Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Virat Kohli / ଏମିତି ଛକା ମାରିଲେ କୋହଲି, ଆଶ୍ଚର୍ଯ୍ୟ ହୋଇଗଲେ ଫ୍ୟାନ୍ସ: ପ୍ରଥମଥର ଘଟିଲା ଏମିତି...

Ritu Das
Browse all articles by Ritu Das
·7 months ago·2 min read
ଏମିତି ଛକା ମାରିଲେ କୋହଲି, ଆଶ୍ଚର୍ଯ୍ୟ ହୋଇଗଲେ ଫ୍ୟାନ୍ସ: ପ୍ରଥମଥର ଘଟିଲା ଏମିତି...
Virat Kohli

Key Points

ବିରାଟ କୋହଲି ଲୁଙ୍ଗି ଏନଗିଡିଙ୍କ ବଲ୍‌ରେ ନିଜର ଖାତା ଖୋଲିଥିଲେ। ଦ୍ରୁତ ବୋଲର ତାଙ୍କ ଛାତି ଆଡ଼କୁ ଏକ ସର୍ଟ ବଲ୍‌ ପକାଇଥିଲେ, ଯାହାକୁ ବିରାଟ ଟାଣି ସ୍କୋୟାର ଲେଗ ବାଉଣ୍ଡରୀ ବାହାରକୁ ପଠାଇଥିଲେ।
ରାଞ୍ଚି ଦିନିକିଆରେ ଏକ ଚମତ୍କାର ଶତକ ସହିତ ବିରାଟ କୋହଲି ତାଙ୍କ ପ୍ରଶଂସକଙ୍କ ହୃଦୟ ଜିତିଥିଲେ। କିନ୍ତୁ ରାୟପୁରରେ ସେ ଏପରି କିଛି କରିଛନ୍ତି, ଯାହାକୁ ତାଙ୍କ ପ୍ରଶଂସକମାନେ ସହଜେ ବିଶ୍ୱାସ କରିପାରୁ ନାହାନ୍ତି। ବିରାଟ କୋହଲି ରାୟପୁର ଦିନିକିଆରେ ଏକ ଛକା ମାରି ନିଜର ଖାତା ଖୋଲିଥିଲେ। ଏହା ତାଙ୍କର ସାଧାରଣ ଶୈଳୀରୁ ଏକ ଭିନ୍ନ ଦୃଶ୍ୟ ଥିଲା। ଏହାସହ ପ୍ରଥମଥର ସେ ଦିନିକିଆରେ ଛକା ମାରି ଖାତା ଖୋଲିଥିଲେ। ସାଧାରଣତଃ, କୋହଲି ସିଙ୍ଗଲ୍ସ, ଡବଲ୍ସ କିମ୍ବା ଚୌକା ସହିତ ନିଜର ଖାତା ଖୋଲିଥାନ୍ତି। କିନ୍ତୁ ରାୟପୁରରେ ଏକ ଉଲ୍ଲେଖନୀୟ ସଟ ସହିତ ପ୍ରଥମ ରନ କରିଥିଲେ। ରାୟପୁର ଷ୍ଟାଡିୟମ ବି କୋହଲିଙ୍କ ସଟ୍‌ ଦେଖି ଇମୋସନଲ ହୋଇଯାଇଥିଲେ। ଫ୍ୟାନ୍ସ ମାନେ ଅଲଗା ପ୍ରକାର ଖୁସି। 



ବିରାଟ କୋହଲି ଲୁଙ୍ଗି ଏନଗିଡିଙ୍କ ବଲ୍‌ରେ ନିଜର ଖାତା ଖୋଲିଥିଲେ। ଦ୍ରୁତ ବୋଲର ତାଙ୍କ ଛାତି ଆଡ଼କୁ ଏକ ସର୍ଟ ବଲ୍‌ ପକାଇଥିଲେ, ଯାହାକୁ ବିରାଟ ଟାଣି ସ୍କୋୟାର ଲେଗ ବାଉଣ୍ଡରୀ ବାହାରକୁ ପଠାଇଥିଲେ। ଏହି ଛକା ୮୦ ମିଟର ଉପରେ ଯାଇଥିଲା। ସାଧାରଣତଃ, ବିରାଟ କୋହଲି ଏହି ସଟ ଲୋୟର୍‌ ବିଡଥ ଉଇକେଟ୍‌ ଆଡକୁ ଖେଳନ୍ତି, କିନ୍ତୁ ଏଥର ତାଙ୍କ ଉଦ୍ଦେଶ୍ୟ ଭିନ୍ନ ଥିଲା। ଯାହାକୁ ଦେଖି ଫ୍ୟାନ୍ସ ଏକଦମ ଖୁସି। 

ଅଧିକ ପଢ଼ନ୍ତୁ: DDCA କଲା କନ୍‌ଫର୍ମ: ଦିଲ୍ଲୀ ଜର୍ସି ପିନ୍ଧିବାକୁ ବିରାଟ ରାଜି


ବିରାଟ କୋହଲି ରାଞ୍ଚିରେ ହିଁ ତାଙ୍କର ମନୋଭାବ ବଦଳାଇଥିଲେ। ଏହି ଖେଳାଳି ସେହି ମ୍ୟାଚ୍‌ରେ ଆସିବା ମାତ୍ରେ ଦୁଇଟି ଛକା ମାରିଥିଲେ। ବିରାଟ ମ୍ୟାଚ୍‌ରେ ୧୩୫ ରନ କରିଥିଲେ ଏବଂ ମୋଟ ୭ଟି ଛକା ମାରିଥିଲେ। କୋହଲି ସାଧାରଣତଃ ଚୌକା ମାରିଥାନ୍ତି, କିନ୍ତୁ ଏହି ଖେଳାଳି ଏବେ ତାଙ୍କ ଖେଳ ବଦଳାଇ ଦେଇଛନ୍ତି। ସେ ଅଧିକ ଆକ୍ରମଣାତ୍ମକ ଖେଳୁଛନ୍ତି।

ଅଧିକ ପଢ଼ନ୍ତୁ: ଭଲ ନାହିଁ ବିରାଟ-ଗମ୍ଭୀରଙ୍କ ସମ୍ପର୍କ, ନିଷ୍ପତ୍ତି ବଦଳାଇଲା BCCI !


ରୋହିତ ଭଲ ଆରମ୍ଭ କରିଥିଲେ, ନାଣ୍ଡ୍ରେ ବର୍ଗରଙ୍କ ଓଭରରେ ଲଗାତାର ତିନୋଟି ଚୌକା ମାରିଥିଲେ, କିନ୍ତୁ ପରେ ବ୍ୟାଟ୍ସମ୍ୟାନ୍ ଏକ ବଲ ପକାଇଥିଲେ ଯାହା ତାଙ୍କ ବ୍ୟାଟର ଧାରକୁ ନେଇ ଯାଇଥିଲା ଏବଂ ରୋହିତ ଆଉଟ୍ ହୋଇଥିଲେ। ଯଶସ୍ୱୀ ଜୟସ୍ୱାଲ ମଧ୍ୟ ୨୨ ରନ୍ କରିଥିଲେ, ୩୮ ବଲ୍‌ ଖେଳିଥିଲେ, କିନ୍ତୁ ଏକ ଅତ୍ୟନ୍ତ ଖରାପ ସଟ୍ ଖେଳି ପ୍ୟାଭିଲିୟନ ଫେରିଥିଲେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Kohli’s Unbelievable Six Stuns Fans for the First Time | Argus News