Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଟ୍ବିଟ୍ କରି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କୋହଲି

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଟ୍ବିଟ୍ କରି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କୋହଲି

ଅର୍ଗସ ବ୍ୟୁରୋ : ପ୍ରିୟ ନରେନ୍ଦ୍ର ମୋଦି ସାର୍‌, ମୋତେ ସର୍ବଦା ସମର୍ଥନ କରି ଉତ୍ସାହିତ କରିଥିବାରୁ ଧନ୍ୟବାଦ। ଟି-୨୦ ବିଶ୍ୱକପ ଘରକୁ ଆଣିଥିବା ଏହି ଭାରତୀୟ ଦଳର ଅଂଶ ହେବା ଗୌରବର ବିଷୟ। ଏହି ବିଜୟ ସହିତ ସମସ୍ତ ଦେଶବାସୀ ପାଇଥିବା ଖୁସିରେ ଆମେ ପ୍ରଭାବିତ ଏବଂ ଅଭିଭୁତ।’ ଏପରି କିଛି ନିଜ ଏକସ୍ ରେ ଲେଖିଛନ୍ତି ବିରାଟ କୋହିଲି  । ଟି -୨୦ ବିଶ୍ୱକପ ୨୦୨୪ର ଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ବିରାଟ କୋହଲଙ୍କର ବଡ ଅବଦାନ ରହିଛି।

ଅଧିକ ପଢନ୍ତୁ : ଭାରତ ଟି-ଟ୍ବେଣ୍ଟି ବିଶ୍ବକପ୍ ଚାମ୍ପିଅନ୍

ସମଗ୍ର ଟୁର୍ଣ୍ଣାମେଣ୍ଟରେ ରନ ସ୍କୋର କରିବାକୁ ସଂଘର୍ଷ କରୁଥିବା କୋହଲି ଫାଇନାଲରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୭୬ ରନର ଇନିଂସ ଖେଳିଥିଲେ। ଏହା ପରେ  ପ୍ରଧାନମନ୍ତ୍ରୀ  ମୋଦି କୋହଲିଙ୍କୁ ‘ଏକ୍ସ’ ମାଧ୍ୟମରେ ଅଭିନନ୍ଦନ ଜଣାଇବା ସହ କୋହଲି ନୂତନ ପିଢିର ଖେଳାଳିଙ୍କୁ ପ୍ରେରଣା ଯୋଗାଇବେ ବୋଲି ମଧ୍ୟ କହିଥିଲେ। ଏବେ ଭାରତୀୟ ପୂର୍ବତନ ଅଧିନାୟକ କୋହଲି ମଧ୍ୟ ଏହାର ଜବାବରେ ଟୁଇଟ କରି  ପ୍ରଧାନମନ୍ତ୍ରୀ ଙ୍କୁ ତାଙ୍କ ଅଭିନନ୍ଦନ ପାଇଁ କୃତଜ୍ଞତା ଜଣାଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kohli thanked the Prime Minister in his x handle | Argus News