IPL News / KKRକୁ ଆଉ ଏକ ବଡ଼ ଝଟକା, IPLରୁ ବାଦ୍ ପଡ଼ିଲେ ଏହି ଷ୍ଟାର୍ ବୋଲର୍...
·3 months ago·2 min read

Key Points
IPL ପୂର୍ବରୁ KKR ଦୁର୍ବଳ !
ଆଉ ଜଣେ ଦ୍ରୁତ ବୋଲର OUT
ହର୍ଷିତ ପରେ ଆକାଶଦୀପ ମଧ୍ୟ ବାଦ୍
ଆଉ ଜଣେ ଦ୍ରୁତ ବୋଲର OUT
ହର୍ଷିତ ପରେ ଆକାଶଦୀପ ମଧ୍ୟ ବାଦ୍
ମାର୍ଚ୍ଚ ୨୮ରୁ ଆରମ୍ଭ ହେବାକୁ ଯାଉଛି ଫଟାଫଟ୍ କ୍ରିକେଟ୍ର ମହାକୁମ୍ଭ ଆଇପିଏଲ । ଏଥିପାଇଁ ସମସ୍ତ ଫ୍ରାଞ୍ଚାଇଜ୍ ଜୋରଦାର ଅଭ୍ୟାସ ଜାରି ରଖିଛନ୍ତି । ତେବେ ୨୦୨୬ ଆଇପିଏଲ ମିନି ନିଲାମକୁ କୋଲକାତା ନାଇଟ୍ ରାଇଡର୍ସ ସବୁଠାରୁ ବଡ଼ ପର୍ସ ସହିତ ଯାଇଥିଲା । ଆଉ ନିଲାମରେ କେକେଆର୍ କ୍ୟାମେରନ୍ ଗ୍ରୀନ୍ ଓ ମାଥିଶା ପଥିରାନାଙ୍କ ଭଳି ଖେଳାଳିଙ୍କୁ ମଧ୍ୟ ଦଳରେ ସାମିଲ କରିଥିଲେ । କିନ୍ତୁ ବର୍ତ୍ତମାନ ସେହି KKR ଦଳ ସବୁଠାରୁ ଦୁର୍ବଳ ମନେ ହେଉଛି । ହର୍ଷିତ ରାଣାଙ୍କ ପରେ ଆଉ ଜଣେ ଦ୍ରୁତ ବୋଲର ଆକାଶଦୀପ ମଧ୍ୟ IPL ୨୦୨୬ରୁ ବାଦ୍ ପଡ଼ିଛନ୍ତି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆକାଶଦୀପ ପରବର୍ତ୍ତୀ ସିଜିନରେ ଗୋଟିଏ ବି ମ୍ୟାଚ୍ ଖେଳିପାରିବେ ନାହିଁ ।
କ୍ରିକବଜ୍ ଅନୁଯାୟୀ, କୋଲକାତା ନାଇଟ୍ ରାଇଡର୍ସର ଜଣେ ଅଧିକାରୀ କହିଛନ୍ତି ଯେ ଆକାଶଦୀପଙ୍କୁ IPL ୨୦୨୬ରୁ ବାଦ୍ ଦିଆଯାଇଛି । ମିନି-ନିଲାମରେ KKR ତାଙ୍କୁ ୧ କୋଟିରେ ନିଜ ଦଳରେ ସାମିଲ କରିଥିଲା ।
କୋଲକାତା ନାଇଟ୍ ରାଇଡର୍ସ ପାଇଁ ସମସ୍ୟା କମିବାର କୌଣସି ସଙ୍କେତ ଦେଖାଯାଉନାହିଁ । ପ୍ରଥମେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଏକ ଅଭ୍ୟାସ ମ୍ୟାଚ୍ ସମୟରେ ଆଘାତ ପାଇଥିବାରୁ ହର୍ଷିତ ରାଣାଙ୍କୁ ବାଦ୍ ଦିଆଯାଇଛି । ସେହିପରି ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଦ୍ୱାରା ମାଥିଶା ପଥିରାନାଙ୍କୁ ଏପର୍ଯ୍ୟନ୍ତ ଅନୁମତି ଦିଆଯାଇ ନାହିଁ । ଏପରି ପରିସ୍ଥିତିରେ ପଥିରାନା ମଧ୍ୟ ପ୍ରାରମ୍ଭିକ ମ୍ୟାଚ୍ରୁ ବାହାରେ ରହିପାରନ୍ତି ।
କୋଲକାତା ନାଇଟ୍ ରାଇଡର୍ସର ପ୍ରଶିକ୍ଷଣ ଶିବିର ୧୮ ମାର୍ଚ୍ଚରୁ ଆରମ୍ଭ ହୋଇଥିଲା, କିନ୍ତୁ ଆକାଶଦୀପ ଆରମ୍ଭରୁ ଅଂଶଗ୍ରହଣ କରିନଥିଲେ । ସେ ବର୍ତ୍ତମାନ ବେଙ୍ଗାଲୁରୁର ବିସିସିଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସରେ ଅଛନ୍ତି । ତାଙ୍କର ଆଘାତ କେଉଁଠାରେ ଲାଗିଛି କିମ୍ବା ତାଙ୍କର ବର୍ତ୍ତମାନର ସ୍ୱାସ୍ଥ୍ୟାବସ୍ଥା ବିଷୟରେ କୌଣସି ଅପଡେଟ୍ ନାହିଁ ।
ଆକାଶଦୀପଙ୍କର ଆଘାତର ଏକ ଲମ୍ବା ଇତିହାସ ଅଛି, ସେ ଗତ ଚାରି ସିଜନ ଧରି ଇଣ୍ଡିଆନ୍ ପ୍ରିମିୟର ଲିଗରେ ସକ୍ରିୟ ଅଛନ୍ତି । ତଥାପି ଆଘାତର ପ୍ରଭାବ ଯୋଗୁଁ ସେ ତାଙ୍କ IPL କ୍ୟାରିୟରରେ କେବଳ ୧୪ଟି ମ୍ୟାଚ୍ ଖେଳି ୧୦ ୱିକେଟ ନେଇଛନ୍ତି । ଗତ ସିଜନରେ ତାଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ୮ କୋଟିରେ ସାଇନ୍ କରିଥିଲା କିନ୍ତୁ ଗୋଟିଏ ସିଜିନ୍ ପରେ LSG ତାଙ୍କୁ ରିଲିଜ୍ କରିଥିଲା ।
ଏଥିସହ ପଢ଼ନ୍ତୁ: IPL ପୂର୍ବରୁ ବଡ଼ ଖବର, ନୂଆ ସିରିଜ୍ର ସୂଚୀ ଘୋଷଣା କଲା BCCI

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories