Lionel Messi's Trip To India: ୧୪ ବର୍ଷ ପରେ ଭାରତ ଆସିବେ ମେସି, ଏହି ରାଜ୍ୟରେ ଖେଳିବେ ଫୁଟବଲ୍ ମ୍ୟାଚ୍

Key Points
ଭାରତରେ ଥିବା ଫୁଟବଲ ପ୍ରେମୀଙ୍କ ପାଇ ଖୁସି ଖବର । ନଭେମ୍ବରରେ ଭାରତ ଆସିବେ ଷ୍ଟାର ଫୁଟବଲ ଖେଳାଳି ଲିଓନାଲ ମେସି । କେରଳରେ ଖେଳିବେ ଫୁଟବଲ ।
ଫୁଟବଲ ପ୍ରେମୀଙ୍କ ପାଇଁ ଖୁସି ଖବର । ୧୪ ବର୍ଷ ପରେ ଭାରତ ଆସିବେ ଷ୍ଟାର ଫୁଟବଲର ଲିଓନାଲ ମେସି । ବିଶ୍ବର ସର୍ବଶ୍ରେଷ୍ଠ ଫୁଟବଲ ଖେଳାଳିଙ୍କ ମଧ୍ୟରୁ ମେସି ହେଉଛନ୍ତି ଅନ୍ୟତମ । ଭାରତରେ ମଧ୍ୟ ତାଙ୍କ ବହୁତ ପ୍ରଶଂସକ ଅଛନ୍ତି । ତେବେ କିଛି ଦିନ ଧରି ଏହି ଷ୍ଟାର ଫୁଟବଲ ଖେଳାଳି ଭାରତ ଆସିବେ ବୋଲି ବେଶ୍ ଚର୍ଚ୍ଚା ହେଉଥିଲା । ତେବେ ଏହାରି ମଧ୍ୟରେ ମେସିଙ୍କ ଭାରତ ଗସ୍ତ ନିଶ୍ଚିତ ହୋଇଛି। ସେ ନଭେମ୍ବରରେ ଭାରତ ଆସିବେ ଏବଂ ସେ ଆର୍ଜେଣ୍ଟିନା ପକ୍ଷରୁ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ମଧ୍ୟ ଅଂଶଗ୍ରହଣ କରିବେ।
ଆର୍ଜେଣ୍ଟିନା ଫୁଟବଲ୍ ଫେଡେରେସନ (ଏଏଫଏ) ନିଶ୍ଚିତ କରିଛି ଯେ ଏହି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ କେରଳରେ ନଭେମ୍ବର ୧୦ ରୁ ୧୮ ମଧ୍ୟରେ ଖେଳାଯିବ । ଶେଷ ଥର ପାଇଁ ଭାରତରେ ୨୦୧୧ରେ ଆର୍ଜେଣ୍ଟିନା ଏକ ଫୁଟବଲ୍ ମ୍ୟାଚ୍ ଖେଳିଥିଲା । ଏହି ମ୍ୟାଚ୍ରେ ଆର୍ଜେଣ୍ଟିନା ଏବଂ ଭେନେଜୁଏଲା ମଧ୍ୟରେ କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମରେ ଖେଳାଯାଇଥିଲା । ମେସି ମଧ୍ୟ ସେହି ମ୍ୟାଚରେ ଅଂଶଗ୍ରହଣ କରିଥିଲେ ।
AFA ତାର ବିବୃତ୍ତିରେ କହିଛି, '୨୦୨୫ରେ ଆର୍ଜେଣ୍ଟିନା ଫୁଟବଲ୍ ଦଳ ଲିଓନେଲ୍ ସ୍କାଲୋନିଙ୍କ ନେତୃତ୍ୱରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିବ। ଅକ୍ଟୋବର ୬ ରୁ ୧୪ ପର୍ଯ୍ୟନ୍ତ ଆମେରିକାରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳାଯିବ। ତା'ପରେ ନଭେମ୍ବର ୧୦ ରୁ ୧୮ ମଧ୍ୟରେ ଲୁଆଣ୍ଡା, ଆଙ୍ଗୋଲା ଏବଂ କେରଳରେ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ପାଇଁ ପ୍ରତିପକ୍ଷ ଦଳ ଏବଂ ସହରଗୁଡ଼ିକର ନାମ ପରେ ଘୋଷଣା କରାଯିବ।'
ଫିଫା ବିଶ୍ୱକପ୍ ୨୦୨୨ ଟାଇଟଲ୍ ଜିତିବା ପରେ କେରଳରୁ ମିଳିଥିବା ସମର୍ଥନ ପାଇଁ ଆର୍ଜେଣ୍ଟିନା ଫୁଟବଲ୍ ଫେଡେରେସନ୍ ମଧ୍ୟ ଧନ୍ୟବାଦ ଜଣାଇଛି। କେରଳର କ୍ରୀଡ଼ା ମନ୍ତ୍ରୀ ଭି. ଅବଦୁରରହମାନ ମଧ୍ୟ ଏହି ଖବର ପ୍ରଶଂସକଙ୍କ ସହ ସେୟାର କରିଛନ୍ତି। ସେ X ରେ ଲେଖିଛନ୍ତି, 'ବିଶ୍ୱ ଚାମ୍ପିଅନ୍ ଲିଓନେଲ୍ ମେସିଙ୍କ ଦଳ ନଭେମ୍ବର ୨୦୨୫ରେ କେରଳରେ ଖେଳିବ ।'
Officially announcing with pride ⚽✨#Argentina is coming to Kerala! 🇦🇷🔥
— V Abdurahiman (@VAbdurahimanOff) August 23, 2025
A historic football moment awaits God’s Own Country. 🌴⚽
Grateful to @reporter_tv for the support.#VAbdurahiman #SportsMinisterKerala #Messi @afa @leomessisite @leomessisite @AFASeleccionEN @TeamMessi pic.twitter.com/u926BPZ0TN