Mohammad Amir prediction / ପୁଣି ଭବିଷ୍ୟବାଣୀ କଲେ ପୂର୍ବତନ ପାକିସ୍ତାନୀ ବୋଲର; କହିଲେ, ଫାଇନାଲକୁ ଯାଇପାରିବନି ଭାରତ
·4 months ago·2 min read

Key Points
ପୁଣି ବିବାଦୀୟ ଭବିଷ୍ୟବାଣୀ
ଆମିର କହିଲେ ଭାରତ ଫାଇନାଲକୁ ଯିବ ନାହିଁ
ସମ୍ପୂର୍ଣ୍ଣ କ୍ରିକେଟ୍ ଖେଳୁନାହିଁ ଭାରତ
ଆମିର କହିଲେ ଭାରତ ଫାଇନାଲକୁ ଯିବ ନାହିଁ
ସମ୍ପୂର୍ଣ୍ଣ କ୍ରିକେଟ୍ ଖେଳୁନାହିଁ ଭାରତ
୨୦୨୬ ଟି-୨୦ ବିଶ୍ୱକପ୍ ମଧ୍ୟରେ ପୂର୍ବତନ ପାକିସ୍ତାନ ଦ୍ରୁତ ବୋଲର ମହମ୍ମଦ ଆମିର ପୁଣି ଥରେ ତାଙ୍କ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ଅଛନ୍ତି । ଏକ ଟିଭି ଶୋ’ରେ ସେ ଭାରତୀୟ ଦଳ ବିଷୟରେ ଏକ ନୂଆ ଭବିଷ୍ୟବାଣୀ କରିଛନ୍ତି । ଆମିର କହିଛନ୍ତି ଯେ ଭାରତ ଏଥର ଫାଇନାଲରେ ପହଞ୍ଚିବ ନାହିଁ ଏବଂ ଇଂଲଣ୍ଡ ବିପକ୍ଷରେ ସେମିଫାଇନାଲରେ ହାରିପାରେ ।
ପ୍ରକୃତରେ, ଆମିର ପୂର୍ବରୁ ଦାବି କରିଥିଲେ ଯେ ଭାରତ ସୁପର ୮ ପର୍ଯ୍ୟାୟରେ ୱେଷ୍ଟଇଣ୍ଡିଜଠାରୁ ହାରିଯିବ ଏବଂ ସେମିଫାଇନାଲରେ ପହଞ୍ଚିପାରିବ ନାହିଁ । ତଥାପି ଭାରତୀୟ ଦଳ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ୍ରେ ବିଜୟଲାଭ କରି ଆମିରଙ୍କୁ ଭୁଲ ପ୍ରମାଣିତ କରିଥିଲା । ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କରି ଭାରତ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିଥିଲା ।
ପୂର୍ବାନୁମାନ ପୁନରାବୃତ୍ତି
ଆଉ ଏବେ ସେମିଫାଇନାଲ ପୂର୍ବରୁ, ଆମିର ଆଉ ଏକ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି ଭାରତୀୟ ଦଳ ବର୍ତ୍ତମାନ "ସମ୍ପୂର୍ଣ୍ଣ କ୍ରିକେଟ୍" ଖେଳିପାରୁନାହିଁ । ସେ କହିଛନ୍ତି ଯେ, ଜସପ୍ରିତ ବୁମରାହଙ୍କୁ ଛାଡି ଅନ୍ୟ ବୋଲରମାନେ ଫର୍ମରେ ନାହାନ୍ତି । ସେ ଭାରତୀୟ ବ୍ୟାଟିଂ ଉପରେ ମଧ୍ୟ ପ୍ରଶ୍ନ ଉଠାଇ କହିଛନ୍ତି ଯେ ଦଳ ପ୍ରତ୍ୟେକ ମ୍ୟାଚରେ ଚାପରେ ଥିବା ପରି ମନେ ହେଉଛି ।
ତଥାପି, ଭାରତୀୟ ପ୍ରଶଂସକ ଆମିରଙ୍କ ବିବୃତ୍ତିକୁ ଗମ୍ଭୀରତାର ସହ ନେଉନାହାଁନ୍ତି । ସୋସିଆଲ ମିଡିଆରେ ଅନେକ ୟୁଜର୍ସ ମନେ ପକାଇ ଦେଉଛନ୍ତି ଯେ ତାଙ୍କର ପୂର୍ବ ଭବିଷ୍ୟବାଣୀ ମଧ୍ୟ ଭୁଲ ପ୍ରମାଣିତ ହୋଇଛି।
ଭାରତ-ଇଂଲଣ୍ଡର ପୁରୁଣା କାହାଣୀ
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ୍ ମାର୍ଚ୍ଚ ୫ ତାରିଖରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ । ଏହା ଲଗାତାର ତୃତୀୟ ଥର ପାଇଁ ଯେବେ ଦୁଇ ଦଳ ଟି-୨୦ ବିଶ୍ୱକପ୍ ସେମିଫାଇନାଲରେ ପରସ୍ପରର ମୁହାଁମୁହିଁ ହେବେ ।
୨୦୨୨ ଟି-୨୦ ବିଶ୍ୱକପରେ ଇଂଲଣ୍ଡ ଭାରତକୁ ୧୦ ୱିକେଟରେ ପରାସ୍ତ କରିଥିଲା । ତଥାପି ୨୦୨୪ରେ ଟିମ୍ ଇଣ୍ଡିଆ ଏକ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଥିଲା ଏବଂ ସେମିଫାଇନାଲରେ ଇଂଲଣ୍ଡକୁ ୬୮ ରନରେ ପରାସ୍ତ କରି ଫାଇନାଲକୁ ପ୍ରବେଶ କରିଥିଲା । ଆଉ ଏବେ ୨୦୨୬ରେ ପୁଣି ଥରେ ସେମି ସମରରେ ଉଭୟ ଦଳ ମୁହାଁମୁହିଁ ହେଉଛନ୍ତି ।
ଇତିହାସ ବଦଳିବ କି?
ଏଥର, ସୂର୍ଯ୍ୟକୁମାର ଯାଦବ ଭାରତୀୟ ଦଳର ନେତୃତ୍ୱ ନେବେ, ଯେତେବେଳେ ଇଂଲଣ୍ଡ ଦଳ ହ୍ୟାରି ବ୍ରୁକଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ। ଦୁଇ ଦଳ ମଧ୍ୟରେ ମ୍ୟାଚ୍ ବହୁତ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ଏବେ ଆମିରଙ୍କ ନୂତନ ଭବିଷ୍ୟବାଣୀ ସଠିକ୍ ପ୍ରମାଣିତ ହେବ ନା ଭାରତୀୟ ଦଳ ପୁଣି ଥରେ ଏହାର ସମାଲୋଚକମାନଙ୍କୁ ଭୁଲ ପ୍ରମାଣିତ କରିବ ତାହା ଦେଖିବାକୁ ବାକି ରହିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories