Jayawardene Resignation / MI ଛାଡ଼ିଲେ ମହେଲା ଜୟବର୍ଦ୍ଧନେ, ହେଡ୍ କୋଚ୍ ପଦରୁ ଦେଲେ ଇସ୍ତଫା
·2 hours ago·2 min read

Key Points
ମୁମ୍ବାଇ ଇଣ୍ଡିଆନ୍ସକୁ ବଡ଼ ଝଟକା
ମହେଲା ଜୟବର୍ଦ୍ଧନେଙ୍କୁ ନେଇ ବଡ଼ ଅପଡେଟ୍
ମୁଖ୍ୟ ପ୍ରଶିକ୍ଷକ ପଦରୁ ଦେଲେ ଇସ୍ତଫା
ମହେଲା ଜୟବର୍ଦ୍ଧନେଙ୍କୁ ନେଇ ବଡ଼ ଅପଡେଟ୍
ମୁଖ୍ୟ ପ୍ରଶିକ୍ଷକ ପଦରୁ ଦେଲେ ଇସ୍ତଫା
IPL ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସରେ ବଡ଼ ପରିବର୍ତ୍ତନ । ଆଇପିଏଲର ଅନ୍ୟତମ ସଫଳ ଫ୍ରାଞ୍ଚାଇଜ୍ ମୁମ୍ବାଇ ଇଣ୍ଡିଆନ୍ସ ସହ ନିଜ ଯାତ୍ରା ଶେଷ କରିଛନ୍ତି ଶ୍ରୀଲଙ୍କାର ପୂର୍ବତନ ବ୍ୟାଟ୍ସମ୍ୟାନ୍ ମହେଲା ଜୟବର୍ନ୍ଧନେ । ସେ ମୁମ୍ବାଇ ଇଣ୍ଡିଆନ୍ସର ହେଡ୍ କୋଚ୍ ପଦ ଛାଡ଼ିଥିବା ନେଇ ଫ୍ରାଞ୍ଚାଇଜି ପକ୍ଷରୁ ସୂଚନା ଦିଆଯାଇଛି । ତାଙ୍କ ବିଦାୟ ପରେ ଦଳର ଆଗାମୀ ରଣନୀତି ଏବଂ ଅଧିନାୟକ ପଦକୁ ନେଇ କ୍ରିକେଟ୍ ମହଲରେ ଚର୍ଚ୍ଚା ଜୋର୍ ଧରିଛି ।
ଜୟବର୍ଦ୍ଧନେ ପୂର୍ବରୁ ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସର ହେଡ୍ କୋଚ୍ ଭାବେ କାର୍ଯ୍ୟ କରିଥିଲେ । ଏହି ସମୟରେ ଦଳ ଅନେକ ସଫଳତା ହାସଲ କରିଥିଲା । ପରେ ୨୦୨୨ରୁ ୨୦୨୪ ପର୍ଯ୍ୟନ୍ତ ସେ ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜିର ଗ୍ଲୋବାଲ୍ ହେଡ୍ ଅଫ୍ ପରଫର୍ମାନ୍ସ ଭାବେ ଦାୟିତ୍ୱ ତୁଲାଇଥିଲେ ।
୨୦୨୫ରେ ମାର୍କ ବାଉଚରଙ୍କ ସ୍ଥାନରେ ପୁଣି ଥରେ ମୁମ୍ବାଇ ଇଣ୍ଡିଆନ୍ସର ହେଡ୍ କୋଚ୍ ଭାବେ ଫେରିଥିଲେ ଜୟବର୍ଦ୍ଧନେ । ତାଙ୍କ ନେତୃତ୍ୱରେ ୨୦୨୫ ଆଇପିଏଲ୍ରେ ଦଳ କ୍ୱାଲିଫାୟର୍-୨ ପର୍ଯ୍ୟନ୍ତ ପହଞ୍ଚିଥିଲା । ତେବେ ଦଳର ଷଷ୍ଠ ଆଇପିଏଲ୍ ଟ୍ରଫି ଜିତିବାର ସ୍ୱପ୍ନ ପୂରଣ ହୋଇପାରି ନଥିଲା । ଅନ୍ୟପକ୍ଷରେ, ୨୦୨୬ ସିଜିନ୍ରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ନିରାଶାଜନକ ରହିଥିଲା ଏବଂ ଦଳ ପଏଣ୍ଟ ଟେବୁଲ୍ରେ ନବମ ସ୍ଥାନରେ ରହିଥିଲା ।
ଦଳ ଛାଡ଼ିବା ପରେ ଜୟବର୍ଦ୍ଧନେ କହିଛନ୍ତି, “ମୋ ହୃଦୟରେ MI ପାଇଁ ସବୁବେଳେ ଏକ ବିଶେଷ ସ୍ଥାନ ରହିବ । ଆମେ ମିଳିମିଶି ଯାହା ହାସଲ କରିଛୁ, ସେଥିପାଇଁ ମୁଁ ଗର୍ବିତ । ଆଗାମୀ ଦିନ ପାଇଁ ଦଳକୁ ମୋର ଶୁଭକାମନା ।”
ଏପଟେ ଜୟବର୍ଦ୍ଧନେଙ୍କ ବିଦାୟ ପରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ପଦକୁ ନେଇ ମଧ୍ୟ ଚର୍ଚ୍ଚା ବଢ଼ିଛି । ରିପୋର୍ଟ ଅନୁସାରେ, ରୋହିତ ଶର୍ମାଙ୍କୁ ପୁଣି ଥରେ ଦଳର ଅଧିନାୟକ କରିବା ନେଇ ମ୍ୟାନେଜମେଣ୍ଟ ବିଚାର କରୁଥିବା କୁହାଯାଉଛି । ତେବେ ଏନେଇ ଫ୍ରାଞ୍ଚାଇଜି ପକ୍ଷରୁ କୌଣସି ଅଧିକାରିକ ଘୋଷଣା କରାଯାଇନାହିଁ ।
ଏବେ ସମସ୍ତଙ୍କ ନଜର ମୁମ୍ବାଇ ଇଣ୍ଡିଆନ୍ସର ପରବର୍ତ୍ତୀ ହେଡ୍ କୋଚ୍ କିଏ ହେବେ ଏବଂ ରୋହିତ ଶର୍ମାଙ୍କୁ ପୁଣି ଅଧିନାୟକ ଦାୟିତ୍ୱ ମିଳିବ କି ନାହିଁ, ସେ ଉପରେ ରହିଛି ।

“Mumbai Indians has been a very special part of my journey for over a decade now. The players, coaching team, the incredible support of the #OneFamily and above all the fans have made this an experience I will always treasure. Together, we have shared some unforgettable moments, overcome challenges and built something we can all be proud of. I want to sincerely thank Mrs. Nita Ambani and Akash Ambani for their unwavering trust, support and friendship over the years. I leave with immense pride in what we have achieved together and will always carry a special place in my heart for MI. I wish the team every success in the years ahead.” - Mahela Jayawardene
— Mumbai Indians (@mipaltan) October 17, 2026
ଦଳ ଛାଡ଼ିବା ପରେ ଜୟବର୍ଦ୍ଧନେ କହିଛନ୍ତି, “ମୋ ହୃଦୟରେ MI ପାଇଁ ସବୁବେଳେ ଏକ ବିଶେଷ ସ୍ଥାନ ରହିବ । ଆମେ ମିଳିମିଶି ଯାହା ହାସଲ କରିଛୁ, ସେଥିପାଇଁ ମୁଁ ଗର୍ବିତ । ଆଗାମୀ ଦିନ ପାଇଁ ଦଳକୁ ମୋର ଶୁଭକାମନା ।”
ଏପଟେ ଜୟବର୍ଦ୍ଧନେଙ୍କ ବିଦାୟ ପରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ପଦକୁ ନେଇ ମଧ୍ୟ ଚର୍ଚ୍ଚା ବଢ଼ିଛି । ରିପୋର୍ଟ ଅନୁସାରେ, ରୋହିତ ଶର୍ମାଙ୍କୁ ପୁଣି ଥରେ ଦଳର ଅଧିନାୟକ କରିବା ନେଇ ମ୍ୟାନେଜମେଣ୍ଟ ବିଚାର କରୁଥିବା କୁହାଯାଉଛି । ତେବେ ଏନେଇ ଫ୍ରାଞ୍ଚାଇଜି ପକ୍ଷରୁ କୌଣସି ଅଧିକାରିକ ଘୋଷଣା କରାଯାଇନାହିଁ ।
ଏବେ ସମସ୍ତଙ୍କ ନଜର ମୁମ୍ବାଇ ଇଣ୍ଡିଆନ୍ସର ପରବର୍ତ୍ତୀ ହେଡ୍ କୋଚ୍ କିଏ ହେବେ ଏବଂ ରୋହିତ ଶର୍ମାଙ୍କୁ ପୁଣି ଅଧିନାୟକ ଦାୟିତ୍ୱ ମିଳିବ କି ନାହିଁ, ସେ ଉପରେ ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories