Guptill Explosive Innings / ୨୩ ମିନିଟ୍ର ବିସ୍ଫୋରକ ଇନିଂସ, ୪୮ ଘଣ୍ଟାରେ ଜିରୋରୁ ହିରୋ ହେଲେ ଏହି ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ୍
·6 months ago·2 min read

Key Points
୨୩ ମିନିଟ୍ର ତାଣ୍ଡବ
ଗୁପ୍ଟିଲଙ୍କ ବିସ୍ଫୋରକ ଇନିଂସ
୪୮ ଘଣ୍ଟାରେ ଜିରୋରୁ ହିରୋ ହେଲେ ମାର୍ଟିନ୍ ଗୁପ୍ଟିଲ୍

କ୍ରିକେଟ୍ ହେଉଛି ଅନିଶ୍ଚିତତା ଖେଳ । ଆଉ କ୍ରିକେଟ୍ ଜଣଙ୍କୁ ହିରୋ ଏବଂ ଜିରୋ ମଧ୍ୟ ବନାଇପାରେ । ଯାହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ନ୍ୟୁଜିଲାଣ୍ଡର ଘରୋଇ ଟି-୨୦ ଟୁର୍ଣ୍ଣାମେଣ୍ଟ ସୁପର ସ୍ମାସ୍ରେ । କ୍ରିକେଟ୍ ପ୍ରେମୀମାନେ ପୁଣି ଥରେ ଦେଖିଛନ୍ତି ଯେ ଏହି ଖେଳରେ ସମୟ କେତେ ଶୀଘ୍ର ପରିବର୍ତ୍ତନ ହୁଏ । ଜଣେ ଖେଳାଳି ଯିଏ ତାଙ୍କର ପୂର୍ବ ମ୍ୟାଚ୍ରେ ଖାତା ଖୋଲିପାରିନଥିଲେ, ସେ ୪୮ ଘଣ୍ଟା ମଧ୍ୟରେ ଦଳର ସବୁଠାରୁ ବଡ଼ ମ୍ୟାଚ୍ ଓ୍ବିନର ହୋଇଛନ୍ତି । ଏହା ହେଉଛି ନ୍ୟୁଜିଲାଣ୍ଡର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ମାର୍ଟିନ୍ ଗୁପ୍ଟିଲଙ୍କ କାହାଣୀ । ଯିଏ ମାତ୍ର 23 ମିନିଟ୍ ମଧ୍ୟରେ ମ୍ୟାଚ୍ର ଗତିକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲେ ।
ଏହି ମ୍ୟାଚ୍ କ୍ୟାଣ୍ଟରବରୀ ଏବଂ ଅକଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା । ପ୍ରଥମେ ବ୍ୟାଟିଂ କରି କାଣ୍ଟରବରୀର ଦଳ ୨୦ ଓଭରରେ ମାତ୍ର ୧୩୨ ରନ୍ର କରିଥିଲା । ଅକଲ୍ୟାଣ୍ଡ ଦଳର ବୋଲରଙ୍କ ସାମ୍ନାରେ ଅଧିକ ସମୟ ତିଷ୍ଠିପାରିନଥିଲେ କାଣ୍ଟରବରୀର ବ୍ୟାଟ୍ସମ୍ୟାନ୍ । ଦଳ ପକ୍ଷରୁ ଲିଓ କାର୍ଟର ସର୍ବାଧିକ ୩୯ ରନ୍ କରିଥିଲେ । କିନ୍ତୁ ଅନ୍ୟ କୌଣସି ଖେଳାଳି ବଡ଼ ଇନିଂସ ସ୍କୋର କରିପାରି ନଥିଲେ ।
ଅକଲ୍ୟାଣ୍ଡର ଦ୍ରୁତ ଆରମ୍ଭ
୧୩୩ ରନର ଟାର୍ଗେଟକୁ ପିଛା କରି ଅକଲ୍ୟାଣ୍ଡ ଆରମ୍ଭରୁ ଏକ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିଲେ । ଓପନର ବ୍ୟାଟ୍ସମ୍ୟାନ୍ମାନେ ଆରମ୍ଭରୁ ଆକ୍ରମଣାତ୍ମକ ଖେଳି ଦଳର ସ୍କୋରକୁ ମାତ୍ର ୫ ଓଭରରେ ୬୦ ଅତିକ୍ରମ କରାଇଥିଲେ । ଯଦିଓ ଗୋଟିଏ ଓ୍ବିକେଟ୍ ପତନ ହୋଇଥିଲା କିନ୍ତୁ ଦଳର ଗତିକୁ ବିଶେଷ ପ୍ରଭାବିତ କରିନଥିଲା ।
ମାର୍ଟିନ୍ ଗୁପ୍ଟିଲ୍ଙ୍କ ୨୩ ମିନିଟ୍ର ଷ୍ଟର୍ମିଂ ଇନିଂସ୍
ପ୍ରଥମ ୱିକେଟ୍ ପଡ଼ିବା ପରେ ମାର୍ଟିନ୍ ଗୁପ୍ଟିଲ୍ କ୍ରିଜ୍କୁ ଆସିଥିଲେ । ଏହି ଖେଳାଳି ପୂର୍ବ ମ୍ୟାଚ୍ରେ ଶୂନ୍ୟ ରନ୍ରେ ଆଉଟ୍ ହୋଇଥିଲେ । ତଥାପି ଏହି ମ୍ୟାଚ୍ରେ ଗୁପ୍ଟିଲ୍ଙ୍କ ଶୈଳୀ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ସେ ଆସିବା ମାତ୍ରେ ବଡ଼ ସଟ୍ ଖେଳିବା ଆରମ୍ଭ କରିଥିଲେ ।
ଗୁପ୍ଟିଲ୍ କ୍ରିଜ୍ରେ କେବଳ ୨୩ ମିନିଟ୍ ବିତାଇଥିଲେ, କିନ୍ତୁ ସେହି ସମୟରେ ସେ ମ୍ୟାଚ୍କୁ ସମ୍ପୂର୍ଣ୍ଣ ଓ୍ବାନ୍ ସାଇଡ୍ କରିଦେଇଥଇଲେ । ସେ ୧୫ ବଲ୍ରେ ଅପରାଜିତ ୩୯ ରନ୍ କରିଥିଲେ । ଏହି ଛୋଟ କିନ୍ତୁ ବିସ୍ଫୋରକ ଇନିଂସ୍ରେ ସେ ଦୁଇଟି ଚୌକା ଏବଂ ଚାରିଟି ଛକା ମାରିଥିଲେ । ତାଙ୍କର ଷ୍ଟ୍ରାଇକ୍ ରେଟ୍ ୨୬୦ ଥିଲା, ଯାହା ଟି-20 କ୍ରିକେଟ୍ରେ ଯେକୌଣସି ବ୍ୟାଟ୍ସମ୍ୟାନ୍ଙ୍କ ପାଇଁ ବହୁତ ଉଚ୍ଚ ବୋଲି ବିବେଚନା କରାଯାଏ ।
ଗୁପ୍ଟିଲଙ୍କ ବିସ୍ଫୋରକ ବ୍ୟାଟିଂ ଅକଲ୍ୟାଣ୍ଡକୁ ଶୀଘ୍ର ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିଥିଲା । ଦଳ ମାତ୍ର ୧୦.୧ ଓଭରରେ ମ୍ୟାଚ୍ ସମାପ୍ତ କରି ୯ ୱିକେଟରେ ବିଜୟ ହାସଲ କରିଥିଲା । ଏହି ବିଜୟ ମଧ୍ୟ ସ୍ୱତନ୍ତ୍ର ଥିଲା କାରଣ ମାତ୍ର ୪୮ ଘଣ୍ଟା ମଧ୍ୟରେ ଗୁପ୍ଟିଲ ଜିରୋରୁ ହିରୋ ହୋଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories