Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ପାରାଅଲିମ୍ପିକ୍ସର ଭାରତୀୟ ପଦକ ବିଜେତାଙ୍କୁ ମୋଦିଙ୍କ ଶୁଭେଚ୍ଛା

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ପାରାଅଲିମ୍ପିକ୍ସର ଭାରତୀୟ ପଦକ ବିଜେତାଙ୍କୁ ମୋଦିଙ୍କ ଶୁଭେଚ୍ଛା

ଅର୍ଗସ ବ୍ୟୁରୋ : ପାରାଅଲିମ୍ପିକ୍ସର ଭାରତୀୟ ପଦକ ବିଜେତାଙ୍କୁ ମୋଦିଙ୍କ ଅଶେଷ ପ୍ରଶଂସା ଓ ଅଭିନନ୍ଦନ । ପଦକ ବିଜେତାଙ୍କ ସହ ଟେଲିଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ । ପଦକ ବିଜେତା ମୋନା ଅଗ୍ରୱାଲ, ପ୍ରୀତି ପାଲ, ମନୀଷ ନରୱାଲ ଏବଂ ରୁବିନା ଫ୍ରାନ୍ସିସ୍ ଙ୍କୁ ଫୋନ୍ ରେ ଶୁଭେଚ୍ଛା ଜଣାଇଲେ। ସେମାନେ ନିଜ ପ୍ରଦର୍ଶନ ଦ୍ୱାରା ଦେଶକୁ ଗର୍ବିତ କରିଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ସେମାନଙ୍କ ପାଇଁ ଅତ୍ୟନ୍ତ ଖୁସିର ବିଷୟ ବୋଲି କହିଛନ୍ତି ପାରାଅଲିମ୍ପିକ ବିଜେତା ମାନେ ।

ଅଧିକ ପଢନ୍ତୁ : ପ୍ୟାରିସ ପାରାଅଲମ୍ପିକ୍ସ:ଭାରତକୁ ପଞ୍ଚମ ପଦକ ଭେଟିଦେଲେ ରୁବିନା

ଏହି ସମୟରେ ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂରେ ସ୍ୱର୍ଣ୍ଣ ପଦକ ଜିତିଥିବା  ଭାରତୀୟ ଶୁଟର ଅବନୀ ଲେଖରା ଙ୍କୁ ମଧ୍ୟ ଅଶେଷ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ୨୦୨୪ ପ୍ୟାରିସ ପାରାଅଲିମ୍ପିକ୍ସ ରେ ଭାରତକୁ ମିଳିଛି ଏକ ବଡ଼ ସଫଳତା । ଚଳିତ ଥର ୮୪ ଜଣ ଭାରତୀୟ ପ୍ରତିଯୋଗୀ ୧୨ଟି କ୍ରୀଡ଼ା ବିଭାଗରେ ଅଂଶଗ୍ରହଣ କରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Modi congratulates the Indian medalist of the Paralympics | Argus News