Messi World Cup Record / ମେସିଙ୍କ ବଡ଼ ରେକର୍ଡ, ସର୍ବାଧିକ ଗୋଲ୍ କରି ରଚିଲେ ନୂଆ ଇତିହାସ...ରୋନାଲ୍ଡୋ କେତେ ନମ୍ବରରେ ?
·1 hour ago·2 min read

Key Points
ମେସିଙ୍କ ଐତିହାସିକ ହ୍ୟାଟ୍ରିକ୍
ସର୍ବାଧିକ ଗୋଲ୍ ତାଲିକାରେ କିଏ ଆଗରେ?
ଜାଣନ୍ତୁ ରୋନାଲ୍ଡୋ କେତେ ନମ୍ବରରେ ?
ସର୍ବାଧିକ ଗୋଲ୍ ତାଲିକାରେ କିଏ ଆଗରେ?
ଜାଣନ୍ତୁ ରୋନାଲ୍ଡୋ କେତେ ନମ୍ବରରେ ?
ଫିଫା ବିଶ୍ବକପ୍ରେ ଆର୍ଜେଣ୍ଟିନାର ବଡ଼ ବିଜୟ । ଲିଓନେଲ ମେସିଙ୍କ ଐତିହାସିକ ପ୍ରଦର୍ଶନ ଯୋଗୁଁ ଫିଫା ବିଶ୍ବକପ୍ ୨୦୨୬ର ପ୍ରଥମ ମ୍ୟାଚ୍ରେ ବଡ଼ ବିଜୟ ହାସଲ କରିଛି ଆର୍ଜେଣ୍ଟିନା । ପ୍ରଥମ ମ୍ୟାଚ୍ରେ, ଆର୍ଜେଣ୍ଟିନା ଆଲଜେରିଆକୁ ୩-୦ ଗୋଲରେ ପରାସ୍ତ କରିଥିଲା । ସବୁଠୁ ବଡ଼ କଥା ହେଉଛି ଏହି ୩ଟି ଗୋଲ୍ ମେସି କରିଥିଲେ । ଏହି ହ୍ୟାଟ୍ରିକ୍ ଗୋଲ୍ ସହ ସେ ଫିଫା ବିଶ୍ବକପ୍ ଇତିହାସରେ ମିଳିତ ଭାବେ ସର୍ବାଧିକ ଗୋଲ ସ୍କୋରର ହୋଇଛନ୍ତି । ତେବେ ଆସନ୍ତୁ ଜାଣିବା ଫିଫା ବିଶ୍ୱକପ୍ ଇତିହାସରେ ସର୍ବାଧିକ ଗୋଲ ଦେଇଥିବା ଶ୍ରେଷ୍ଠ ୫ ଖେଳାଳିଙ୍କ ଉପରେ...
ଆର୍ଜେଣ୍ଟିନ-ଆଲଜେରିଆ ମ୍ୟାଚ୍ର ୧୭ ମିନିଟ୍ରେ ମେସି ପ୍ରଥମ ଗୋଲ୍ ସ୍କୋର କରିଥିଲେ । ଏହା ପରେ ମ୍ୟାଚ୍ର ୬୦ ମିନିଟ୍ରେ ଦ୍ବିତୀୟ ଓ ୭୬ ମିନିଟ୍ରେ ତୃତୀୟ ଗୋଲ୍ ସ୍କୋର କରିଥିଲେ । ଏହି ମ୍ୟାଚ୍ରେ ଆର୍ଜେଣ୍ଟିନା ସମ୍ପୂର୍ଣ୍ଣ ଭାବରେ ଆଲଜେରିଆ ଉପରେ ଆଧିପତ୍ୟ ବିସ୍ତାର କରିଥିଲା । ଏହା ଫିଫା ବିଶ୍ୱକପ୍ରେ ମେସିଙ୍କ ପ୍ରଥମ ହ୍ୟାଟ୍ରିକ୍ ଗୋଲ୍ ସ୍କୋର ଥିଲା । ଫିଫା ବିଶ୍ବକପ୍ ଇତିହାସରେ ଏହା ତାଙ୍କର ୧୬ତମ ଗୋଲ୍ ଥିଲା ।
ଜର୍ମାନୀର ମିରୋସ୍ଲାଭ କ୍ଲୋସେ ଫିଫା ବିଶ୍ୱକପରେ ସର୍ବାଧିକ ଗୋଲ ସ୍କୋରର ଥିଲେ । ସେ ଫିଫା ବିଶ୍ବକପ୍ ଇତିହାସରେ ୧୬ଟି ଗୋଲ୍ ସ୍କୋର କରିଥିଲେ । ଏବେ ଲିଓନେଲ ମେସି ତାଙ୍କ ସମକ୍ଷକ ହୋଇଛନ୍ତି । ମେସିଙ୍କୁ ଏବେ ଶୀର୍ଷ ସ୍ଥାନ ଅଧିକାର କରିବାକୁ ମାତ୍ର ଗୋଟିଏ ଗୋଲ୍ ଆବଶ୍ୟକ । ଏହି ବିଶ୍ବକପ୍ରେ ହିଁ ମେସି ଏହି କିର୍ତ୍ତୀମାନ କରିବେ ବୋଲି ଆଶା କରାଯାଉଛି ।
ଏହି ତାଲିକାର ତୃତୀୟ ସ୍ଥାନରେ ରୋନାଲ୍ଡ ଅଛନ୍ତି । ତେବେ ଇଏ ପୁର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡ ନୁହଁନ୍ତି ବରଂ ବ୍ରାଜିଲର କିମ୍ବଦନ୍ତୀ ଫୁଟବଲର ରୋନାଲ୍ଡ ଅଟନ୍ତି । ସେ ବିଶ୍ବକପ୍ ଇତିହାସରେ ୧୫ଟି ଗୋଲ୍ କରିଛନ୍ତି । ଫିଫା ବିଶ୍ୱକପ୍ ଇତିହାସରେ ଶ୍ରେଷ୍ଠ ୫ ଗୋଲ ସ୍କୋରରଙ୍କ ତାଲିକା ଦେଖନ୍ତୁ...
୧୬ - ମିରୋସ୍ଲାଭ କ୍ଲୋସେ (ଜର୍ମାନୀ)
୧୬ - ଲିଓନେଲ ମେସି (ଆର୍ଜେଣ୍ଟିନା)
୧୫ - ରୋନାଲ୍ଡ (ବ୍ରାଜିଲ)
୧୪ - ଗର୍ଡ ମୁଲର (ପଶ୍ଚିମ ଜର୍ମାନୀ)
୧୪- ଏମବାପେ (ଫ୍ରାନ୍ସ)
କ୍ରିଷ୍ଟିଆନୋ ରୋନାଲ୍ଡୋ କେଉଁ ନମ୍ବରରେ ଅଛନ୍ତି ?
ପର୍ତ୍ତୁଗାଲ ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡ ତାଲିକାରେ ୩୪ତମ ସ୍ଥାନରେ ଅଛନ୍ତି । ସେ ୨୨ଟି ଫିଫା ବିଶ୍ୱକପ୍ ମ୍ୟାଚରେ ଆଠଟି ଗୋଲ ସ୍କୋର କରିଛନ୍ତି । ସେ ଫିଫା ବିଶ୍ୱକପରେ ପର୍ତ୍ତୁଗାଲର ଦ୍ୱିତୀୟ ସର୍ବାଧିକ ଗୋଲ ସ୍କୋରର ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories