Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Mithun Manhas / ବିସିସିଆଇର ନୂଆ ଅଧ୍ୟକ୍ଷ ହେଲେ ମିଥୁନ୍, ରୋଜର ବିନ୍ନିଙ୍କ ପରେ ସମ୍ଭାଳିବେ ପଦ

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
ବିସିସିଆଇର ନୂଆ ଅଧ୍ୟକ୍ଷ ହେଲେ ମିଥୁନ୍, ରୋଜର ବିନ୍ନିଙ୍କ ପରେ ସମ୍ଭାଳିବେ ପଦ

Key Points

ମିଥୁନ ମାନହସ BCCIର ନୂଆ ସଭାପତି । BCCI ଏଜିଏମ୍‌ରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ । ଜମ୍ମୁ-କାଶ୍ମୀରର ପ୍ରଥମ ବ୍ୟକ୍ତି ଭାବେ ପାଇଲେ BCCIର ସର୍ବୋଚ୍ଚ ପଦ

ବିସିସିଆଇର ନୂଆ ଅଧ୍ୟକ୍ଷ ହେଲେ ମିଥୁନ ମନହାସ । ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ସେପ୍ଟେମ୍ବର ୨୮ରେ ମୁମ୍ବାଇରେ ଅନୁଷ୍ଠିତ ଏହାର ବାର୍ଷିକ ସାଧାରଣ ବୈଠକରେ ନୂତନ କାର୍ଯ୍ୟନିର୍ବାହୀ କମିଟି ଘୋଷଣା କରିଛି । ନିର୍ବାଚନ ଅଧିକାରୀ ନୂତନ ପଦାଧିକାରୀଙ୍କ ନାମ ଘୋଷଣା କରିଛନ୍ତି ।


ମିଥୁନ ମନହାସଙ୍କୁ BCCI ସଭାପତି ଭାବରେ ନିର୍ବାଚିତ କରାଯାଇଛି । ଜାମ୍ମୁକାଶ୍ମୀର କ୍ରିକେଟ ଆସୋସିଏସନର ସଦସ୍ୟ ଥିବା ପୂର୍ବ କ୍ରିକେଟର ମିଥୁନ ମନହାସ ଅବାଧରେ ବିସିସିଆଇର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ପୂର୍ବ କ୍ୟାପଟେନ ସୌରଭ ଗାଙ୍ଗୁଲି ଓ ତାଙ୍କ ପରେ ରୋଜର ବିନ୍ନିଙ୍କ ପରେ ମିଥୁନ ମନହାସ ଆଜି ଦାୟିତ୍ୱ ନେବେ ।


ଅଧିକ ପଢ଼ନ୍ତୁ: ଫାଇନାଲ ଜିତିବା ପରେ ଟ୍ରଫି ନେବ ତ ଭାରତ ? ନା ପିସିବି ଅଧ୍ୟକ୍ଷଙ୍କୁ ଅଣଦେଖା କରିବେ ସୂର୍ଯ୍ୟକୁମାର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ରାଜୀବ ଶୁକ୍ଳାଙ୍କୁ ଉପ-ସଭାପତି ଭାବରେ ନିଯୁକ୍ତ କରାଯାଇଛି । ଦେବଜିତ ସାଇକିଆଙ୍କୁ ବିସିସିଆଇ ସଚିବ, ପ୍ରଭତେଜ ସିଂହ ଭାଟିଆଙ୍କୁ ଯୁଗ୍ମ ସଚିବ ଓ ଏ. ରଘୁରାମ ଭଟ୍ଟଙ୍କୁ କୋଷାଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଛି । BCCI ମଧ୍ୟରେ ଅନ୍ୟାନ୍ୟ ପଦବୀରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ଦିଆଯାଇଛି । ଜୟଦେବ ନିରଞ୍ଜନ ଶାହଙ୍କୁ ଆପେକ୍ସ ପରିଷଦର ସଦସ୍ୟ ଭାବରେ ନିର୍ବାଚିତ କରାଯାଇଛି । ସେହିପରି ଅରୁଣ ସିଂହ ଧୂମଲ ଏବଂ ଏମ. ଖୈରୁଲ ଜମାଲ ମଜରୁମଦାରଙ୍କୁ ଗଭର୍ଣ୍ଣିଂ କାଉନସିଲକୁ ମନୋନୀତ କରାଯାଇଛି।


BCCI ସଭାପତି ହୋଇଥିବା ମିଥୁନ ମନହାସ କିଏ ?


୪୫ ବର୍ଷୀୟ ମିଥୁନ ମନହାସ ଅନ୍ତର୍ଜାତୀୟ ସ୍ତରରେ ଟିମ୍ ଇଣ୍ଡିଆର ପ୍ରତିନିଧିତ୍ୱ କରି ନଥିଲେ, କିନ୍ତୁ ଘରୋଇ କ୍ରିକେଟରେ ବହୁ ରେକର୍ଡ ନିଜ ନାମରେ କରିଛନ୍ତି । ସେ ୧୫୭ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୯,୭୧୪ ରନ୍ କରିଥିଲେ । ଯେଉଁଥିରେ ୨୭ ଶତକ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ଇନିଂସ ସାମିଲ ଥିଲା । ସେହିପରି ସେ ଲିଷ୍ଟ ଏ କ୍ରିକେଟରେ ୪,୧୨୬ ରନ୍ ମଧ୍ୟ କରିଛନ୍ତି ।


ସେହିପରି ମିଥୁନ ମନହାସ ଆଇପିଏଲରେ ମଧ୍ୟ ୫୫ ମ୍ୟାଚ୍ ଖେଳିଥିଲେ । ସେ ଦିଲ୍ଲୀ ଡେୟାରଡେଭିଲ୍ସ, ପୁଣେ ଓ୍ବାରିୟର୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ଦଳ ପକ୍ଷରୁ ଖେଳିଥିଲେ । ସେ ଆଇପିଏଲରେ ୫୫ ମ୍ୟାଚ୍ ଖେଳି ୫୧୪ ରନ କରିଥିଲେ ।

Related Topics

Explore more stories

Sponsored
Mithun Manhas Elected New BCCI President at AGM in Mumbai | Argus News