India Cricket / ଚୟନକର୍ତ୍ତାଙ୍କୁ ଦେଲେ ଜବାବ: ମହମ୍ମଦ ଶାମି ନେଲେ ୮ ଓ୍ବିକେଟ
·8 months ago·2 min read

Key Points
ପଶ୍ଚିମବଙ୍ଗ ଓ ଗୁଜରାଟ ମଧ୍ୟରେ ଖେଳା ଯାଉଥିବା ଭାରତୀୟ ଦଳର ତାରକା ବୋଲର ମହମ୍ମଦ ଶାମି ଦମଦାର ବୋଲିଂ କରିଛନ୍ତି। ଗୁଜରାଟ ବିପକ୍ଷ ମ୍ୟାଚ୍ରେ ୨୮ ଓଭର ବୋଲିଂ କରି ସେ ୮ ଓ୍ଵିକେଟ୍ ନେଇଛନ୍ତି।
ପଶ୍ଚିମବଙ୍ଗ ଓ ଗୁଜରାଟ ମଧ୍ୟରେ ଖେଳା ଯାଉଥିବା ଭାରତୀୟ ଦଳର ତାରକା ବୋଲର ମହମ୍ମଦ ଶାମି ଦମଦାର ବୋଲିଂ କରିଛନ୍ତି। ଗୁଜରାଟ ବିପକ୍ଷ ମ୍ୟାଚ୍ରେ ୨୮ ଓଭର ବୋଲିଂ କରି ସେ ୮ ଓ୍ଵିକେଟ୍ ନେଇଛନ୍ତି। ଏହି ପ୍ରଦର୍ଶନ ଦମରେ ସେ ଚୟନକାରୀଙ୍କୁ ଦୃଢ ଜବାବ ଦେଇଛନ୍ତି।
କିଛି ସପ୍ତାହ ହେବ ଶାମି ଓ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ମଧ୍ୟରେ ଦଳରେ ଚୟନ ନେଇ ଚର୍ଚ୍ଚା ହୋଇ ଆସିଛି। ଉଲ୍ଲେଖନୀୟ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମ୍ ଇଣ୍ଡିଆର ଘୋଷଣା ସମୟରେ ଅଜିତ ଅଗରକର ଶାମିଙ୍କ ଫିଟନେସ୍ ଉପରେ ପ୍ରଶ୍ନ ଉଠାଇଥିଲେ। ଅଗରକରଙ୍କୁ ପରୋକ୍ଷରେ ଜବାବ ଦେଇ ଶାମି କହିଥିଲେ ଯେ, ଯଦି ସେ ଫିଟ୍ ନାହାନ୍ତି ତେବେ ରଣଜୀ ଟ୍ରଫି କେମିତି ଖେଳୁଛନ୍ତି। ଶାମି ଅନେକ ଥର କହି ସାରିଛନ୍ତି ଯେ, ସେ ସଂପୂର୍ଣ୍ଣ ଫିଟ୍ ଅଛନ୍ତି। ଏହା ପରେ ଉଭୟ ପକ୍ଷରୁ ଅନେକ ଥର ବୟାନବାଜି ଦେଖିବାକୁ ମିଳିଥିଲା। ଏମିତି ସମୟରେ ଶାମିଙ୍କ ଏହି ପ୍ରଦର୍ଶନ ବହୁତ ଗୁରୁତ୍ଵ ବହନ କରୁଛି।
ଏହାସହ ପଢ଼ନ୍ତୁ: ଶ୍ରେୟସ ଆୟରଙ୍କ ସ୍ବାସ୍ଥ୍ୟକୁ ନେଇ ବଡ଼ ଅପଡେଟ୍ ଦେଲେ ସୂର୍ଯ୍ୟ କୁମାର
ଶାମି ଚଳିତ ରଣଜୀ ସିଜିନରେ ଉତ୍ତରାଖଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍ରେ ୭ ଓ୍ଵିକେଟ୍ ନେଇଥିଲେ। ଏହା ପରେ ଦ୍ଵିତୀୟ ମ୍ୟାଚ୍ରେ ଗୁଜରାଟ ବିପକ୍ଷରେ ୮ ଓ୍ଵିକେଟ୍ ନେଇ ପୁରୁଣା ରଙ୍ଗରେ ନଜର ଆସିଛନ୍ତି। ମଙ୍ଗଳବାର ସେ ଦ୍ଵିତୀୟ ଇନିଂସରେ ୧୦ ଓଭରରେ ୩୮ ରନ ଦେଇ ୫ ଓ୍ଵିକେଟ୍ ନେଇ ପଶ୍ଚିମବଙ୍ଗକୁ ୧୪୨ ରନରେ ଜିତାଇଛନ୍ତି। ତାଙ୍କର ଏହି ପ୍ରଦର୍ଶନ ଚୟନକର୍ତ୍ତାଙ୍କ ପାଇଁ ବଡ଼ ସନ୍ଦେଶ ବୋଲି କୁହାଯାଉଛି।
ଭାରତର ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଏ ପର୍ଯ୍ୟନ୍ତ ଦଳ ଘୋଷଣା ହୋଇ ନାହିଁ। ପ୍ରଥମ ଟେଷ୍ଟ ନଭେମ୍ବର ୧୪ରୁ ଆରମ୍ଭ ହେବ। ଶାମି ଦୁଇଟି ମ୍ୟାଚରୁ ୧୫ ଓ୍ଵିକେଟ୍ ନେଇ ଦଳରେ ଚୟନ ପାଇଁ ଦାବିଦାର ଉପସ୍ଥାପନ କରିଛନ୍ତି। ସବୁଠୁ ବଡ଼ କଥା ସେ ପ୍ରଥମ ମ୍ୟାଚ୍ରେ ୩୯ ଓଭର ଓ ଦ୍ଵିତୀୟ ମ୍ୟାଚରେ ୨୮ ଓଭର ବୋଲିଂ କରିଥିଲେ। ଅର୍ଥାତ ସେ ଲମ୍ବା ସ୍ପେଲ ବୋଲିଂ କରିବା ପାଇଁ ପୁରା ପ୍ରସ୍ତୁତ ଥିବା ଚୟନକର୍ତ୍ତାଙ୍କୁ ସନ୍ଦେଶ ଦେଇଛନ୍ତି।
ଭାରତୀୟ ଦଳର ଦ୍ରୁତ ବୋଲିଂ ବିଭାଗରେ ଏବେ ଆକାଶ ଦୀପ ଓ ପ୍ରସିଦ୍ଧ କୃଷ୍ଣଙ୍କ ପରି ଉଦୀୟମାନ ବୋଲର ଅଛନ୍ତି। ଯଦି ଶାମି ଆଗାମୀ ଦୁଇ ବର୍ଷ ଏମିତି ଫର୍ମରେ ରୁହନ୍ତି ତେବେ ଚଳିତ ଡବ୍ଲ୍ୟୁଟିସି ଚକ୍ର ପାଇଁ ବଡ଼ ଖବର ହେବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories