Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Pak Cricketer Trolls Hardik / ଦୁର୍ବଳ ଦଳ ସହ ଜିତି ପାଣ୍ଡ୍ୟାଙ୍କ ମଜାକ ଉଡ଼ାଇଲେ ପାକିସ୍ତାନୀ ଖେଳାଳି ! ଭାଇରାଲ ହେଲା ପୋଷ୍ଟ

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ଦୁର୍ବଳ ଦଳ ସହ ଜିତି ପାଣ୍ଡ୍ୟାଙ୍କ ମଜାକ ଉଡ଼ାଇଲେ ପାକିସ୍ତାନୀ ଖେଳାଳି ! ଭାଇରାଲ ହେଲା ପୋଷ୍ଟ

Key Points

ମାମୁଲି ଟ୍ରଫି ଜିତି ପାଣ୍ଡ୍ୟାଙ୍କ ମଜାକ ଉଡ଼ାଇଲେ ପାକିସ୍ତାନୀ ଖେଳାଳି । ଭାଇରାଲ ହେଲା ପୋଷ୍ଟ । ସୋସିଆଲ ମିଡିଆରେ ଟ୍ରୋଲ୍‌ ହେଲେ ପାକ୍‌ ଖେଳାଳି।
୧୪ ବର୍ଷ ପରେ ହଂକଂ ସିକ୍ସେସ୍‌ ଟୁର୍ଣ୍ଣାମେଣ୍ଟରେ ଟ୍ରଫି ଜିତିଛି ପାକିସ୍ତାନ । ଫାଇନାଲରେ ପାକିସ୍ତାନ ୪୩ ରନ୍‌ରେ କୁଏତକୁ ପରାସ୍ତ କରିଛି । ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ଦଳ ଭଲ ପ୍ରଦର୍ଶନ କରିଥିଲା । କିନ୍ତୁ ଫାଇନାଲ ଜିତିବା ପରେ ପାକ୍‌ ଖେଳାଳି ଯେଉଁଭଳି ଆଚରଣ କରିଥିଲେ ତାକୁ ସମସ୍ତେ ନିନ୍ଦା କରୁଛନ୍ତି ।
ଫାଇନାଲ ମ୍ୟାଚ୍‌ରେ ବିଜୟ ପରେ ପାକିସ୍ତାନ ଦଳର ଖେଳାଳି ମହମ୍ମଦ ଶହଜାଦ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପରିହାସ କରିବା ନିରାଶାଜନକ ଥିଲା । ସେ ଟ୍ରଫି ସହିତ ପୋଜ୍ ଦେଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଷ୍ଟାଇଲକୁ ଅନୁକରଣ କରିଥିଲେ । ଆଉ ସେହି ଫଟୋକୁ ନେଇ ଏବେ ତାଙ୍କୁ ସୋସିଆଲ ମିଡିଆରେ ବେଶ୍‌ ଟ୍ରୋଲ୍‌ ମଧ୍ୟ କରାଯାଉଛି । ପ୍ରଶଂସକମାନେ କହୁଛନ୍ତି ଯେ ଏକ ଛୋଟ ଟ୍ରଫି ଜିତିବା ପରେ ଜଣେ ପାକିସ୍ତାନୀ ଖେଳାଳି ହାର୍ଦ୍ଦିକଙ୍କୁ ନକଲ କରିବା ଅସମ୍ମାନଜନକ।

ପାକିସ୍ତାନ ଦଳ ହଂକଂ ସିକ୍ସେସ୍ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଥିଲା । କିନ୍ତୁ ଭାରତଠାରୁ ମ୍ୟାଚ୍‌ ଜିତିପାରିନଥିଲା । ତେବେ ଫାଇନାଲରେ କୁଏତକୁ ହରାଇବା ପରେ ଟୁର୍ଣ୍ଣାମେଣ୍ଟରେ ପ୍ରମୁଖ ୱିକେଟ୍ ଟେକର ମହମ୍ମଦ ଶହଜାଦ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଥିଲେ । ବିଶ୍ବକପ୍‌ ବିଜୟ ପରେ ହାର୍ଦ୍ଦିକ ପାଣ୍ଡ୍ୟା ଟ୍ରଫି ସହ ଯେମିତି ପୋଜ୍‌ ଦେଇଥିଲେ, ଠିକ୍ ସେହିପରି ଶହଜାଦ ମଧ୍ୟ ପୋଜ୍‌ ଦେଇ ଫଟୋ ପୋଷ୍ଟ କରିଥିଲେ । ଆଉ ଏହା ପରେ ସେ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହୋଇଛନ୍ତି ।


ଭାରତୀୟ ଦଳ ନଭେମ୍ବର ୭ ତାରିଖରେ ପାକିସ୍ତାନ ବିପକ୍ଷରେ ହଂକଂ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ମ୍ୟାଚ୍ ଖେଳିଥିଲା। ରବିନ୍ ଉଥାପ୍ପାଙ୍କ ଧମାକାଦାର ୨୮ ରନ୍ ଇନିଂସ ପାଇଁ ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୬ ଓଭରରେ ୮୬ ରନ୍ କରିଥିଲା । ଜବାବରେ, ପାକିସ୍ତାନ ୩ ଓଭରରେ ୪୧ ରନ୍ କରିଥିଲା ​​ଯେତେବେଳେ ବର୍ଷା ଆସିଥିଲା। ବର୍ଷା ବନ୍ଦ ହୋଇନଥିଲା, ତା’ପରେ DLS ପଦ୍ଧତି ମାଧ୍ୟମରେ ଭାରତକୁ ୨ ରନ୍ ରେ ବିଜେତା ଘୋଷଣା କରାଯାଇଥିଲା।

ତେବେ ଯେତେବେଳେ ମ୍ୟାଚ୍ ଶେଷ ହୋଇଥିଲା, ଉଭୟ ଦଳର ଖେଳାଳିମାନେ ବାହାରକୁ ଆସି ନଥିଲେ । ସେମାନେ ନିଜ ନିଜ ସ୍ଥାନରେ ଠିଆ ହୋଇଥିଲେ । ଏସିଆ କପ୍ ପରେ, ଭାରତୀୟ ଖେଳାଳିମାନେ ମହିଳା ବିଶ୍ୱକପରେ ମଧ୍ୟ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇନଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Pak Player Mocks Hardik Pandya After Minor Trophy Win, Post Goes Viral | Argus News