Fan Fight IPL / ପଡ଼ିଆରେ ଚାଲିଥିଲା ମ୍ୟାଚ୍, ଗ୍ୟାଲେରୀରେ ହେଲା ଭୟଙ୍କର ମାରପିଟ୍...ଭାଇରାଲ ହେଲା ଭିଡିଓ
·2 months ago·2 min read

Key Points
ପଡ଼ିଆରେ ଚାଲିଥିଲା ମ୍ୟାଚ୍
ଗ୍ୟାଲେରୀରେ ହେଲା ଭୟଙ୍କର ମାରପିଟ୍
ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ
ଗ୍ୟାଲେରୀରେ ହେଲା ଭୟଙ୍କର ମାରପିଟ୍
ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ
ବୁଧବାର ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ ଲକ୍ଷ୍ନୌ ସୁପର ଜିଏଣ୍ଟସ୍ ଓ ରାଜସ୍ଥାନ ରୟାଲ୍ସ । ପଡ଼ିଆରେ ଉଭୟ ଦଳ ମଧ୍ୟରେ ଏକ ରୋଚକ ଲଢ଼େଇ ଚାଲିଥିବା ବେଳେ ଷ୍ଟାଡିୟମର ଗ୍ୟାଲେରୀର ଚିତ୍ର କିନ୍ତୁ ଥିଲା ଭିନ୍ନ । ମ୍ୟାଚ୍ ସମୟରେ ଦୁଇଜଣ ପ୍ରଶଂସକ ପରସ୍ପର ମଧ୍ୟରେ ମାଡ଼ ପିଟ୍ ଲାଗିଥିଲେ । ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କୁ ଠେଲି ତଳେ ପକାଇ ଦେଇଥିଲେ । ଆଉ ଏହା ପରେ ସେହି ବ୍ୟକ୍ତି ପୁଣି ଉଠି ମାଡ଼ପିଟ୍ କରିବା ଆରମ୍ଭ କଲେ । ଏମିତି କି ତାଙ୍କୁ ଚପଲରେ ମଧ୍ୟ ପିଟିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।
IPL ୨୦୨୬ର ୩୨ତମ ମ୍ୟାଚ୍ ଏକାନା ଷ୍ଟାଡିୟମରେ ଲକ୍ଷ୍ନୌ ଏବଂ ରାଜସ୍ଥାନ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ରାଜସ୍ଥାନ ଲକ୍ଷ୍ନୌକୁ ୪୦ ରନ୍ରେ ପରାସ୍ତ କରିଥିଲା । ମ୍ୟାଚ୍ ସମୟରେ ଦୁଇଜଣ ବ୍ୟକ୍ତି ଲଢ଼େଇ କରିବା ଆରମ୍ଭ କରିଦେଲେ। ପାଖରେ ବସିଥିବା ଜଣେ ବ୍ୟକ୍ତି ଏହି ଘଟଣାକୁ ତାଙ୍କ ମୋବାଇଲ୍ ଫୋନ୍ରେ ରେକର୍ଡ କରି ସୋସିଆଲ ମିଡିଆରେ ସେୟାର କରିଥିଲେ, ଯାହା ଶୀଘ୍ର ଭାଇରାଲ ହୋଇଥିଲା ।
ଭାଇରାଲ ଭିଡିଓରେ ଦେଖାଯାଉଛି ଯେ ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କୁ ତଳେ ପକାଇ ଦେଉଛନ୍ତି, ଯାହା ଫଳରେ ସେ ତଳ ଧାଡ଼ିରେ ପଡ଼ିଯାଇଛନ୍ତି । ତା’ପରେ ସେହି ବ୍ୟକ୍ତି ଉଠି ତାଙ୍କୁ ମାଡ଼ ମାରିବା ଆରମ୍ଭ କରିଦେଇଛନ୍ତି, ଯେତେବେଳେ ଅନ୍ୟ ଜଣେ ବ୍ୟକ୍ତି ତାଙ୍କ ଚପଲ ବାହାର କରି ତାଙ୍କୁ ମାରିବା ଆରମ୍ଭ କରିଛନ୍ତି ।
ଯଦି ମ୍ୟାଚ୍ ବିଷୟରେ କହିବା ତାହାଲେ, ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରି ୧୫୯ ରନ କରିଥିଲା । ରବିନ୍ଦ୍ର ଜାଡେଜା ୪୩ ରନର ଅପରାଜିତ ଇନିଂସ ଖେଳିଥିଲେ । ପିଚ୍ ବୋଲରମାନଙ୍କ ପାଇଁ ସହାୟକ ଥିଲା, ତେଣୁ ୧୬୦ ରନର ଲକ୍ଷ୍ୟ ସହଜ ନଥିଲା । ଏହି ଟାର୍ଗେଟ୍ ପିଛା କରିବା ସମୟରେ ଲକ୍ଷ୍ନୌ ଆରମ୍ଭରୁ ଖରାପ ପ୍ରଦର୍ଶନ କରିଥିଲା । ଯାହାଫଳରେ ଦଳ ମାତ୍ର ୧୧୯ ରନ୍ରେ ଅଲଆଉଟ୍ ହୋଇଥିଲା । ଆଉ ଏହି ମ୍ୟାଚ୍କୁ ରାଜସ୍ଥାନ ୪୦ ରନ୍ରେ ନିଜ ନାମରେ କରିଥିଲା ।

A fight between two fans at the Ekana Stadium. pic.twitter.com/fRHAGdFAZ2
— Mufaddal Vohra (@mufaddal_vohra) April 23, 2026
ଭାଇରାଲ ଭିଡିଓରେ ଦେଖାଯାଉଛି ଯେ ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କୁ ତଳେ ପକାଇ ଦେଉଛନ୍ତି, ଯାହା ଫଳରେ ସେ ତଳ ଧାଡ଼ିରେ ପଡ଼ିଯାଇଛନ୍ତି । ତା’ପରେ ସେହି ବ୍ୟକ୍ତି ଉଠି ତାଙ୍କୁ ମାଡ଼ ମାରିବା ଆରମ୍ଭ କରିଦେଇଛନ୍ତି, ଯେତେବେଳେ ଅନ୍ୟ ଜଣେ ବ୍ୟକ୍ତି ତାଙ୍କ ଚପଲ ବାହାର କରି ତାଙ୍କୁ ମାରିବା ଆରମ୍ଭ କରିଛନ୍ତି ।
ଯଦି ମ୍ୟାଚ୍ ବିଷୟରେ କହିବା ତାହାଲେ, ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରି ୧୫୯ ରନ କରିଥିଲା । ରବିନ୍ଦ୍ର ଜାଡେଜା ୪୩ ରନର ଅପରାଜିତ ଇନିଂସ ଖେଳିଥିଲେ । ପିଚ୍ ବୋଲରମାନଙ୍କ ପାଇଁ ସହାୟକ ଥିଲା, ତେଣୁ ୧୬୦ ରନର ଲକ୍ଷ୍ୟ ସହଜ ନଥିଲା । ଏହି ଟାର୍ଗେଟ୍ ପିଛା କରିବା ସମୟରେ ଲକ୍ଷ୍ନୌ ଆରମ୍ଭରୁ ଖରାପ ପ୍ରଦର୍ଶନ କରିଥିଲା । ଯାହାଫଳରେ ଦଳ ମାତ୍ର ୧୧୯ ରନ୍ରେ ଅଲଆଉଟ୍ ହୋଇଥିଲା । ଆଉ ଏହି ମ୍ୟାଚ୍କୁ ରାଜସ୍ଥାନ ୪୦ ରନ୍ରେ ନିଜ ନାମରେ କରିଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories