LPL New Rule / ରନ୍ ନୁହେଁ, ଇନ୍ଷ୍ଟାଗ୍ରାମ୍ ଫଲୋଅର୍ସ ନିର୍ଣ୍ଣୟ କରିବ ଖେଳାଳିଙ୍କ ଦାମ ! T20 ଲିଗ୍ର ନୂଆ ନିୟମ ଭାଇରାଲ୍
·1 hour ago·2 min read

Key Points
LPLର ବଡ଼ ଘୋଷଣା
କ୍ରିକେଟ୍ରେ ଏବେ Followers ର ଖେଳ
ଏବେ Followers ଥିଲେ ମିଳିବ ଭାଲ୍ୟୁ
କ୍ରିକେଟ୍ରେ ଏବେ Followers ର ଖେଳ
ଏବେ Followers ଥିଲେ ମିଳିବ ଭାଲ୍ୟୁ
କ୍ରିକେଟ୍ରେ ଏବେ କେବଳ ବ୍ୟାଟ୍ ଓ ବଲ୍ର ଖେଳ ଚାଲୁନି । ଇନ୍ଷ୍ଟାଗ୍ରାମ୍ ଫଲୋଅର୍ସ ଓ ସୋସିଆଲ୍ ମିଡିଆ ରିଚ୍ ମଧ୍ୟ ଖେଳାଳିଙ୍କ ଭାଗ୍ୟ ନିର୍ଣ୍ଣୟ କରୁଛି । ଯେଉଁଠାରେ ଗତକାଲି ପର୍ଯ୍ୟନ୍ତ ରନ୍ ଓ ଓ୍ବିକେଟ୍ ହିଁ ଖେଳାଳିଙ୍କ ମୂଲ୍ୟ ନିର୍ଦ୍ଧାରଣ କରୁଥିଲା, ସେଠାରେ ଏବେ “ଲାଇକ୍, ଫଲୋଅର୍ସ ଓ ବ୍ରାଣ୍ଡ ଭ୍ୟାଲୁ” ହେଉଛି ନୂଆ ସିଲେକ୍ସନ୍ ମନ୍ତ୍ର । ଲଙ୍କା ପ୍ରିମିୟର ଲିଗ୍ (LPL)ର ନୂଆ ନିୟମ ଏହି ପରିବର୍ତ୍ତନକୁ ଖୋଲାଖୋଲି ଭାବେ ସାମ୍ନାକୁ ଆଣିଛି । ଯେଉଁଠାରେ କେବଳ ଖେଳାଳିଙ୍କ ପ୍ରଦର୍ଶନ ନୁହେଁ ବରଂ ତାଙ୍କ ଅନଲାଇନ୍ ପପୁଲାରିଟି ମଧ୍ୟ ତାଙ୍କ ଦାମ ନିର୍ଣ୍ଣୟ କରିବ ।
ଆଧୁନିକ କ୍ରିକେଟ୍ରେ ଖେଳାଳିଙ୍କ ବ୍ରାଣ୍ଡ ଭ୍ୟାଲୁ କେତେ ଗୁରୁତ୍ୱପୂର୍ଣ୍ଣ ହୋଇପାରିଛି, ତାହାର ବଡ଼ ଉଦାହରଣ ଏବେ ଲଙ୍କା ପ୍ରିମିୟର ଲିଗ୍ ଅର୍ଥାତ୍ LPLରେ ଦେଖିବାକୁ ମିଳିଛି । ଲିଗ୍ର ଷଷ୍ଠ ସିଜନ୍ ପୂର୍ବରୁ ଏମିତି କିଛି ନୂଆ ନିୟମ ଆଣାଯାଇଛି, ଯାହା ପରେ ଖେଳାଳିଙ୍କୁ କେବଳ ଭଲ ପ୍ରଦର୍ଶନ କଲେ ହେବନି, ସୋସିଆଲ୍ ମିଡିଆରେ ଲୋକପ୍ରିୟତା ମଧ୍ୟ ଆବଶ୍ୟକ ହେବ ।
ଏବେ ଖେଳାଳିଙ୍କ ସୋସିଆଲ୍ ମିଡିଆ ଫଲୋଅର୍ସ ଏବଂ କମର୍ଶିଆଲ୍ ଆପିଲ୍କୁ ବହୁତ ଗୁରୁତ୍ୱ ଦିଆଯିବ । LPLର ନୂଆ ନିୟମ ଅନୁସାରେ ‘ଆଇକନ୍’ ଖେଳାଳି ହେବା ପାଇଁ ୨.୫ ଲକ୍ଷ ଫଲୋଅର୍ସ ଆବଶ୍ୟକ । ସେହିପରି ଏହି କ୍ୟାଟେଗୋରୀରେ ଜଗା ପାଇବା ପାଇଁ ବିଦେଶୀ ଖେଳାଳିଙ୍କୁ ଅତିକମ୍ରେ ୭୫ଟି T-20 ଇଣ୍ଟରନ୍ୟାସନାଲ୍ ମ୍ୟାଚ୍ ଏବଂ ୧୦୦ରୁ ଅଧିକ ଫ୍ରାଞ୍ଚାଇଜି T-20 ମ୍ୟାଚ୍ ଖେଳିଥିବା ଦରକାର । ଏହା ସହ ଖେଳାଳିମାନେ ଗତ ୧୮ ମାସରେ ୩୦ଟି ମ୍ୟାଚ୍ ଖେଳିଥିବା ଆବଶ୍ୟକ ।
କେବଳ ଆଇକନ୍ ନୁହେଁ, ଷ୍ଟାର ବର୍ଗର ଖେଳାଳିମାନଙ୍କ ପାଇଁ ୨.୫ ଲକ୍ଷ ଫଲୋଅର୍ସ ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ସେହିପରି ‘ଗୋଲ୍ଡ’ କ୍ୟାଟେଗୋରୀ ପାଇଁ ୩୦ଟି T20 ଇଣ୍ଟରନ୍ୟାସନାଲ୍, ୭୫ଟି ଫ୍ରାଞ୍ଚାଇଜି ମ୍ୟାଚ୍ ଏବଂ ଗତ ୧୮ ମାସରେ ୨୦ଟି ମ୍ୟାଚ୍ ସହ ଅତିକମ୍ରେ ୧.୫ ଲକ୍ଷ ସୋସିଆଲ୍ ମିଡିଆ ଫଲୋଅର୍ସ ଥିବା ଆବଶ୍ୟକ ।
LPL କେବଳ କ୍ଲାସିକ୍ ବର୍ଗରେ କ୍ରିକେଟ୍ ରେକର୍ଡ ଉପରେ ନିର୍ଭର କରିନାହିଁ । ନିୟମ ସ୍ପଷ୍ଟ ଭାବରେ ଉଲ୍ଲେଖ କରେ ଯେ ଖେଳାଳିମାନଙ୍କର ଭଲ ଫ୍ୟାନ୍ ବେସ୍ ଓ କମର୍ସିଆଲ ଆପିଲ୍ ରହିବା ଆବଶ୍ୟକ । ଏହାର ଅର୍ଥ ହେଉଛି ଜଣେ ଖେଳାଳିଙ୍କ ଅନଲାଇନ୍ ଲୋକପ୍ରିୟତା ଏବେ ସେମାନଙ୍କର ମୂଲ୍ୟ ମଧ୍ୟ ନିର୍ଣ୍ଣୟ କରିବ ।
LPL ର ଏହି ନିଷ୍ପତ୍ତି ସୋସିଆଲ ମିଡିଆରେ ଏକ ବଡ଼ ବିତର୍କ ସୃଷ୍ଟି କରିଛି। ଅନେକ ପ୍ରଶଂସକ ଏବଂ କ୍ରିକେଟ ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ ଏହି ନିୟମ କ୍ରିକେଟ ଅପେକ୍ଷା ମାର୍କେଟିଂ ଏବଂ ସୋସିଆଲ ମିଡିଆ ଲୋକପ୍ରିୟତା ଉପରେ ଅଧିକ ଧ୍ୟାନ ଦିଏ । ଆଶ୍ଚର୍ଯ୍ୟଜନକ ଭାବରେ, LPL ର ନିଜସ୍ୱ ସୋସିଆଲ ମିଡିଆ ଆକାଉଣ୍ଟ ୨୦୨୪ ପରଠାରୁ ବହୁତ ସକ୍ରିୟ ନାହିଁ ।
ସେହିପରି ସିଜନ୍-୬ ପାଇଁ LPL ନୂଆ ଦରମା ସ୍କେଲ ମଧ୍ୟ ଘୋଷଣା କରିଛି । ଆଇକନ୍ ଏବଂ ଷ୍ଟାର୍ ଖେଳାଳିଙ୍କ ଦରମା ୬୦ ହଜାରରୁ ୮୦ ହଜାର ଡଲାର୍ ମଧ୍ୟରେ ରହିବ । ପ୍ଲାଟିନମ୍ ଖେଳାଳି ୫୦ ହଜାର ଡଲାର୍, ଗୋଲ୍ଡ ଖେଳାଳି ୩୦ ହଜାର ଡଲାର୍ ଏବଂ କ୍ଲାସିକ୍ ଖେଳାଳି ୨୦ ହଜାର ଡଲାର୍ ପାଇବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories