Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଶ୍ରୀଲଙ୍କାରେ ଫ୍ଲପ୍ ହେଲେ ସୂର୍ଯ୍ୟବଂଶୀ, ମହମ୍ମଦ ଶିରାଜଙ୍କ ଜାଲରେ ଫସିଲେ ବୈଭବ

Sports

Vaibhav Sooryavanshi Floop / ଶ୍ରୀଲଙ୍କାରେ ଫ୍ଲପ୍ ହେଲେ ସୂର୍ଯ୍ୟବଂଶୀ, ମହମ୍ମଦ ଶିରାଜଙ୍କ ଜାଲରେ ଫସିଲେ ବୈଭବ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଶ୍ରୀଲଙ୍କାରେ ଫ୍ଲପ୍ ହେଲେ ସୂର୍ଯ୍ୟବଂଶୀ, ମହମ୍ମଦ ଶିରାଜଙ୍କ ଜାଲରେ ଫସିଲେ ବୈଭବ
Vaibhav Sooryavanshi

Key Points

ଶ୍ରୀଲଙ୍କାରୁ ଆସିଲା ନିରାଶାଜନକ ଖବର
ମହମ୍ମଦ ଶିରାଜଙ୍କ ଜାଲରେ ଫସିଲେ ବୈଭବ
ଫ୍ୟାନ୍ସ ହେଲେ ନିରାଶ
ଭାରତ 'A' ଏବଂ ଶ୍ରୀଲଙ୍କା 'A' ମଧ୍ୟରେ ତ୍ରିରାଷ୍ଟ୍ରୀୟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଡାମ୍ବୁଲାରେ ଖେଳାଯାଉଛି । ଏହି ମ୍ୟାଚ୍‌ରେ ୧୫ ବର୍ଷୀୟ ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ ଫେଲ୍ ହୋଇଛନ୍ତି । ଆଇପିଏଲ ୨୦୨୬ରେ ଚମତ୍କାର ପ୍ରଦର୍ଶନ କରିଥିବା ସୂର୍ଯ୍ୟବଂଶୀଙ୍କ ଉପରେ ଭାରତୀୟ ପ୍ରଶଂସକମାନେ ବହୁତ ଆଶା ରଖିଥିଲେ । କିନ୍ତୁ ସେ ପ୍ରଥମ ଦିନିକିଆରେ ମାତ୍ର ୧୪ ରନ୍‌ କରି ଆଉଟ୍‌ ହୋଇଥିଲେ ।

ଭାରତ 'A' ଇନିଂସ ସମୟରେ ବୈଭବ ସୂର୍ଯ୍ୟବଂଶୀ ପ୍ରାରମ୍ଭରେ କିଛି ଆକର୍ଷଣୀୟ ସଟ୍ ଖେଳିଥିଲେ । କିନ୍ତୁ ସେ ତାଙ୍କ ଏହି ଆରମ୍ଭକୁ ବଡ଼ ଇନିଂସରେ ପରିଣତ କରିପାରିନଥିଲେ । ସେ ମାତ୍ର ୧୨ ବଲ୍‌ରେ ୧୪ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଥିଲେ ।

ବୈଭବଙ୍କ ୱିକେଟ୍ ଶ୍ରୀଲଙ୍କା 'A' ଦ୍ରୁତ ବୋଲର ମହମ୍ମଦ ଶିରାଜ ନେଇଥିଲେ । ଇନିଂସର ଚତୁର୍ଥ ଓଭରର ଚତୁର୍ଥ ବଲରେ ଶିରାଜଙ୍କ ବଲ୍‌ରେ ବୈଭବ ଆଉଟ୍ ହୋଇଥିଲେ । ବୈଭବଙ୍କ ଓ୍ବିକେଟ୍‌ ନେବା ପରେ ବେଶ୍‌ ଉତ୍ସାହିତ ଥିଲେ ଶ୍ରୀଲଙ୍କା ଖେଳାଳି । ଶ୍ରୀଲଙ୍କା ଦଳର ଏହି ପ୍ରତିକ୍ରିୟା ସ୍ପଷ୍ଟ ଭାବେ ଦର୍ଶାଉଥିଲା ଯେ ଶ୍ରୀଲଙ୍କା A ପାଇଁ ବୈଭବଙ୍କ ଓ୍ବିକେଟ୍‌ କେତେ ଗୁରୁତ୍ବପୂର୍ଣ୍ଣ ଥିଲା ।

ଅଧିକ ପଢ଼ନ୍ତୁ: ହାର୍ଦ୍ଦିକ-ସୂର୍ଯ୍ୟଙ୍କ ମଧ୍ୟରେ ବଡ଼ ଫାଟ…ଇନଷ୍ଟାଗ୍ରାମରେ କଲେ ଅନଫଲୋ, ମୁମ୍ବାଇ ଇଣ୍ଡିଆନ୍ସରେ ବଢ଼ିଲା ଚର୍ଚ୍ଚା


ବୈଭବ ସୂର୍ଯ୍ୟବଂଶୀ ଚଳିତ ଆଇପିଏଲରେ ତାଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ଚର୍ଚ୍ଚାରେ ରହିଥିଲେ । ତେଣୁ ଆଜିର ମ୍ୟାଚ୍‌ରେ ବୈଭବଙ୍କଠାରୁ ବଡ଼ ଇନିଂସ ଆଶା କରାଯାଉଥିଲା । କିନ୍ତୁ ସେ ଶ୍ରୀଲଙ୍କା A ବିପକ୍ଷରେ ସେହି ଆଶା ପୂରଣ କରିପାରିନଥିଲେ ।

ବୈଭବ ସୂର୍ଯ୍ୟବଂଶୀ ନିକଟରେ ଶେଷ ହୋଇଥିବା IPL ୨୦୨୬ରେ ଏକ ଚମତ୍କାର ପ୍ରଦର୍ଶନ କରିଥିଲେ । IPL 2026 ରେ ବୈଭବ ୭୭୬ ରନ କରିଥିଲେ, ତାଙ୍କର ଷ୍ଟ୍ରାଇକ୍ ରେଟ୍ ୨୩୭+ ଥିଲା ଏବଂ ୭୨ ଛକା ମାରିଥିଲେ। ସେ ଅରେଞ୍ଜ କ୍ୟାପ୍ ସମେତ ପାଞ୍ଚଟି ପୁରସ୍କାର ମଧ୍ୟ ଜିତିଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vaibhav Sooryavanshi Flops in Sri Lanka A Match, Dismissed by Mohammad Shiraz | Argus News