Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - MI ଡ୍ରେସିଂ ରୁମ୍‌ରେ କ’ଣ ଚାଲିଛି ? ହାର୍ଦ୍ଦିକଙ୍କ ଅଧିନାୟକତ୍ବରେ ଖେଳିବାକୁ ଚାହୁଁ ନାହାଁନ୍ତି କି ରୋହିତ ?

Sports

MI Dressing Room Controversy / MI ଡ୍ରେସିଂ ରୁମ୍‌ରେ କ’ଣ ଚାଲିଛି ? ହାର୍ଦ୍ଦିକଙ୍କ ଅଧିନାୟକତ୍ବରେ ଖେଳିବାକୁ ଚାହୁଁ ନାହାଁନ୍ତି କି ରୋହିତ ?

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
MI ଡ୍ରେସିଂ ରୁମ୍‌ରେ କ’ଣ ଚାଲିଛି ? ହାର୍ଦ୍ଦିକଙ୍କ ଅଧିନାୟକତ୍ବରେ ଖେଳିବାକୁ ଚାହୁଁ ନାହାଁନ୍ତି କି ରୋହିତ ?
Rohit Sharma

Key Points

ମୁମ୍ବାଇ ଟିମ୍‌ରେ ବଡ ଫାଟ
MI ଭିତରେ କଣ ଚାଲିଛି ?
ହାର୍ଦ୍ଦିକ ବାହାରିଲେ, ରୋହିତ ଫେରିଲେ
ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ନୈରାଶଜନକ ପ୍ରଦର୍ଶନ ଜାରି ରହିଛି । କେବଳ ପଡ଼ିଆରେ ନୁହେଁ ଡ୍ରେସିଂ ରୁମ୍‌ରେ ମଧ୍ୟରେ ମୁମ୍ବାଇ ଟିମ୍‌ରେ କିଛି ଠିକ୍‌ ଚାଲିନି । ମାଲିକ ନୀତା ଅମ୍ବାନୀ ମଧ୍ୟ ଏଥର ଦଳର ପ୍ରଦର୍ଶନକୁ ନେଇ ଖୁସି ନଥିବା କୁହାଯାଉଛି । ତେବେ ଏସବୁ ମଧ୍ୟରେ ଚର୍ଚ୍ଚା ହେଉଛି କି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ବରେ ରୋହିତ ଶର୍ମା ଖେଳିବାକୁ ଚାହୁଁନାହାନ୍ତି । କାହିଁକି ଯେଉଁ ମ୍ୟାଚ୍‌ରେ ହାର୍ଦ୍ଦିକ ଖେଳୁଥିଲେ ରୋହିତ ଆହତ ହୋଇ ବାହାରେ ବସୁଥିଲେ । ଆଉ ଯେତେବେଳେ ହାର୍ଦ୍ଦିକ ବାହାରିଲେ ରୋହିତ ଲକ୍ଷ୍ନୌ ବିପକ୍ଷ ମ୍ୟାଚରେ ଖେଳିଲେ ଏବଂ ଧୂଆଁଧାର ଇନିଂସ ଖେଳି ସମସ୍ତଙ୍କ ମୁହଁ ବନ୍ଦ କରିଦେଲେ ।

୫ ଥରର ଚାମ୍ପିଅନ ମୁମ୍ବାଇ ଦୀର୍ଘ ସମୟ ପରେ ବିଜୟଧାରାକୁ ପ୍ରତ୍ୟାବର୍ତ୍ତନ କରି ପ୍ଲେ-ଅଫକୁ ଯିବାକୁ ଆଶା ରଖିଛି । ୱାଙ୍ଖେଡେ ଷ୍ଟାଡିୟମରେ ଅନୁଷ୍ଠିତ ୪୭ତମ ଲିଗ୍ ମ୍ୟାଚ୍‌ରେ ମୁମ୍ବାଇ ୬ ୱିକେଟରେ ଲକ୍ଷ୍ନୌକୁ ପରାସ୍ତ କରିଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୫ ୱିକେଟ୍ ବିନିମୟରେ ୨୨୮ ରନ କରିଥିଲା । ଜବାବରେ ମୁମ୍ବାଇ ୧୮.୪ ଓଭରରେ ୪ ୱିକେଟ୍ ହରାଇ ମ୍ୟାଚ୍‌କୁ ନିଜ ନାମରେ କରିଥିଲା ।

ମୁମ୍ବାଇର ବିଜୟ ଅପେକ୍ଷା ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରୋହିତ ଶର୍ମାଙ୍କ ବିଷୟରେ ଅଧିକ ଆଲୋଚନା ହେଉଛି । ହାର୍ଦ୍ଦିକ ପାଣ୍ଡ୍ୟା ଏହି ମ୍ୟାଚ୍ ଖେଳି ନଥିଲେ ଏବଂ ଏପର୍ଯ୍ୟନ୍ତ ଫିଟ୍ ହୋଇ ନ ଥିବା ରୋହିତ ଶର୍ମା ହଠାତ୍ ପ୍ଲେଇଂ ଇଲେଭେନରେ ସ୍ଥାନ ପାଇଲେ । ରୋହିତ ଶର୍ମା ୪୪ ବଲ୍ ରେ ୮୪ ରନ କରିଥିଲେ, ଯେଉଁଥିରେ ସେ ୬ଟି ଚୌକା ଏବଂ ୭ ଛକା ମାରିଥିଲେ। ଚର୍ଚ୍ଚା ହେଉଛି କି ହାର୍ଦ୍ଦିକ ପାଣ୍ଡ୍ୟା ଉକ୍ତ ମ୍ୟାଚରୁ ବାଦ ପଡିବାରୁ ରୋହିତ ଖେଳିବାକୁ ରାଜି ହେଲେ ।

ରୋହିତ କ'ଣ ପାଣ୍ଡ୍ୟାଙ୍କ କ୍ୟାପଟେନ୍ସିରେ ଖେଳିବାକୁ ଚାହୁଁନାହାଁନ୍ତି ତାହା ଏବେ ବଡ଼ ପ୍ରଶ୍ନ

ଏବେ ସୋସିଆଲ ମିଡିଆରେ କୁହାଯାଉଛି ଯେ, ରୋହିତ ଶର୍ମା ଜାଣିଶୁଣି ନିଜକୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ଅଧିନାୟକ ଦାୟିତ୍ୱ ନେବା ମାତ୍ରେ ହିଟମ୍ୟାନ୍ ଖେଳିବାକୁ ରାଜି ହୋଇଥିଲେ । ରୋହିତ ଶର୍ମା କ'ଣ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଖେଳିବାକୁ ଚାହୁଁନାହାଁନ୍ତି ?

ହାର୍ଦ୍ଦିକ ପାଣ୍ଡ୍ୟା ହଠାତ୍ କାହିଁକି ଆଉଟ୍ ହେଲେ ?

ଲକ୍ଷ୍ନୌ ଜାଏଣ୍ଟ୍ସ ବିପକ୍ଷରେ ୬ ୱିକେଟ୍ ବିଜୟ ପରେ ଓପନର ରିଆନ୍ ରିକେଲଟନ ପ୍ରେସମିଟରେ ହାର୍ଦ୍ଦିକଙ୍କ ଅନୁପସ୍ଥିତି ବିଷୟରେ କହିଥିଲେ । ରିକେଲଟନ କହିଥିଲେ, "ମୁଁ ଜାଣିନାହିଁ ସେ କେବେ ଫେରିବେ । ତାଙ୍କର ପିଠିରେ ସମସ୍ୟା ଅଛି। ଆଘାତର ଗମ୍ଭୀରତା କେତେ ଜାଣିନାହିଁ । ସେ ଏହି ସପ୍ତାହରେ ରାୟପୁରରେ ଆମର ମ୍ୟାଚ୍ ପାଇଁ ଦଳକୁ ଫେରିବେ । ପୂର୍ବରୁ ମୁମ୍ବାଇର କାମଚଳା ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ପରେ ଘୋଷଣା କରିଥିଲେ ଯେ ହାର୍ଦ୍ଦିକ ଆହତ ହୋଇଛନ୍ତି । ତେବେ ମୁମ୍ବାଇ ଟିମରେ କ'ଣ ଚାଲିଛି ଏଯାଏ କିଛି ଜଣାପଡ଼ିନି । ତେବେ ଏହାରି ମଧ୍ୟରେ ଏହା ଚର୍ଚ୍ଚା ହେଉଛି କି MI ଟିମରୁ ହାର୍ଦ୍ଦିକ ପାଣ୍ଡ୍ୟା ବାହାରି କୋଲକାତା ନାଇଟ୍‌ ରାଇଡର୍ସରେ ସାମିଲ ହୋଇପାରନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Trouble in MI Dressing Room? Is Rohit Sharma Unhappy Under Hardik Pandya | Argus News