Lionel Messi Retirement / ଆଖିରେ ଲୁହ, ପାଦରେ ସେହି ଜାଦୁ... ବିଜୟ ସହ ଅନ୍ତର୍ଜାତୀୟ ଫୁଟବଲରୁ ମେସିଙ୍କ ବିଦାୟ
·49 mins ago·2 min read

Key Points
ବିଦାୟ ମ୍ୟାଚ୍ରେ ବି ମେସି ମ୍ୟାଜିକ୍
ଗୋଲ୍ ସହ ଲେଖିଲେ ଶେଷ କାହାଣୀ
ମେସି ଯିବେ, କିନ୍ତୁ ତାଙ୍କ ଜାଦୁ ରହିବ
ଗୋଲ୍ ସହ ଲେଖିଲେ ଶେଷ କାହାଣୀ
ମେସି ଯିବେ, କିନ୍ତୁ ତାଙ୍କ ଜାଦୁ ରହିବ
୨୧ ବର୍ଷର ଅନ୍ତର୍ଜାତୀୟ ଯାତ୍ରା... ଆଖିରେ ଲୁହ, ପାଦରେ ଜାଦୁ ଏବଂ ଶେଷ ମ୍ୟାଚରେ ବି ଗୋଲ୍ ସହ ଆସିଷ୍ଟ । ଆର୍ଜେଣ୍ଟିନା ଜର୍ସିରେ ଲିଓନେଲ୍ ମେସିଙ୍କ ଶେଷ ଅଧ୍ୟାୟ ମଧ୍ୟ ତାଙ୍କ କ୍ୟାରିୟର ଭଳି ଥିଲା ଐତିହାସିକ । ବେନିନ୍ ବିପକ୍ଷରେ ୩-୦ ବିଜୟ ସହ ବିଦାୟ ନେଇଥିବା ଫୁଟବଲର ଜାଦୁକର ମେସି ପୁଣିଥରେ ପ୍ରମାଣ କରିଦେଲେ—ମଞ୍ଚ ଯେତେ ବଡ଼ ହେଉ କିମ୍ବା ବିଦାୟର ମୁହୂର୍ତ୍ତ ଯେତେ ଭାବପ୍ରବଣ ହେଉ, ମେସି ମାନେ ହେଉଛି ଗୋଲ୍, ରେକର୍ଡ ଓ ଇତିହାସ ।
ମହାନ ଫୁଟବଲର୍ ଲିଓନେଲ୍ ମେସି ଅର୍ଜେଣ୍ଟିନା ପାଇଁ ତାଙ୍କର ୨୧ ବର୍ଷର ଦୀର୍ଘ ଅନ୍ତର୍ଜାତୀୟ କ୍ୟାରିୟରକୁ ଏକ ସ୍ମରଣୀୟ ଢଙ୍ଗରେ ଶେଷ କରିଛନ୍ତି । ମଙ୍ଗଳବାର ଖେଳାଯାଇଥିବା ବେନିନ୍ ବିପକ୍ଷ ମ୍ୟାଚରେ ଅର୍ଜେଣ୍ଟିନା ୩-୦ ଗୋଲରେ ବିଜୟୀ ହୋଇଥିଲା । ଏହି ମ୍ୟାଚରେ ମେସି ଗୋଟିଏ ଗୋଲ୍ ଦେବା ସହ ଦୁଇଟି ଗୋଲରେ ଆସିଷ୍ଟ କରି ନିଜର ଶେଷ ମ୍ୟାଚକୁ ଚିରସ୍ମରଣୀୟ କରିଛନ୍ତି ।
ମ୍ୟାଚର ୭୧ତମ ମିନିଟରେ ମେସି ପେନାଲ୍ଟିରୁ ଗୋଲ୍ କରିଥିଲେ । ଏହା ସହିତ ଦୁଇଟି ଗୋଲରେ ଆସିଷ୍ଟ ଦେଇଥିଲେ । ଅର୍ଥାତ୍ ଆର୍ଜେଣ୍ଟିନା ଜର୍ସିରେ ନିଜର ଶେଷ ମ୍ୟାଚରେ ମଧ୍ୟ ସେ ସେହି କାମ କରିଥିଲେ, ଯାହା ପାଇଁ ସାରା ବିଶ୍ୱରେ ସେ ପରିଚିତ—ଗୋଲ୍ କରିବା ଏବଂ ସାଥୀ ଖେଳାଳିଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ।
ଏହି ମ୍ୟାଚ ସମୟରେ ମେସି ଅନେକଥର ଭାବପ୍ରବଣ ହୋଇପଡ଼ିଥିଲେ । ଅର୍ଜେଣ୍ଟିନାର ଜାତୀୟ ସଙ୍ଗୀତ ବାଜିବା ସମୟରେ ତାଙ୍କ ଆଖିରେ ଲୁହ ଦେଖାଯାଇଥିଲା । ଷ୍ଟାଡିୟମ୍ ଅଭିମୁଖେ ଯିବା ସମୟରେ ମଧ୍ୟ ସେ ଆଖିରୁ ଲୁହ ପୋଛୁଥିବା ଦେଖିବାକୁ ମିଳିଥିଲା ।
ମେସି ୧୭ ଅଗଷ୍ଟ ୨୦୦୫ରେ ଆର୍ଜେଣ୍ଟିନା ପାଇଁ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ । ହଙ୍ଗେରୀ ବିପକ୍ଷ ମ୍ୟାଚରେ ତାଙ୍କ ଡେବ୍ୟୁ ଅତ୍ୟନ୍ତ ନାଟକୀୟ ଥିଲା । ମାତ୍ର ୯୦ ସେକେଣ୍ଡ ପଡ଼ିଆରେ ରହିବା ପରେ ତାଙ୍କୁ ରେଡ୍ କାର୍ଡ ଦେଖାଯାଇଥିଲା । କିନ୍ତୁ ସେହି ଖରାପ ଆରମ୍ଭ ପରେ ମେସି ଆଉ ପଛକୁ ଚାହିଁନଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୦୭ଟି ମ୍ୟାଚ ଖେଳି ଆର୍ଜେଣ୍ଟିନା ଜାତୀୟ ଦଳକୁ ବିଦାୟ ଦେଇଥିବା ମେସିଙ୍କ ନାମରେ ୧୨୬ଟି ଅନ୍ତର୍ଜାତୀୟ ଗୋଲ୍ ରହିଛି । ପୁରୁଷ ଫୁଟବଲରେ ସର୍ବାଧିକ ଅନ୍ତର୍ଜାତୀୟ ଗୋଲ୍ ଦେବା ତାଲିକାରେ ସେ କେବଳ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପଛରେ ଅଛନ୍ତି। ରୋନାଲ୍ଡୋଙ୍କ ନାମରେ ୧୪୬ଟି ଗୋଲ୍ ରହିଛି ।
ମେସିଙ୍କ କ୍ୟାରିୟର କେବଳ ବ୍ୟକ୍ତିଗତ ରେକର୍ଡରେ ସୀମିତ ନୁହେଁ; ଆର୍ଜେଣ୍ଟିନା ସହ ତାଙ୍କର ଐତିହାସିକ ସଫଳତା ମଧ୍ୟ ଅନେକ । ୨୦୦୮ ବେଜିଂ ଅଲିମ୍ପିକ୍ସରେ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହାପରେ ୨୦୨୧ ଓ ୨୦୨୪ରେ କୋପା ଆମେରିକା ଟାଇଟଲ୍ ଜିତିଥିଲେ । କିନ୍ତୁ ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ସଫଳତା ଆସିଥିଲା ୨୦୨୨ରେ, ଯେତେବେଳେ ସେ ଆର୍ଜେଣ୍ଟିନାକୁ ଫିଫା ବିଶ୍ୱକପ୍ ଚାମ୍ପିୟନ୍ କରାଇଥିଲେ ।
୨୦୨୬ ବିଶ୍ୱକପ୍ ମେସିଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଶେଷ ବଡ଼ ଟୁର୍ଣ୍ଣାମେଣ୍ଟ ଥିଲା । ଅର୍ଜେଣ୍ଟିନା ଏଥର ଚାମ୍ପିୟନ୍ ହୋଇପାରିନଥିଲେ ମଧ୍ୟ ରନର୍ସଅପ୍ ହୋଇଥିଲା । ମେସି ଟୁର୍ଣ୍ଣାମେଣ୍ଟରେ ୮ଟି ଗୋଲ୍ ଓ ୪ଟି ଆସିଷ୍ଟ କରିଥିଲେ ।
୨୧ ବର୍ଷର ଏହି ଅସାଧାରଣ ଯାତ୍ରାର ଶେଷରେ ମେସି କେବଳ ରେକର୍ଡ ଛାଡ଼ି ଯାଇନାହାନ୍ତି, ବରଂ ଆର୍ଜେଣ୍ଟିନା ଫୁଟବଲର ଇତିହାସରେ ନିଜର ନାମକୁ ଚିରସ୍ଥାୟୀ କରି ଯାଇଛନ୍ତି ।

Related Topics
Explore more stories