Lionel Messi / ଦିଲ୍ଲୀ ଦେଖିବ ମେସି ମ୍ୟାଜିକ୍; ଲୀଳା ପ୍ୟାଲେସରେ କାହାକୁ କାହାକୁ ଭେଟିବେ ?
·7 months ago·2 min read

Key Points
ହୋଟେଲରେ କିଛି ବଛା ବଛା VIP ଓ କର୍ପୋରେଟ୍ ମୁଖିଆ ମେସିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ରିପୋର୍ଟ ଅନୁସାରେ, କିଛି କମ୍ପାନୀ ଫୁଟବଲ୍ କିମ୍ବଦନ୍ତୀ ମେସିଙ୍କ ସହ ମିଶିବା ପାଇଁ କୋଟିଏ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରୁଛନ୍ତି ।
ନୂଆଦିଲ୍ଲୀ: ଆର୍ଜେଣ୍ଟିନାର ଫୁଟବଲ୍ ଷ୍ଟାର୍ ଲିଓନେଲ୍ ମେସି ଭାରତ ଗସ୍ତରେ ଅଛନ୍ତି । କୋଲକାତା, ହାଇଦ୍ରାବାଦ, ମୁମ୍ବାଇ ପରେ ଦିଲ୍ଲୀ ପହଞ୍ଚିବେ ମେସି । ଲିଓନେଲ୍ ମେସିଙ୍କ ଗସ୍ତ ପାଇଁ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅରୁଣ ଜେଟଲି ଷ୍ଟାଡିୟମ୍ ନିକଟରେ ଟ୍ରାଫିକ୍ ନିୟମ କଡ଼ାକଡ଼ି ହୋଇଛି ।
କୋଲକାତା ଭଳି ଭିଡ଼ ଓ ଟ୍ରାଫିକ୍ ଜାମ୍ ସ୍ଥିତି ଦିଲ୍ଲୀରେ ଯେଭଳି ସୃଷ୍ଟି ନ ହୁଏ ସେଥିପ୍ରତି ଧ୍ୟାନ ଦେଇଛି ପୋଲିସ । ମେସିଙ୍କୁ ବ୍ୟକ୍ତିଗତ ଭାବେ ଭେଟିବା, ଏକ୍ସକ୍ଲୁସିଭ୍ ସାକ୍ଷାତକାର ପାଇଁ ଆୟୋଜନକାରୀ କମ୍ପାନୀ କୋଟିଏ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରୁଥିବା ଜଣାପଡ଼ିଛି ।
ଏଥିସହ ପଢ଼ନ୍ତୁ: 'ମେସିଙ୍କୁ ଆଣିବାକୁ ଯେତିକି ଖର୍ଚ୍ଚ କଲ, ମୋତେ ସେତିକି ଦିଅ... ମେସିଙ୍କ ଭଳି ୧୦ ଜଣଙ୍କୁ ଗଢ଼ିବି'
ମେସି ସୋମବାର ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମ୍ରେ ଦିନ ଗୋଟାଏରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ରହିବେ । ଯେଉଁଥିପାଇଁ ଦିନ ୧୦ଟାରୁ ଟ୍ରାଫିକ୍ କଟକଣା ଲାଗୁ କରାଯାଇଛି ।
ଏୟାରପୋର୍ଟରୁ ମେସିଙ୍କ ପାଇଁ ବୁକ୍ ହୋଇଥିଲା ଚାଣକ୍ୟପୁରୀ ହୋଟେଲ ଲୀଳା ପ୍ୟାଲେସକୁ ପ୍ରାୟ ୩୦ ମିନିଟ୍ ସମୟ ଲାଗିବ । ଲୀଳା ପ୍ୟାଲେସ୍ରେ ମେସି ୫୦ ମିନିଟ୍ ଧରି ବିଭିନ୍ନ ବ୍ୟକ୍ତିଙ୍କୁ ଭେଟିବେ ।
ହ୍ୟାଣ୍ଡସେକ୍ ପାଇଁ କୋଟିଏ
ହୋଟେଲରେ କିଛି ବଛା ବଛା VIP ଓ କର୍ପୋରେଟ୍ ମୁଖିଆ ମେସିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ରିପୋର୍ଟ ଅନୁସାରେ, କିଛି କମ୍ପାନୀ ଫୁଟବଲ୍ କିମ୍ବଦନ୍ତୀ ମେସିଙ୍କ ସହ ମିଶିବା ପାଇଁ କୋଟିଏ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରୁଛନ୍ତି ।
ଦିଲ୍ଲୀରେ ମେସି, ଭାରତର ପ୍ରଧାନବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ସ୍ଥଳସେନା ମୁଖ୍ୟ ଉପେନ୍ଦ୍ର ଦ୍ଵିବେଦୀ ଓ ଭାରତରେ ଅବସ୍ଥାପିତ ଆର୍ଜେଣ୍ଟିନା ରାଷ୍ଟ୍ରଦୂତ ମାରିୟାନୋ ଅଗଷ୍ଟିନ କାଉଚିନୋଙ୍କୁ ଭେଟି ଆଲୋଚନା କରିବେ । ଏହାପରେ ଇଡିର ନିର୍ଦ୍ଦେଶକ ରାହୁଲ ନବୀନ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଭେଟିପାରନ୍ତି ।
ଏଥିସହ ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି-ଟ୍ଵେଣ୍ଟିରେ କାମ ଦେଲା ଗମ୍ଭୀରଙ୍କ ଚାଲାକି; ଶେଷ ଓଭର୍ରେ କରିଦେଲେ ଖେଳ
ମେସିଙ୍କ ପାଇଁ ଲୀଳା ପ୍ୟାଲେସର ସମ୍ପୂର୍ଣ୍ଣ ଫ୍ଲୋରକୁ ବୁକ୍ କରାଯାଇଛି । ଯେତେବେଳେ କି ଆର୍ଜେଣ୍ଟିନା ସ୍କ୍ଵାଡ୍ ହୋଟେଲର ପ୍ରେସିଡେନ୍ସିଆଲ୍ ସୁଟ୍ରେ ରହିବେ । ହୋଟେଲରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଅରୁଣ ଜେଟଲି ଷ୍ଟାଡିୟମ୍ରେ ମେସି ଭାରତୀୟ କ୍ରିକେଟରଙ୍କୁ ଭେଟିବାର କାର୍ଯ୍ଯକ୍ରମ ରହିଛି । ସୋମବାର ସନ୍ଧ୍ୟା ୬ଟା ୧୫ରେ ମେସି ବିମାନବନ୍ଦର ଅଭିମୁଖେ ଯିବେ । ସେଠାରୁ ରାତି ୮ଟାରେ ତାଙ୍କ ବିମାନ ରହିଥିବା ସୂଚନା ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories