Videos
|
Sports

Messi Ronaldo Together / ଇତିହାସରେ ପ୍ରଥମ ଥର ଏକାଠି ଖେଳିବେ ରୋନାଲ୍ଡୋ-ମେସି ? ଜାଣନ୍ତୁ କେବେ ହେବ ମ୍ୟାଚ୍

Santosh Kumar Sahoo
Browse all articles by Santosh Kumar Sahoo
·2 weeks ago·2 min read
ଇତିହାସରେ ପ୍ରଥମ ଥର ଏକାଠି ଖେଳିବେ ରୋନାଲ୍ଡୋ-ମେସି ? ଜାଣନ୍ତୁ କେବେ ହେବ ମ୍ୟାଚ୍
Messi Ronaldo Same Team

Key Points

ମେସି-ରୋନାଲ୍ଡୋ ଏକାଠି !
ଫୁଟବଲ୍ ଦୁନିଆରେ ହେବାକୁ ଯାଉଛି ଇତିହାସ
କେବେ ଏବଂ କେଉଁଠି ହେବ ମ୍ୟାଚ୍ ?
କ୍ରିଷ୍ଟିଆନୋ ରୋନାଲ୍ଡୋ ଓ ଲିଓନେଲ୍ ମେସିଙ୍କୁ ଏକାଠି ଗୋଟିଏ ଟିମ୍‌ରେ ଖେଳୁଥିବା ଦୃଶ୍ୟ କେବେ କଳ୍ପନା କରିଛନ୍ତି ? ଯଦି ହଁ, ତେବେ ଆପଣଙ୍କ ସ୍ୱପ୍ନ ସତ ହେବାକୁ ଯାଉଛି କି? କାରଣ ଦୁଇ ଫୁଟବଲ୍ ଦିଗ୍ଗଜଙ୍କୁ ଗୋଟିଏ ମଇଦାନରେ, ଗୋଟିଏ ଟିମ୍‌ର ଜର୍ସିରେ ଆଣିବାକୁ ଯୋଜନା କରିଛନ୍ତି ସେମାନଙ୍କ ପୂର୍ବତନ ଟିମମେଟ୍ କାର୍ଲୋସ୍ ଟେଭେଜ୍ । ଯଦି ଏହି ଯୋଜନା ସଫଳ ହୁଏ, ତେବେ ଫୁଟବଲ୍ ଇତିହାସରେ ଯୋଡ଼ି ହେବ ଏକ ଅବିଶ୍ୱସନୀୟ ଅଧ୍ୟାୟ ।

ରିପୋର୍ଟ ଅନୁସାରେ, ଟେଭେଜ୍ ବୋକା ଜୁନିଅର୍ସର ଅଧ୍ୟକ୍ଷ ଜୁଆନ୍ ରୋମାନ୍ ରିକେଲମେଙ୍କ ସହ ‘ଲା ବୋମ୍ବୋନେରା’ ଷ୍ଟାଡିୟମ୍‌ରେ ତାଙ୍କର ଫେୟାରୱେଲ୍ ମ୍ୟାଚ୍ ଆୟୋଜନ ନେଇ ଆଲୋଚନା କରିଛନ୍ତି । ରିକେଲମେ ଏଥିପାଇଁ ସବୁଜ ସଙ୍କେତ ଦେଇଥିବା ଜଣାପଡ଼ିଛି ।

ଟେଭେଜ୍‌ଙ୍କ ଫେୟାରୱେଲ୍ ମ୍ୟାଚ୍‌ରେ ମେସି-ରୋନାଲ୍ଡୋ !

କାର୍ଲୋସ୍ ଟେଭେଜ୍ ନିଜ ପେସାଦାର ଫୁଟବଲ୍ କ୍ୟାରିୟର ବୋକା ଜୁନିଅର୍ସରୁ ଆରମ୍ଭ କରିଥିଲେ । ୨୦୨୧ରେ ସେ ଫୁଟବଲ୍‌ରୁ ଅବସର ନେଇଥିଲେ । ଏବେ ପ୍ରାୟ ୫ ବର୍ଷ ପରେ ସେ ନିଜର ଫେୟାରୱେଲ୍ ମ୍ୟାଚ୍ ପାଇଁ ପ୍ରସ୍ତୁତି କରୁଛନ୍ତି । ଏହି ମ୍ୟାଚ୍‌ରେ ମେସି ଏବଂ ରୋନାଲ୍ଡୋଙ୍କୁ ସାମିଲ କରିବାକୁ ଟେଭେଜ୍ ଚାହୁଁଛନ୍ତି । ଦୁଇ ଦିଗ୍ଗଜଙ୍କୁ ଏକାଠି ଖେଳୁଥିବା ଦେଖିବା ଫୁଟବଲ୍ ପ୍ରଶଂସକଙ୍କ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ହୋଇପାରେ ।

ଡିସେମ୍ବରରେ ହୋଇପାରେ ମ୍ୟାଚ୍

ରିକେଲମେଙ୍କ ଅନୁମତି ମିଳିବା ପରେ ଏବେ ମ୍ୟାଚ୍‌ର ତାରିଖ ନିର୍ଦ୍ଧାରଣ ନେଇ କାର୍ଯ୍ୟ ଜାରି ରହିଛି । ରିପୋର୍ଟ ଅନୁସାରେ, ଡିସେମ୍ବରରେ ଏହି ଫେୟାରୱେଲ୍ ମ୍ୟାଚ୍ ଆୟୋଜନ ହୋଇପାରେ, ଯାହାଦ୍ୱାରା ବୋକା ଜୁନିଅର୍ସର ନିୟମିତ ମ୍ୟାଚ୍ ସୂଚୀ ଉପରେ ବିଶେଷ ପ୍ରଭାବ ପଡ଼ିବ ନାହିଁ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମେସି ଓ ରୋନାଲ୍ଡୋଙ୍କୁ ଏକାଠି କରିବେ କିପରି ?

ଟେଭେଜ୍‌ଙ୍କ ପାଇଁ ଏହା ସମ୍ଭବ ହେବାର ଏକ ବଡ଼ କାରଣ ହେଉଛି ମେସି ଓ ରୋନାଲ୍ଡୋଙ୍କ ସହ ତାଙ୍କର ଭଲ ସମ୍ପର୍କ। ଟେଭେଜ୍ ଉଭୟ ଖେଳାଳିଙ୍କ ସହ ଡ୍ରେସିଂ ରୁମ୍ ସେୟାର କରିସାରିଛନ୍ତି । ଆର୍ଜେଣ୍ଟିନା ଜାତୀୟ ଦଳରେ ସେ ମେସିଙ୍କ ସହ ଏବଂ ମାଞ୍ଚେଷ୍ଟର ୟୁନାଇଟେଡ୍‌ରେ ରୋନାଲ୍ଡୋଙ୍କ ସହ ଖେଳିଛନ୍ତି । ଏକ ଷ୍ଟ୍ରିମିଂ ପ୍ଲାଟଫର୍ମକୁ ଦେଇଥିବା ସାକ୍ଷାତକାରରେ ଟେଭେଜ୍‌ଙ୍କୁ ମେସି ଓ ରୋନାଲ୍ଡୋଙ୍କୁ ଏକାଠି ଆଣିବା ଯୋଜନା ବିଷୟରେ ପଚରାଯାଇଥିଲା। ସେ କହିଥିଲେ ଯେ ସେ ଏବେ ମଧ୍ୟ ଉଭୟଙ୍କ ସହ ହ୍ୱାଟ୍ସଆପ୍‌ରେ ଯୋଗାଯୋଗରେ ଅଛନ୍ତି ।

ଯେତେବେଳେ ତାଙ୍କୁ ପଚରାଗଲା ଯେ ମେସି ଓ ରୋନାଲ୍ଡୋ ପରସ୍ପର ବିରୋଧରେ ଖେଳିବେ କି, ଟେଭେଜ୍‌ଙ୍କ ଉତ୍ତର ଥିଲା—“ଆମେ ସେମାନଙ୍କୁ ଏକାଠି କରିବୁ।”
ଯଦି ଟେଭେଜ୍‌ଙ୍କ ଏହି ଯୋଜନା ସଫଳ ହୁଏ, ତେବେ ଏହା ଫୁଟବଲ୍ ଇତିହାସର ଏକ ସ୍ମରଣୀୟ ମୁହୂର୍ତ୍ତ ହେବ। ବର୍ଷ ବର୍ଷ ଧରି ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ଭାବେ ଦେଖାଯାଇଥିବା ମେସି ଓ ରୋନାଲ୍ଡୋ ପ୍ରଥମ ଥର ପାଇଁ ଗୋଟିଏ ଟିମ୍‌ର ଜର୍ସିରେ ଏକାଠି ନଜର ଆସିପାରନ୍ତି ।
Messi and Ronaldo Could Play Together for the First Time | Argus News