Videos
|
Sports

ଅହମ୍ମଦାବାଦରେ ହେବାକୁ ଥିବା ଆଇସିସି ବିଶ୍ୱକପ ଫାଇନାଲରେ ଯୋଗ ଦେବେ ମୋଦୀ

Priyadarshini Dixit
Browse all articles by Priyadarshini Dixit
·2 years ago·2 min read
ଅହମ୍ମଦାବାଦରେ ହେବାକୁ ଥିବା ଆଇସିସି ବିଶ୍ୱକପ ଫାଇନାଲରେ ଯୋଗ ଦେବେ ମୋଦୀ

ଅର୍ଗସ ବ୍ୟୁରୋ : ଏବେ କ୍ରିକେଟ୍‌ ଫିଭର । ବିଶ୍ଵକପ୍‌ ମ୍ୟାଚର ସିଜନ ହୋଇଥିବାରୁ କ୍ରୀଡାପ୍ରେମୀଙ୍କୁ ଆଉ ରାତିରେ ନିଦ ହେଉନି । କ୍ରିକେଟ ଦେଖିବାକୁ ସମସ୍ତେ ପାଗଳ । ସହଜେ ଏବେ ବିଶ୍ଵକପ୍‌ ଚାଲିଛି ତେଣୁ ଯିଏ ନାହିଁ ସିଏ ମ୍ୟାଚ୍‌ ଦେଖିବାରେ ବ୍ୟସ୍ତ ଅଛନ୍ତି । ଆଉ ଏହାରି ଭିତରେ ବିଶ୍ୱକପ୍‌ ୨୦୨୩ରେ ଫାଇନାଲରେ ପ୍ରବେଶ କରିଛି ଟିମ୍‌ ଇଣ୍ଡିଆ। ସେମିଫାଇନାଲରେ ନ୍ୟୁଜଲାଣ୍ଡକୁ ୭୦ ରନ୍‌ରେ ପରାସ୍ତ କରି ଭାରତ ଫାଇନାଲ ଟିକେଟ୍‌ ହାସଲ କରିଛି । ଆସନ୍ତା ରବିବାର ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ କଡା ମୁକାବିଲା ହେବାକୁ ଯାଉଛି । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମ୍ମଦାବାଦରେ ହେବାକୁ ଥିବା ଆଇସିସି ବିଶ୍ୱକପ ଫାଇନାଲରେ ଯୋଗ ଦେବେ ବୋଲି ଜଣାପଡିଛି ।

ସେପଟେ ଭାରତ ନ୍ୟୁଜିଲାଣ୍ଡକୁ ହରାଇବା ପରେ ମୋଦୀ ପ୍ରଶଂସା କରିଥିଲେ ପୂରା ଟିମ୍‌କୁ । ଆଉ ସେ ଜଣେ ବଡ କ୍ରିକେଟ୍ ପ୍ରଶଂସକ ବୋଲି ଜଣାପଡ଼ିଛି । କାରଣ ବିରାଟ କୋହଲି ଏବଂ ମହମ୍ମଦ ଶାମି ଯେମିତି ଧୂଳି ଚଟାଇଛନ୍ତି ପ୍ରତିପକ୍ଷ ଖେଳାଳିଙ୍କୁ ତାହାକୁ ନେଇ ପ୍ରଧାନମନ୍ତ୍ରୀଙ୍କଠୁ ଆରମ୍ଭ କରି ସୋସିଆଲ ମିଡିଆରେ ଢେର ସାରା ପ୍ରଶଂସା  ମଧ୍ୟ କରିଛନ୍ତି ସାଧାରଣ ଜନତା । 

ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ କୋଲକାତାରେ ଖେଳାଯାଇଥିଲା ଆଉ ଏଥିରେ ସାଉଥ ଆଫ୍ରିକାକୁ ଧୂଳି ଚଟାଇ ବିଜୟୀ ହୋଇଥିଲା କଙ୍ଗାରୁ ଟିମ୍‌ । ତେଣୁ ଆଗାମୀ ଦିନ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ ହାଇଭୋଲଟେଜ୍‌ ମ୍ୟାଚ୍‌ । ଗୁରୁତ୍ଵପୂର୍ଣ୍ଣ କଥା ହେଲା ମ୍ୟାଚ୍‌ରେ ଗୋଟିଏ ଥର ହେଲେ ବି ଭାରତ ହାରିନି । ତେଣୁ ଏଥର ବିଶ୍ଵକପ ଭାରତ ହିଁ ନେବ ବୋଲି ସମସ୍ତେ ଜାଣିଛନ୍ତି। ହେଲେ ବି ରବିବାରକୁ ସମସ୍ତଙ୍କର ଅପେକ୍ଷା ରହିଛି । ସେପଟେ ମୋଦି ଯାଉଥିବାରୁ ଦର୍ଶକଙ୍କ ମଧ୍ୟରେ ବି ଏକ୍ସସାଇଟମେଣ୍ଟ ଭରି ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ କ୍ରୀଡା ଖବର...
 

Modi will attend the ICC World Cup final in Ahmedabad | Argus News