|
logo
Live

Argus News - ବ୍ୟାଡମିଣ୍ଟନ ପ୍ରତି ଚିରାଗ ଓ ସାତ୍ତ୍ୱିକ ବଳିଷ୍ଠ ଅବଦାନ ପାଇଁ ଖେଳ ରତ୍ନ ଓ ଶାମିଙ୍କୁ ଅର୍ଜୁନ ପୁରସ୍କାର

Sports

ବ୍ୟାଡମିଣ୍ଟନ ପ୍ରତି ଚିରାଗ ଓ ସାତ୍ତ୍ୱିକ ବଳିଷ୍ଠ ଅବଦାନ ପାଇଁ ଖେଳ ରତ୍ନ ଓ ଶାମିଙ୍କୁ ଅର୍ଜୁନ ପୁରସ୍କାର

Jitendra Dash
Browse all articles by Jitendra Dash
·2 years ago·1 min read
ବ୍ୟାଡମିଣ୍ଟନ ପ୍ରତି ଚିରାଗ ଓ ସାତ୍ତ୍ୱିକ ବଳିଷ୍ଠ ଅବଦାନ ପାଇଁ ଖେଳ ରତ୍ନ ଓ ଶାମିଙ୍କୁ ଅର୍ଜୁନ ପୁରସ୍କାର

ଅର୍ଗସ ବ୍ୟୁରୋ : ଏସିଆନ ଗେମ୍ସରେ ଭାରତର ପାଇଁ ରେକର୍ଡ ସ୍ୱର୍ଣ୍ଣ ଜିତିଥିବା ଦୁଇ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କୁ ମିଳିବ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ସମ୍ମାନ । ଆଜି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି । ବ୍ୟାଡମିଣ୍ଟନ ପ୍ରତି ଚିରାଗ ଓ ସାତ୍ତ୍ୱିକ ବଳିଷ୍ଠ ଅବଦାନ ପାଇଁ ଉଭୟଙ୍କୁ ଖେଳ ରତ୍ନ ପୁରସ୍କାର ମିଳିବ । ଚଳିତ ବର୍ଷ ସାତ୍ତ୍ୱିକ ଓ ଚିରାଗ କୌଣସି ବଡ଼ ଟୁର୍ଣ୍ଣାମେଣ୍ଟରେ ୬ ଥର ଫାଇନାଲ ଖେଳିଛନ୍ତି । ଇଣ୍ଡୋନେସିଆ ସୁପର ୧୦୦୦, କୋରିଆ ସୁପର ୫୦୦ ଓ ସ୍ୱିସ୍‌ ସୁପର ୩୦୦ ବ୍ୟାଡମିଣ୍ଟନ ପ୍ରତିଯୋଗିତାକୁ ସାତ୍ତ୍ୱିକ ଓ ଚିରାଗ ଜିତି ସାରିଛନ୍ତି । 

ଅଧିକ ପଢନ୍ତୁ ଖେଳ ଖବର

ତେବେ ଚାଇନା ମାଷ୍ଟର୍ସ ସୁପର ୭୫୦ର ଫାଇନାଲରେ ସେମାନଙ୍କୁ ହାରିବାକୁ ପଡ଼ିଥିଲା । ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଚିରାଗ ଓ ସାତ୍ତ୍ୱିକ ଯୋଡ଼ି ଚାମ୍ପିୟନ ହୋଇଥିଲେ । ଥୋମାସ କପରେ ଚାମ୍ପିୟନ ହୋଇଥିବା ଭାରତୀୟ ବ୍ୟାଡମିଣ୍ଟନ ଟିମରେ ଏମାନେ ଥିଲେ । ତେଣୁ ସେମାନଙ୍କୁ ଭାରତ ସରକାର କ୍ରୀଡ଼ା ଜଗତର ସର୍ବୋଚ୍ଚ ସମ୍ମାନ ଖେଳ ରତ୍ନରେ ସମ୍ମାନୀତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେହିପରି ମହମ୍ମଦ ଶାମିଙ୍କ ବ୍ୟତୀତ ବିଭିନ୍ନ କ୍ରିଡ଼ାରେ ଉତ୍କର୍ଷ ଅବଦାନ ପାଇଁ ଆଉ ୨୫ ଜଣଙ୍କୁ ମଧ୍ୟ ଅର୍ଜୁନ ପୁରସ୍କାର ମିଳିବ । ଜାତୀୟ କ୍ରୀଡ଼ା ପୁରସ୍କାର ଜିତିଥିବା ଖେଳାଳିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାନୁଆରୀ ୯ରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ସମ୍ମାନୀତ କରିବେ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବ୍ୟାଡମିଣ୍ଟନ ପ୍ରତି ଚିରାଗ ଓ ସାତ୍ତ୍ୱିକ ବଳିଷ୍ଠ ଅବଦାନ ପାଇଁ ଖେଳ ରତ୍ନ ଓ ଶାମିଙ୍କୁ ଅର୍ଜୁନ ପୁରସ୍କାର | Argus News