିମ୍ ଇଣ୍ଡିଆ: ଶୁବମନ ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି* , ଶ୍ରେୟସ ଆୟର (ଉପ-ଅଧିନାୟକ), କେଏଲ ରାହୁଲ (ୱିକେଟକିପର), ଇଶାନ କିଷାନ (ୱିକେଟକିପର), ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ନୀତିଶ କୁମାର ରେଡ୍ଡୀ, କୁଲଦୀପ ଯାଦବ, ଜସପ୍ରିତ ବୁମରାହ, ପ୍ରସିଦ୍ଧ କ୍ରିଷ୍ଣା, ହର୍ଷିତ ରାଣା, ଅର୍ଶଦୀପ ସିଂହ ଏବଂ ଗୁରନୁର ବ୍ରାର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories