Mohammed Shami Comeback / ଭୁବନେଶ୍ୱରଙ୍କ ପରେ ଏବେ ଶାମିଙ୍କ ଏଣ୍ଟ୍ରି! ରଣଜୀରେ ଘାତକ ବୋଲିଂ, ଟିମ୍ ଇଣ୍ଡିଆକୁ ଫେରିବା ନେଇ ବଡ଼ ସଙ୍କେତ
·1 hour ago·2 min read

Key Points
ଭୁବନେଶ୍ୱରଙ୍କ ପରେ ଟିମ୍ ଇଣ୍ଡିଆରେ ଶାମିଙ୍କ ଏଣ୍ଟ୍ରି ?
ରଣଜୀରେ ଚମକିଲେ ଷ୍ଟାର୍ ପେସର୍
ପୂର୍ବତନ ଚୟନକର୍ତ୍ତାଙ୍କ ବଡ଼ ବୟାନ
ରଣଜୀରେ ଚମକିଲେ ଷ୍ଟାର୍ ପେସର୍
ପୂର୍ବତନ ଚୟନକର୍ତ୍ତାଙ୍କ ବଡ଼ ବୟାନ
ଭୁବନେଶ୍ବର କୁମାରଙ୍କ ପରେ ଟିମ୍ ଇଣ୍ଡିଆକୁ ଫେରିବେ ମହମ୍ମଦ ଶାମି । ଟିମ୍ ଇଣ୍ଡିଆର ଘାତକ ବୋଲର ମହମ୍ମଦ ଶାମିଙ୍କୁ ପୁଣିଥରେ ଜର୍ସିରେ ଦେଖିବାକୁ ଚାହୁଁଛନ୍ତି କ୍ରିକେଟ୍ ପ୍ରେମୀ । ଏହାରି ଭିତରେ ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଏମ୍ଏସ୍କେ ପ୍ରସାଦ ଶାମିଙ୍କ ସପକ୍ଷରେ ଦେଇଛନ୍ତି ବଡ଼ ବୟାନ । ଟେଷ୍ଟ ଓ ଦିନିକିଆ ଦଳରେ ତାଙ୍କୁ ତୁରନ୍ତ ସୁଯୋଗ ଦେବାକୁ କରିଛନ୍ତି ଜୋରଦାର ଦାବି ।
ଭାରତୀୟ ଦଳର ଅଭିଜ୍ଞ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଟି-୨୦ ଦଳକୁ ଫେରିବା ପରେ ଏବେ ଅନ୍ୟତମ ଅଭିଜ୍ଞ ପେସର ମହମ୍ମଦ ଶାମିଙ୍କ ଅନ୍ତର୍ଜାତୀୟ କ୍ରିକେଟ୍କୁ ପ୍ରତ୍ୟାବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି । ଶାମିଙ୍କୁ ଟେଷ୍ଟ ଓ ଦିନିକିଆ ଦଳରେ ତୁରନ୍ତ ସାମିଲ କରିବାକୁ ଭାରତର ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଏମ୍ଏସ୍କେ ପ୍ରସାଦ ଦାବି କରିଛନ୍ତି ।
ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି, ଶାମିଙ୍କ ଭଳି ଅଭିଜ୍ଞ ଓ ପ୍ରଭାବଶାଳୀ ବୋଲରଙ୍କୁ ଭାରତୀୟ ଦଳରେ ସୁଯୋଗ ମିଳିବା ଉଚିତ । ଏହା ପୂର୍ବରୁ ମଧ୍ୟ ଅନେକ ପୂର୍ବତନ କ୍ରିକେଟର ଶାମିଙ୍କ ଦଳକୁ ଫେରିବା ସପକ୍ଷରେ ମତ ରଖିସାରିଛନ୍ତି ।
ଭୁବନେଶ୍ୱରଙ୍କ ପ୍ରତ୍ୟାବର୍ତ୍ତନକୁ ପ୍ରଶଂସା
ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳରେ ଭୁବନେଶ୍ୱର କୁମାରଙ୍କୁ ସାମିଲ କରାଯାଇଛି । ତାଙ୍କ ପ୍ରତ୍ୟାବର୍ତ୍ତନକୁ ସମର୍ଥନ କରି ଏମ୍ଏସ୍କେ ପ୍ରସାଦ କହିଛନ୍ତି ଯେ, ଗତ ଦୁଇରୁ ତିନିଟି ଆଇପିଏଲ୍ ସିଜିନ୍ରେ ୪୫ରୁ ଅଧିକ ୱିକେଟ୍ ନେଇଥିବା ଭୁବନେଶ୍ୱର ନିଜ ପ୍ରଦର୍ଶନ ବଳରେ ଦଳକୁ ଫେରିବା ପାଇଁ ହକ୍ଦାର ହୋଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭୁବନେଶ୍ୱରଙ୍କ ସଫଳତା ପରେ ଶାମିଙ୍କୁ ନେଇ ମଧ୍ୟ ଚୟନକର୍ତ୍ତାମାନେ ଗମ୍ଭୀରତାର ସହ ବିଚାର କରିବା ଆବଶ୍ୟକ ବୋଲି ପ୍ରସାଦ ମତ ଦେଇଛନ୍ତି । ଶାମି ଚଳିତ ରଣଜୀ ଟ୍ରଫି ସିଜିନ୍ର ଆରମ୍ଭରେ ଦିଲ୍ଲୀ ବିପକ୍ଷରେ ୪ଟି ୱିକେଟ୍ ନେଇ ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି ।
ଶାମିଙ୍କ ଅଭିଜ୍ଞତା ଭାରତ ପାଇଁ ହେବ ଫାଇଦା
ଏମ୍ଏସ୍କେ ପ୍ରସାଦଙ୍କ କହିବା ଅନୁଯାୟୀ, ଯେଉଁ ବୋଲର ୨୦୧୫, ୨୦୧୯ ଓ ୨୦୨୩ ଦିନିକିଆ ବିଶ୍ୱକପ୍ରେ ଭାରତ ପାଇଁ ଚମତ୍କାର ପ୍ରଦର୍ଶନ କରିଛନ୍ତି ଏବଂ ଏବେ ମଧ୍ୟ ଭଲ ବୋଲିଂ କରୁଛନ୍ତି, ତାଙ୍କୁ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ରେ ଖେଳୁଥିବା ଦେଖିବାକୁ ସେ ପସନ୍ଦ କରିବେ ।
ସେ ଆହୁରି କହିଛନ୍ତି ଯେ, ଯେତେବେଳେ ଯଶପ୍ରୀତ ବୁମ୍ରାହ ଦଳରୁ ବାଦ୍ ପଡ଼ନ୍ତି, ସେତେବେଳେ ଭାରତୀୟ ବୋଲିଂ ବାହିନୀରେ ଅଭିଜ୍ଞତାର ଅଭାବ ଅନୁଭବ ହୁଏ । ଏଭଳି ସ୍ଥିତିରେ ମହମ୍ମଦ ଶାମିଙ୍କ ଉପସ୍ଥିତି ଦଳକୁ ଅଧିକ ମଜଭୁତ କରିପାରିବ ।
ଏବେ ସମସ୍ତଙ୍କ ନଜର ଚୟନକର୍ତ୍ତାଙ୍କ ନିଷ୍ପତ୍ତି ଉପରେ ରହିଛି । ଶାମିଙ୍କ ଘରୋଇ କ୍ରିକେଟ୍ରେ ପ୍ରଦର୍ଶନ ଏବଂ ତାଙ୍କର ଅଭିଜ୍ଞତାକୁ ଦୃଷ୍ଟିରେ ରଖି ତାଙ୍କୁ ଆଗାମୀ ସିରିଜ୍ଗୁଡ଼ିକରେ ସୁଯୋଗ ମିଳିବ କି ନାହିଁ, ତାହା ଦେଖିବାକୁ କ୍ରିକେଟ୍ ପ୍ରେମୀ ଅପେକ୍ଷା କରିଛନ୍ତି ।

Related Topics
Explore more stories