Virat Kohli / ସହଜ ଫର୍ମାଟରେ ଖେଳୁଛନ୍ତି ବୋଲି ଇନିଂସ କଲେ କୋହଲି: ସଞ୍ଜୟ
·5 months ago·2 min read

Key Points
ମାଞ୍ଜରେକରଙ୍କୁ ଟାର୍ଗେଟ୍ କଲେ କୋହଲିଙ୍କ ଭାଇ
ଭାଇରାଲ ହେଉଛି ପୋଷ୍ଟ
ଏବେବି ବଡ ବଡ ପରାମର୍ଶ ଦେବେ ମିଷ୍ଟର୍ ଏକ୍ସପର୍ଟ୍'

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ପରାସ୍ତ ହୋଇଛି ଭାରତ । ଯେଉଁ ଟିମ୍କୁ ବିଶ୍ୱର ସବୁ ଦଳ ଡରୁଥିଲେ, ଏବେ ସେଇ ଟିମ୍ ବାରମ୍ବାର ପରାଜୟ ବରଣ କରୁଛି । ଭାରତୀୟ କ୍ରିକେଟକୁ ସତେ ଯେମିତି ନଜର ଲାଗିଯାଇଛି । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଭାରତ ୨-୧ରେ ପରାଜୟ ବରଣ କରିଛି। ଭାରତ ମାଟିକୁ ଆସି ନ୍ୟୁଜିଲାଣ୍ଡ ଏକ ଐତିହାସିକ ବିଜୟ ହାସଲ କରିଛି ।ଆଉ ସବୁଠାରୁ ବଡ଼ କଥା ହେଲା, ଏହି ପରାଜୟ ଭାରତୀୟ ଦଳର ଦୁର୍ବଳତାକୁ ପଦାରେ ପକାଇ ଦେଇଛି । ଯାହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଆରମ୍ଭ ହୋଇଛି । କ୍ରିକେଟ୍ ଫ୍ୟାନ୍ମାନେ ନିରାଶ ହୋଇଛନ୍ତି ।
କିନ୍ତୁ ଜବରଦସ୍ତ ଫର୍ମ ପ୍ରଦର୍ଶନ କରିଥିଲେ ବିରାଟ କୋହଲି । ତିନି ଟିକିଆ ସିରିଜରେ ତାଙ୍କ ବ୍ୟାଟରୁ ଗୋଟିଏ ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ ବାହାରିଥିଲା । ଯାହା ତାଙ୍କ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛି । ତେବେ ବିରାଟଙ୍କ ଦମଦାର ଇନିଂସକୁ ନେଇ ଭାଇ ବିକାଶ କୋହଲି ପୂର୍ବତନ ଖେଳାଳି ସଞ୍ଜୟ ମାଞ୍ଜରେକରଙ୍କୁ ଟାର୍ଗେଟ୍ କରିଛନ୍ତି । ଏହା ପ୍ରଥମ ଥର ପାଇଁ ନୁହେଁ, ଲଗାତାର ଭାବେ ସଞ୍ଜୟଙ୍କୁ ବିକାଶ ଟାର୍ଗେଟ୍ କରୁଛନ୍ତି । ଯେବେଠୁ ସଞ୍ଜୟ ବିରାଟ କୋହଲିଙ୍କୁ କଟାକ୍ଷ କରିଛନ୍ତି ସେବେଠୁ ତାଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି ।
ଏଥିସହ ପଢ଼ନ୍ତୁ: ରାଜପଥରେ ଚଢ଼ିଗଲା ଗାଡ଼ି, ଚାଲିଗଲା ୨ ଜଣଙ୍କ ଜୀବନ
ସୂଚନାଯୋଗ୍ୟ, ରବିବାର କୋହଲି ୧୦୮ବଲରୁ ୧୨୪ରନ୍ କରିଥିଲେ । ଭାରତ ୩୩୭ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବେଳେ ବିରାଟଙ୍କ ବ୍ୟାଟରୁ ଶତକ ବାହାରିଥିଲା । ହେଲେ ଟପ୍ ଅର୍ଡର୍ ଫେଲ୍ କାରଣରୁ ଭାରତ ମ୍ୟାଚ୍ ଜିତିପାରିନଥିଲା । କିଛି ଦିନ ତଳେ ସଞ୍ଜୟ ବିରାଟଙ୍କ ଟେଷ୍ଟ୍ ଅବସରକୁ ନେଇ କଟାକ୍ଷ କରିଥିଲେ । ବିରାଟ ନିଜ ତ୍ରୁଟି ସୁଧାରିଲେନି । ଏହା ବଦଳରେ ଟେଷ୍ଟରୁ ଅବସର ନେଇଗଲେ । ଏବେ କେବଳ ସହଜ ଫର୍ମାଟରେ ଖେଳୁଥିବା ସେ କହିଥିଲେ । ଯାହାକୁ ନେଇ ବିକାଶ କହିଛନ୍ତି ଯେ, ସଞ୍ଜୟଙ୍କ ପାଖରେ କିଛି ପରାମର୍ଶ ଥିଲେ ପ୍ରଦାନ କରନ୍ତୁ ।
ସବୁଠୁ ସହଜ ଫର୍ମାଟକୁ ନେଇ ମିଷ୍ଟର୍ ଏକ୍ସପର୍ଟ୍ ସଞ୍ଜୟଙ୍କ ପାଖରେ କିଛି ନା କିଛି କହିବାକୁ ଥିବ । ନିଜେ ସଞ୍ଜୟ କ୍ରିଜରେ ଥିବା ଦରକାର ଥିଲା ବୋଲି ବିକାଶ କହିଛନ୍ତି । ଏହାସହ କଥା କହିବା ସବୁଠୁ ସହଜ ବୋଲି ବିରାଟଙ୍କ ବଡ ଭାଇ କହିଛନ୍ତି ।
ଅଧିକ ପଢ଼ନ୍ତୁ ଖେଳ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories