Videos
|
Sports

Manoj Tiwary: ଧୋନିଙ୍କୁ ମେଣ୍ଟର କରାଯିବ ପ୍ରଶ୍ନରେ ମନୋଜଙ୍କ ଅଜବ ଉତ୍ତର; କହିଲେ, ତାଙ୍କ ସହ ଯୋଗାଯୋଗ କରିବା କଷ୍ଟକର

santosh Kumar Sahoo
Browse all articles by santosh Kumar Sahoo
·1 year ago·2 min read
Manoj Tiwary: ଧୋନିଙ୍କୁ ମେଣ୍ଟର କରାଯିବ ପ୍ରଶ୍ନରେ ମନୋଜଙ୍କ ଅଜବ ଉତ୍ତର; କହିଲେ, ତାଙ୍କ ସହ ଯୋଗାଯୋଗ କରିବା କଷ୍ଟକର

Key Points

ଧୋନିଙ୍କୁ ନେଇ ପୁଣି ବଡ଼ ବୟାନ ଦେଲେ ମନୋଜ ତିଓ୍ବାରୀ । ଧୋନିଙ୍କ ସହ ଯୋଗାଯୋଗ କରିବା କଷ୍ଟକର । ମେସଜର ବି ମିଳେନି ଉତ୍ତର ।

ସେପ୍ଟେମ୍ବର ୯ରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍ । ତେବେ ଏହା ପୂର୍ବରୁ BCCI ୨୦୨୬ ଟି-୨୦ ବିଶ୍ବକପ୍ ପାଇଁ ପ୍ରସ୍ତୁତି କରୁଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ପୁଣି ଥରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳର ମେଣ୍ଟର ହେବାକୁ ପ୍ରସ୍ତାବ ଦେଇଛି । ଧୋନି ୨୦୨୧ରେ ହୋଇଥିବା ଟି-୨୦ ବିଶ୍ୱକପ୍ ସମୟରେ ମେଣ୍ଟର ଭୂମିକା ତୁଲାଇଥିଲେ । ତେବେ ଧୋନିଙ୍କୁ ମେଣ୍ଟର ପ୍ରସ୍ତାବ ଦିଆଯିବା ପ୍ରଶ୍ନର ଉତ୍ତର ଦେଇ ପୂର୍ବତନ କ୍ରିକେଟର ମନୋଜ ତିୱାରୀ କହିଛନ୍ତି, ସେ କ'ଣ ବିସିସିଆଇ ଫୋନ୍ ଉଠାଇଥିଲେ? ତାଙ୍କ ସହିତ ଯୋଗାଯୋଗ କରିବା କଷ୍ଟକର ବୋଲି ସେ କହିଛନ୍ତି ।


ପୂର୍ବତନ ଭାରତୀୟ କ୍ରିକେଟର ଏବଂ ବର୍ତ୍ତମାନ ପଶ୍ଚିମବଙ୍ଗ ମନ୍ତ୍ରୀ ମନୋଜ ତିୱାରୀ ନ୍ୟୁଜ୍ ଏଜେନ୍ସି ANIକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ସେ କ'ଣ ଫୋନ୍ ଉଠାଇଥିଲେ? କାରଣ ମୁଁ ଜାଣେ, ତାଙ୍କ ସହିତ ଫୋନ୍‌ରେ ଯୋଗାଯୋଗ କରିବା କଷ୍ଟକର। ମେସେଜ୍‌ର ଉତ୍ତର ପାଇବା ମଧ୍ୟ ବହୁତ କଷ୍ଟକର । ଯଦି ସେ ମେସେଜ୍‌ ପଢ଼ନ୍ତି, ତେବେ ସେ ଉତ୍ତର ଦେବେ କି ନାହିଁ, କେବଳ ସମୟ କହିବ । ଯଦି ତାଙ୍କୁ ମେଣ୍ଟର ହେବାକୁ ପ୍ରସ୍ତାବ ଦିଆଯାଏ, ତେବେ ପ୍ରଥମ କଥା ହେଉଛି ସେ ଏହାକୁ ଗ୍ରହଣ କରିବେ କି ନାହିଁ, ତାହା ଏକ ବଡ଼ ପ୍ରଶ୍ନ । ଯଦି ସେ ବିସିସିଆଇର ପ୍ରସ୍ତାବ ଗ୍ରହଣ କରନ୍ତି, ତେବେ ସେ ଟିମ୍‌ ଇଣ୍ଡିଆରେ କ'ଣ ପ୍ରଭାବ ପକାଇବେ ତାହା କହିବା ମୋ ପାଇଁ ବହୁତ କଷ୍ଟକର।"


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ମନୋଜ ତିୱାରୀ ଆହୁରି କହିଛନ୍ତି, "କ୍ୟାପଟେନ୍ ଏବଂ ଖେଳାଳି ଭାବରେ ତାଙ୍କର ଅଭିଜ୍ଞତା କାମରେ ଆସିବ। କାରଣ ବର୍ତ୍ତମାନ ଉଦୀୟମାନ ହେଉଥିବା ଏବଂ ଟିମ୍‌ ଇଣ୍ଡିଆର ଷ୍ଟାର ହୋଇଥିବା ସମସ୍ତ ଖେଳାଳି ତାଙ୍କୁ ବହୁତ ସମ୍ମାନ କରନ୍ତି ଏବଂ ତାଙ୍କ କଥା ଶୁଣନ୍ତି। ସବୁଠାରୁ ବଡ଼ କଥା ହେବ ଯେ ଏମଏସ୍ ଧୋନୀ ଏବଂ ଗୌତମ ଗମ୍ଭୀରଙ୍କ ଯୋଡ଼ି ମଧ୍ୟ ଦେଖିବା ଯୋଗ୍ୟ ହେବ।"

ସୂଚନା ଅନୁସାରେ ମହେନ୍ଦ୍ର ସିଂ ଧୋନି ୨୦୨୧ ଟି-୨୦ ବିଶ୍ୱକପରେ ଭାରତୀୟ ଦଳର ମେଣ୍ଟର ହୋଇଥିଲେ। ସେହି ସଂସ୍କରଣରେ, ଭାରତୀୟ ଦଳ ସୁପର ୧୨ରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡଠାରୁ ପରାସ୍ତ ହୋଇଥିଲା ଏବଂ ସେମିଫାଇନାଲରେ ମଧ୍ୟ ପହଞ୍ଚିପାରିନଥିଲା ।