Messi MetLife Stadium / ମେସିଙ୍କ ପାଇଁ ଅଶୁଭ ମେଟ୍ଲାଇଫ୍ ଷ୍ଟାଡିୟମ୍, ୨୦୧୬ରେ କାନ୍ଦିଥିଲେ...୨୦୨୬ରେ ପୁଣି ଭାଙ୍ଗିଗଲା ସ୍ୱପ୍ନ
·5 hours ago·2 min read

Key Points
ଲିଓନେଲ ମେସିଙ୍କ ଜୀବନର ସବୁଠୁ ଦୁଃଖଦ ଷ୍ଟାଡିୟମ୍
ମେଟ୍ଲାଇଫ୍ ଷ୍ଟାଡିୟମ୍ରେ କାହିଁକି ହାରିଯାନ୍ତି ମେସି ?
୨୦୧୬ର ଯନ୍ତ୍ରଣା ପୁଣି ଫେରିଲା

ଲିଓନେଲ ମେସି । ଫୁଟବଲ୍ ଜଗତରେ ଜଣେ ଜଣାଶୁଣା ଖେଳାଳି । ସେ ବିଶ୍ବର ଅନେକ ଫୁଟବଲ ଷ୍ଟାଡିୟମରେ ବିଜୟର ପତାକା ଉଡ଼ାଇଛନ୍ତି । କିନ୍ତୁ ଏମିତି ଏକ ଷ୍ଟାଡିୟମ୍ ଅଛି, ଯାହାର ନାଁ ଶୁଣିଲେ ଆଜି ମଧ୍ୟ ତାଙ୍କ ମନରେ ଫେରିଆସେ ପରାଜୟର ଯନ୍ତ୍ରଣା । ସେହି ଷ୍ଟାଡିୟମ୍ ହେଉଛି ଆମେରିକାର ନ୍ୟୁ ଜର୍ସିରେ ଅବସ୍ଥିତ ମେଟ୍ଲାଇଫ୍ ଷ୍ଟାଡିୟମ୍ । ୨୦୧୬ ମସିହାରେ ଯେଉଁଠି ଲୁହ ଝରାଇଥିଲେ ମେସି, ପୁଣି ସେହି ମାଟିରେ ନିରାଶା ହିଁ ତାଙ୍କ ସାଥୀ ହୋଇଛି । ତେବେ କାହିଁକି ମେଟ୍ଲାଇଫ୍ ଷ୍ଟାଡିୟମ୍କୁ ମେସିଙ୍କ ପାଇଁ ଅଶୁଭ ବୋଲି କୁହାଯାଉଛି ? ଆସନ୍ତୁ ଜାଣିବା....
ମେଟ୍ଲାଇଫ୍ ଷ୍ଟାଡିୟମ୍... ଏହି ଷ୍ଟାଡିୟମର ନାଁ ଶୁଣିଲେ ବୋଧହୁଏ ଲିଓନେଲ ମେସିଙ୍କ ମନରେ ପୁଣି ତାଜା ହୋଇଯିବ ପୁରୁଣା ଯନ୍ତ୍ରଣା । ଯେଉଁ ଷ୍ଟାଡିୟମ୍ରେ ୨୦୧୬ ମସିହାରେ କୋପା ଆମେରିକା ଫାଇନାଲ୍ ହାରି ଆଖିରୁ ଲୁହ ଝରାଇଥିଲେ ମେସି, ସେହି ମାଟିରେ ପୁଣିଥରେ ନିରାଶ ହୋଇ ଫେରିବାକୁ ପଡ଼ିଛି ଅର୍ଜେଣ୍ଟିନାର ଏହି ମହାନ ଫୁଟବଲରଙ୍କୁ ।
ଫୁଟବଲ୍ ଇତିହାସର ଅନ୍ୟତମ ଶ୍ରେଷ୍ଠ ଖେଳାଳି ହୋଇଥିଲେ ମଧ୍ୟ ମେଟ୍ଲାଇଫ୍ ଷ୍ଟାଡିୟମ୍ର ସ୍ମୃତି ମେସିଙ୍କ ପାଇଁ ସବୁବେଳେ କଷ୍ଟଦାୟକ । ୨୦୧୬ରେ କୋପା ଆମେରିକା ଫାଇନାଲ୍ରେ ଚିଲି ବିପକ୍ଷରେ ପେନାଲ୍ଟି ଶୁଟ୍ଆଉଟ୍ରେ ପରାଜୟ ପରେ ଭାଙ୍ଗି ପଡ଼ିଥିଲେ ମେସି । ସେହି ପରାଜୟ ପରେ ସେ ଅନ୍ତର୍ଜାତୀୟ ଫୁଟବଲ୍ରୁ ଅବସର ନେବାକୁ ମଧ୍ୟ ଘୋଷଣା କରିଥିଲେ । ଆଉ ସେହି ମୁହୂର୍ତ୍ତ କେବଳ ଆର୍ଜେଣ୍ଟିନା ପାଇଁ ନୁହେଁ, ବରଂ ସମଗ୍ର ଫୁଟବଲ୍ ଜଗତକୁ ଭାବୁକ କରିଦେଇଥିଲା । ଫୁଟବଲ ପ୍ରେମୀଙ୍କ ଅନୁରୋଧ ଏବଂ ଦେଶ ପ୍ରତି ଦାୟିତ୍ୱବୋଧ ତାଙ୍କୁ ପୁଣିଥରେ ଜାତୀୟ ଦଳକୁ ଫେରାଇ ଆଣିଲା ।
ଏବେ ପୁଣି ସେହି ମେଟ୍ଲାଇଫ୍ ଷ୍ଟାଡିୟମ୍ ମେସିଙ୍କ ପାଇଁ ଖୁସି ଆଣିପାରିଲା ନାହିଁ । ଦଳର ଆଶା ଥିଲେ ମଧ୍ୟ ଫଳାଫଳ ତାଙ୍କ ସପକ୍ଷରେ ଆସିଲା ନାହିଁ। ମ୍ୟାଚ୍ ଶେଷରେ ମେସିଙ୍କ ହତାଶ ମୁହଁ ପୁଣିଥରେ ପ୍ରଶଂସକଙ୍କୁ ୨୦୧୬ର ସେହି ଭାବପ୍ରବଣ ମୁହୂର୍ତ୍ତର କଥା ମନେ ପକାଇଦେଇଛି ।
ଫୁଟବଲ୍ରେ ବିଜୟ ଓ ପରାଜୟ ଖେଳର ଏକ ଅଂଶ । ତଥାପି କିଛି ଷ୍ଟାଡିୟମ୍ ଖେଳାଳିଙ୍କ ଜୀବନରେ ସ୍ୱତନ୍ତ୍ର ସ୍ମୃତି ଛାଡ଼ିଯାଏ । ମେସିଙ୍କ ପାଇଁ ମେଟ୍ଲାଇଫ୍ ଷ୍ଟାଡିୟମ୍ ସେହିପରି ଏକ ସ୍ଥାନ, ଯେଉଁଠାରେ ଗୌରବଠାରୁ ଅଧିକ ଯନ୍ତ୍ରଣାର ସ୍ମୃତି ଜଡ଼ି ରହିଛି ।

ଅଧିକ ପଢ଼ନ୍ତୁ: କୋହଲିଙ୍କ ଗୋଟିଏ ପରାମର୍ଶ ବଦଳାଇଦେଲା PV ସିନ୍ଧୁଙ୍କ ଚିନ୍ତାଧାରା, ଜାପାନ ଓପେନ୍ରେ ରଚିଲେ ଇତିହାସ
ଫୁଟବଲ୍ ଇତିହାସର ଅନ୍ୟତମ ଶ୍ରେଷ୍ଠ ଖେଳାଳି ହୋଇଥିଲେ ମଧ୍ୟ ମେଟ୍ଲାଇଫ୍ ଷ୍ଟାଡିୟମ୍ର ସ୍ମୃତି ମେସିଙ୍କ ପାଇଁ ସବୁବେଳେ କଷ୍ଟଦାୟକ । ୨୦୧୬ରେ କୋପା ଆମେରିକା ଫାଇନାଲ୍ରେ ଚିଲି ବିପକ୍ଷରେ ପେନାଲ୍ଟି ଶୁଟ୍ଆଉଟ୍ରେ ପରାଜୟ ପରେ ଭାଙ୍ଗି ପଡ଼ିଥିଲେ ମେସି । ସେହି ପରାଜୟ ପରେ ସେ ଅନ୍ତର୍ଜାତୀୟ ଫୁଟବଲ୍ରୁ ଅବସର ନେବାକୁ ମଧ୍ୟ ଘୋଷଣା କରିଥିଲେ । ଆଉ ସେହି ମୁହୂର୍ତ୍ତ କେବଳ ଆର୍ଜେଣ୍ଟିନା ପାଇଁ ନୁହେଁ, ବରଂ ସମଗ୍ର ଫୁଟବଲ୍ ଜଗତକୁ ଭାବୁକ କରିଦେଇଥିଲା । ଫୁଟବଲ ପ୍ରେମୀଙ୍କ ଅନୁରୋଧ ଏବଂ ଦେଶ ପ୍ରତି ଦାୟିତ୍ୱବୋଧ ତାଙ୍କୁ ପୁଣିଥରେ ଜାତୀୟ ଦଳକୁ ଫେରାଇ ଆଣିଲା ।
ଏବେ ପୁଣି ସେହି ମେଟ୍ଲାଇଫ୍ ଷ୍ଟାଡିୟମ୍ ମେସିଙ୍କ ପାଇଁ ଖୁସି ଆଣିପାରିଲା ନାହିଁ । ଦଳର ଆଶା ଥିଲେ ମଧ୍ୟ ଫଳାଫଳ ତାଙ୍କ ସପକ୍ଷରେ ଆସିଲା ନାହିଁ। ମ୍ୟାଚ୍ ଶେଷରେ ମେସିଙ୍କ ହତାଶ ମୁହଁ ପୁଣିଥରେ ପ୍ରଶଂସକଙ୍କୁ ୨୦୧୬ର ସେହି ଭାବପ୍ରବଣ ମୁହୂର୍ତ୍ତର କଥା ମନେ ପକାଇଦେଇଛି ।
ଫୁଟବଲ୍ରେ ବିଜୟ ଓ ପରାଜୟ ଖେଳର ଏକ ଅଂଶ । ତଥାପି କିଛି ଷ୍ଟାଡିୟମ୍ ଖେଳାଳିଙ୍କ ଜୀବନରେ ସ୍ୱତନ୍ତ୍ର ସ୍ମୃତି ଛାଡ଼ିଯାଏ । ମେସିଙ୍କ ପାଇଁ ମେଟ୍ଲାଇଫ୍ ଷ୍ଟାଡିୟମ୍ ସେହିପରି ଏକ ସ୍ଥାନ, ଯେଉଁଠାରେ ଗୌରବଠାରୁ ଅଧିକ ଯନ୍ତ୍ରଣାର ସ୍ମୃତି ଜଡ଼ି ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories