Vaibhav Retirement Comment / କେବେ ଅବସର ନେବେ ବୈଭବ ସୂର୍ଯ୍ୟବଂଶୀ ? ଡେବ୍ୟୁ ପୂର୍ବରୁ ବଡ଼ ବୟାନ ଦେଲେ ଏହି କ୍ରିକେଟ୍ର...
·1 hour ago·2 min read

Key Points
୨୧ ବର୍ଷରେ ଅବସର ନେବେ ବୈଭବ ?
ମାଇକେଲ୍ ଭନ୍ଙ୍କ ବଡ଼ ବୟାନ !
ରିଟାୟରମେଣ୍ଟକୁ ନେଇ ଆସିଲା ବଡ଼ ଅପଡେଟ୍
ମାଇକେଲ୍ ଭନ୍ଙ୍କ ବଡ଼ ବୟାନ !
ରିଟାୟରମେଣ୍ଟକୁ ନେଇ ଆସିଲା ବଡ଼ ଅପଡେଟ୍
IPL ୨୦୨୬ରେ ଏବେ ଯଦି କୌଣସି ଯୁବ ଖେଳାଳିଙ୍କ ନାଁ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି, ସେ ହେଉଛନ୍ତି ବୈଭବ ସୂର୍ଯ୍ୟବଂଶୀ । ଧୁଆଁଧାର ବ୍ୟାଟିଂ କରି ସେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛନ୍ତି । IPL ଇତିହାସର ୩ଟି ସବୁଠୁ ଦ୍ରୁତ ଶତକ ମଧ୍ୟରୁ ୨ଟି ଏବେ ବୈଭବଙ୍କ ନାଁରେ ରହିଛି । କିନ୍ତୁ ଏହାରି ମଧ୍ୟରେ ବୈଭବ ସୂର୍ଯ୍ୟବଂଶୀ କେତେ ବର୍ଷରେ ଅବସର ନେବେ ସେନେଇ ଇଂଲଣ୍ଡର ପୂର୍ବତନ ଲିଜେଣ୍ଡ ମାଇକେଲ୍ ଭନ୍ କହିଛନ୍ତି । ଭନ୍ଙ୍କ ବୟାନ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ତେବେ ସେ ଏମିତି କାହିଁକି କହିଲେ ଆସନ୍ତୁ ଜାଣିବା...
IPL ୨୦୨୫ରେ ଧମାକା ପରେ ବୈଭବ ସୂର୍ଯ୍ୟବଂଶୀ ମଧ୍ୟ IPL ୨୦୨୬ରେ ଅସାଧାରଣ ଭାବରେ ଭଲ ପ୍ରଦର୍ଶନ କରୁଛନ୍ତି । ଏପର୍ଯ୍ୟନ୍ତ ଖେଳାଯାଇଥିବା ମ୍ୟାଚ୍ରେ ବୈଭବ ଚମତ୍କାର ବ୍ୟାଟିଂ କରିଛନ୍ତି ଏବଂ ପ୍ରମାଣ କରିଛନ୍ତି ଯେ ସେ ବଡ଼ ମଞ୍ଚରେ ଖେଳିବାକୁ ପ୍ରସ୍ତୁତ । IPL ଇତିହାସର ତିନୋଟି ଦ୍ରୁତତମ ଶତକ ମଧ୍ୟରୁ ଦୁଇଟି ବୈଭବଙ୍କ ବ୍ୟାଟରୁ ଆସିଛି । ସେ ୩୫ ଏବଂ ୩୬ ବଲ୍ରେ ଶତକ ମାରିଥିଲେ । ତଥାପି, ସେ କେବେ ଅବସର ନେବେ ଏହି ପ୍ରଶ୍ନର ଉତ୍ତର ପୂର୍ବତନ ଇଂଲଣ୍ଡ ମହାନ ଖେଳାଳି ମାଇକେଲ ଭନ୍ ଦେଇଛନ୍ତି ।
ବୈଭବ ସୂର୍ଯ୍ୟବଂଶୀ କେବେ ଅବସର ନେବେ ?
Stick to Cricket ପଡ୍କାଷ୍ଟରେ ଆଲିଷ୍ଟର କୁକ୍, ଫିଲ୍ ଟଫନେଲ୍ ଏବଂ ଡେଭିଡ୍ ଲଏଡ୍ଙ୍କ ସହ ଆଲୋଚନାରେ ଭନ୍ ବୈଭବଙ୍କୁ ପ୍ରଶଂସା କରିଥିଲେ ଏବଂ ସେ କେବେ ଅବସର ନେବେ ତାହା ମଧ୍ୟ ପ୍ରକାଶ କରିଥିଲେ । ସେ କହିଛନ୍ତି ଯେ ଏହା ପ୍ରକୃତରେ ଆଶ୍ଚର୍ଯ୍ୟଜନକ ଯେ ସେ IPL ରେ ତିନୋଟି ଦ୍ରୁତତମ ଶତକ ମଧ୍ୟରୁ ଦୁଇଟି ଶତକ କରିଛନ୍ତି । ଏହି ଯୁବ ଖେଳାଳି ୩୫ ଏବଂ ୩୬ ବଲ୍ରେ ଶତକ ମାରିଛନ୍ତି । ସେ ସବୁଠାରୁ ଦ୍ରୁତତମ ବ୍ୟାଟ୍ସମ୍ୟାନଙ୍କ ସହ ସମକକ୍ଷ ।"
ଏହି ସମୟରେ ଇଂଲଣ୍ଡର ପୂର୍ବତନ ସ୍ପିନର ଫିଲ୍ ଟଫନେଲ୍ ମଜାକରେ କହିଥିଲେ ଯେ “୨୧ ବର୍ଷ ବୟସରେ ସେ କ୍ଲାନ୍ତ ହୋଇଯିବେ ।” ଏହାର ଉତ୍ତରରେ ମାଇକେଲ୍ ଭନ୍ କହିଥିଲେ, “୨୧ ବର୍ଷ ବୟସ ମଧ୍ୟରେ ସେ ପର୍ଯ୍ୟାପ୍ତ ଟଙ୍କା କମାଇ ସାରିଥିବେ, ତେଣୁ ସେ ହୁଏତ ଅବସର ନେଇଯିବେ''। ଏହାପରେ ଇଂଲଣ୍ଡର ପୂର୍ବତନ କ୍ୟାପଟେନ୍ ଏଲିଷ୍ଟର କୁକ୍ ମଧ୍ୟ ମଜାକରେ କହିଥିଲେ, “ସେ କେମିତି କ୍ଲାନ୍ତ ହେବେ ? ସେ ତ ମାତ୍ର ୩୦ଟି ବଲ୍ ଖେଳୁଛନ୍ତି ।”
ଅନ୍ୟପଟେ ବୈଭବଙ୍କ ଦମଦାର ଫର୍ମ ଦେଖି ତାଙ୍କୁ ଶୀଘ୍ର ଭାରତୀୟ ଦଳରେ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଆର୍ୟାଲ୍ୟାଣ୍ଡ ବିପକ୍ଷରେ ହେବାକୁ ଥିବା T-20 ସିରିଜ୍ ପାଇଁ ବୈଭବଙ୍କୁ ଟିମ୍ ଇଣ୍ଡିଆରେ ସାମିଲ୍ କରାଯାଇପାରେ ବୋଲି ଆଶା କରାଯାଉଛି । ବୈଭବ ଚଳିତ ଆଇପିଏଲରେ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ୍ରେ ୪୦୪ ରନ୍ କରିସାରିଛନ୍ତି । ତାଙ୍କ ନାଁରେ ରହିଛି ଗୋଟିଏ ଶତକ ଏବଂ ଦୁଇଟି ଅର୍ଦ୍ଧଶତକ ରହିଛି । ଏହି ପ୍ରଦର୍ଶନ ପରେ ଚୟନକର୍ତ୍ତାଙ୍କ ନଜର ଏବେ ବୈଭବଙ୍କ ଉପରେ ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories