ଆଜିଠୁ ଲିଜେଣ୍ଡ କ୍ରିକେଟ୍ ଲିଗ୍ ସିଜନ -3 ଆରମ୍ଭ

ଅର୍ଗସ ବ୍ୟୁରୋ : ଆଜିଠୁ ସୁରଟ ଲାଲବାଇ କ୍ରିକେଟ୍ ଷ୍ଟାଡିୟମରେ ଲିଜେଣ୍ଡ କ୍ରିକେଟ୍ ଲିଗ୍ ସିଜନ -୩ ଆରମ୍ଭ । ଅକ୍ଟୋବର ୨ ଯାଏ ଜାରି ରହିବ ଖେଳ । ଲିଜେଣ୍ଡ ଲିଗ୍ କ୍ରିକେଟ୍ ସିଜନ୍ -୩ ରେ ମୋଟ ୬ଟି ଟିମ୍ ସାମିଲ ହୋଇଛନ୍ତି । ୩ୟ ସଂସ୍କାରଣରେ ଓଡ଼ିଶା ୩ଟି ମ୍ୟାଚ ଖେଳିବ । କୋଣାର୍କ ସୂର୍ଯ୍ୟାସ ଓଡିଶା ୨୭, ୨୯ ସେପ୍ଟେମ୍ବର ଏବଂ ୨ ଅକଟୋବରରେ ମ୍ୟାଚ ଖେଳିବ ।
ଅଧିକ ପଢନ୍ତୁ : କାଲି ଏହି ଷ୍ଟାର ପ୍ଲେୟରଙ୍କ ପାଇଁ ସ୍ପେଶାଲ ରହିବ କାନପୁର ମ୍ୟାଚ୍
ଟୁର୍ଣ୍ଣାମେଣ୍ଟରେ କୋଣାର୍କ ସୂର୍ଯ୍ୟାସ ସହ ଗୁଜରାଟ ଗ୍ରେଟ, ଇଣ୍ଡିଆନ କେପିଟାଲସ, ମଣିପାଲ ଟାଇଗର, ଅଲ୍ଟିମେଟ ହାଇଦ୍ରାବାଦ ଏବଂ ସାବଧାନ ସୁପର ଷ୍ଟାର ଖେଳାଳିଙ୍କ ଜଲୱା ଦେଖିବାକୁ ମିଳିବ । ଚଳିତଥର ୧୨ ହଜାର ଦର୍ଶକଙ୍କ ପାଇଁ କ୍ରିକେଟ୍ ମ୍ୟାଚ୍ ଦେଖିବାକୁ ବ୍ୟବସ୍ଥା ହୋଇଛି । ଗତଥର ମଧ୍ୟ ଟୁର୍ନାମେଣ୍ଟ ସୁରତରେ ଅନୁଷ୍ଠିତ ହୋଇଥିଲା । ଫାଇନାଲରେ ହରଭଜନ ଏବଂ ରାଇନାଙ୍କ ଦଳ ପହଞ୍ଚିଥିଲେ। ଏଥର ଶ୍ରୀନଗରରେ ଫାଇନାଲ ମ୍ୟାଚ୍ ଖେଳାଯିବ।
📱 Get Argus News App
✨